ETV Bharat / city

CM Foreign Visit: ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା କହିଲେ ଶିଳ୍ପମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ଶିଳ୍ପମନ୍ତ୍ରୀ ପ୍ରତାପ କେଶରୀ ଦେବ । ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇଥିବା ମନ୍ତ୍ରୀ କହିଛନ୍ତି । ଅଧିକ ପଢନ୍ତୁ

author img

By

Published : Jun 21, 2022, 8:39 PM IST

CM Foreign Visit: ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା କହିଲେ ଶିଳ୍ପମନ୍ତ୍ରୀ
CM Foreign Visit: ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା କହିଲେ ଶିଳ୍ପମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀଙ୍କ ବିଦେଶ ଗସ୍ତ ନେଇ ପ୍ରତିକ୍ରିୟା ରଖିଲେ ଶିଳ୍ପ ମନ୍ତ୍ରୀ ପ୍ରତାପ କେଶରୀ ଦେବ । ଦୁବାଇରୁ ବଡ଼ ଧରଣର