ETV Bharat / city

ଯୁବ ସଶକ୍ତିକରଣରେ ସମଗ୍ର ଦେଶରେ ଓଡ଼ିଶା ଅନନ୍ୟ ଉଦାହରଣ: ବିଜେଡି

author img

By

Published : Mar 14, 2022, 10:20 PM IST

ଜିଲ୍ଲା ପରିଷଦ ନିର୍ବାଚନରେ ଦଳକୁ ଆଶୀର୍ବାଦ ଦେଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛି ବିଜେଡି । ଏହି ବିଜୟ ହେଉଛି ୪.୫ କୋଟି ଓଡିଆଙ୍କ ବିଜୟ ଏବଂ ଓଡିଶାର ବିକାଶର ବିଜୟ ବୋଲି ଦଳ କହିଛି । ଏହାକୁ ନେଇ ବିଜେଡି ଏକ ସାମ୍ବାଦିକ ସମ୍ମିଳନୀ କରିଥିଲା । ଅଧିକ ପଢ଼ନ୍ତୁ

ଯୁବ ସଶକ୍ତିକରଣରେ ସମଗ୍ର ଦେଶରେ ଓଡ଼ିଶା ଅନନ୍ୟ ଉଦାହରଣ: ବିଜେଡି
ଯୁବ ସଶକ୍ତିକରଣରେ ସମଗ୍ର ଦେଶରେ ଓଡ଼ିଶା ଅନନ୍ୟ ଉଦାହରଣ: ବିଜେଡି

ଭୁବନେଶ୍ବର: ଜିଲ୍ଲା ପରିଷଦ ନିର୍ବାଚନରେ ଦଳକୁ ଆଶୀର୍ବାଦ ଦେଇଥିବାରୁ ଓଡିଶାବାସୀଙ୍କୁ ଧନ୍ୟବାଦ ଦେଇଛି ବିଜେଡି । ଏହି ବିଜୟ ହେଉଛି ୪.୫ କୋଟି ଓଡିଆଙ୍କ ବିଜୟ ଏବଂ ଓଡିଶାର ବିକାଶର ବିଜୟ ବୋଲି ଦଳ କହିଛି । ଏହା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ପ୍ରତି ଭୋଟରମାନଙ୍କର ବିଶ୍ୱାସ । ବିଜେଡି ସରକାରଙ୍କ ଗରିବଙ୍କ ପ୍ରତି ଥିବା ଦରଦ ତଥା ବିକାଶମୂଳକ କାର୍ଯ୍ୟର ଏହା ଫଳାଫଳ ।

ଏହା କହିଛନ୍ତି ବିଜେଡିର ତିନି ମୁଖପାତ୍ର ସୁଲତା ଦେଓ, ଲୋରା ମହାପାତ୍ର ଓ ସୋଫିଆ ଆଲାମ । ଦେଶରେ ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ଗଠନରେ ଇତିହାସ ସୃଷ୍ଟି କରିବା ପରେ ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜନ ହୋଇଛି । ବିଜେଡିର ଏହି ବିଜୟ ଐତିହାସିକ । କାରଣ ପ୍ରଥମ ଥର ପାଇଁ ଓଡ଼ିଶାରେ କୌଣସି ଦଳ ରାଜ୍ୟର ସମସ୍ତ ୩୦ଟି ଜିଲ୍ଲାରେ ଜିଲ୍ଲା ପରିଷଦ ଗଠନ କରିଛି । ବିଜୁ ଜନତା ଦଳ ପାଇଁ ଏହି ବୃହତ୍‍ ବିଜୟ ପୁଣିଥରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଢ ନେତୃତ୍ୱକୁ ପ୍ରତିପାଦିତ କରିଛି । ବିକାଶର କୌଣସି ବିକଳ୍ପ ନାହିଁ ବୋଲି ପ୍ରମାଣ କରି ଦେଖାଇଛି ବୋଲି କହିଛନ୍ତି ବିଜେଡି ମୁଖପାତ୍ର ସୁଲତା ଦେଓ ।

ମୟୂରଭଞ୍ଜ, ଗଞ୍ଜାମ, କେନ୍ଦୁଝର, ସୁନ୍ଦରଗଡ, ବଲାଙ୍ଗୀର, ସମ୍ବଲପୁର ଏବଂ ନବରଙ୍ଗପୁର ବ୍ୟତୀତ ଅବିଭକ୍ତ କୋରାପୁଟ ଜିଲ୍ଲା ପରି ବୃହତ ଜିଲ୍ଲାରେ ମହିଳା ଜିଲ୍ଲାପରିଷଦ ସଭାପତିଙ୍କ ହାତକୁ ଯାଇଛି । ଏହାକୁ ନେଇ ବିଜେଡି ମୁଖପାତ୍ର ଲୋରା ମହାପାତ୍ର କହିଛନ୍ତି ଯେ, "୭୦ ପ୍ରତିଶତ ଜିଲ୍ଲା ପରିଷଦ ସଭାପତି ହେଉଛନ୍ତି ମହିଳା । ସେମାନଙ୍କର ହାରାହାରି ବୟସ ୪୧ ବର୍ଷ । ୧୮ଟି ଅଣସଂରକ୍ଷିତ ଆସନ ମଧ୍ୟରୁ ମହିଳାଙ୍କୁ ଅନ୍ତର୍ଭୁକ୍ତ କରି ୧୨ ଜଣ ଓବିସି ପ୍ରାର୍ଥୀଙ୍କୁ ଜିଲ୍ଲା ପରିଷଦ ସଭାପତି କରାଯାଇଛି । ଓବିସି ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେବାରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିବଦ୍ଧତା ଅନୁଯାୟୀ ଏହା ହୋଇଛି । ତାଙ୍କ ନିଜ ଜିଲ୍ଲା ଗଞ୍ଜାମରେ ମୁଖ୍ୟମନ୍ତ୍ରୀ ଜଣେ ଓବିସି ମହିଳା ପ୍ରାର୍ଥୀ ଅଞ୍ଜଳି ସ୍ୱାଇଁଙ୍କୁ ଜିଲ୍ଲାପରିଷଦର ସଭାପତି ଭାବରେ ଚୟନ କରିଛନ୍ତି । ଏହା ହେଉଛି ପ୍ରକୃତ ମହିଳା ସଶକ୍ତିକରଣ ଏବଂ ସାମାଜିକ ନ୍ୟାୟ । ମାତ୍ର ୨୩ ବର୍ଷ ବୟସ୍କ ଆଦିବାସୀ ନେତ୍ରୀ ସର୍ବକନିଷ୍ଠ ଜିଲ୍ଲା ପରିଷଦ ସଭାପତି ଭାବରେ ମନୋନୀତ ହୋଇଛନ୍ତି ।"

ସେହିପରି ମୁଖ୍ୟମନ୍ତ୍ରୀ ମାଲକାନଗିରିର ଜିଲ୍ଲାପରିଷଦର ସଭାପତି ଭାବରେ ସମାରୀ ଟାଙ୍ଗୁଲଙ୍କୁ ଚୟନ କରିଛନ୍ତି । ୨୬ ବର୍ଷ ତାଙ୍କ ବୟସର ଏବଂ ସେ ଯୁକ୍ତ ୨ କଳା ପର୍ଯ୍ୟନ୍ତ ଅଧ୍ୟୟନ କରିଛନ୍ତି । ଏହା ହେଉଛି ମୁଖ୍ୟମନ୍ତ୍ରୀଙ୍କର ପ୍ରକୃତ ମହିଳା ସଶକ୍ତିକରଣ ଆଭିମୁଖ୍ୟ । ମହିଳା ସଶକ୍ତିକରଣର ଅନ୍ୟ ଏକ ଉଦାହରଣ ହେଉଛନ୍ତି ସୁନ୍ଦରଗଡର କୁନ୍ତୀ ପ୍ରଧାନ । ସେ ଜଣେ ସରଳ ଆଦିବାସୀ ପରିବାରରୁ ଆସିଛନ୍ତି ।

ସେହିପରି ବିଜେଡି ମୁଖପାତ୍ର ସୋଫିଆ ଆଲାମ କହିଛନ୍ତି ଯେ, "ଜିଲ୍ଲା ପରିଷଦ ସଭାପତି ଭାବେ ମୁଖ୍ୟମନ୍ତ୍ରୀ ମଧ୍ୟ ୩୦ଟି ଜିଲ୍ଲା ପାଇଁ ଯୁବ ତଥା ଉଚ୍ଚଶିକ୍ଷିତ ପ୍ରାର୍ଥୀଙ୍କୁ ଚୟନ କରିଛନ୍ତି । ୩୦ଟି ଜିଲ୍ଲା ମଧ୍ୟରୁ ୧୫ ଜଣ ନୂତନ ଜିଲ୍ଲା ପରିଷଦ ସଭାପତି ପାଇଛନ୍ତି । ଯେଉଁମାନଙ୍କ ବୟସ ୪୦ ବର୍ଷରୁ କମ । ବିଜୁ ଜନତା ଦଳ ଦ୍ୱାରା ଯୁବ ସଶକ୍ତିକରଣ ଉପରେ ଏହା ଏକ ସ୍ପଷ୍ଟ ଆଭିମୁଖ୍ୟ । ସେହିଭଳି, ୩୦ ଟି ଜିଲ୍ଲା ମଧ୍ୟରୁ ୨୩ ଟି (୭୬%)ରେ ୫୦ ବର୍ଷରୁ କମ୍ ବୟସର ଜିଲ୍ଲା ପରିଷଦ ସଭାପତି ଅଛନ୍ତି । ଏହା ସ୍ପଷ୍ଟ ଭାବରେ ଯୁବ ସଶକ୍ତିକରଣ । ଏହା ଦର୍ଶାଉଛି ଯେ ବିଜେଡିରେ ଯୁବ ନେତୃତ୍ୱର କୌଣସି ଅଭାବ ନାହିଁ ।"

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.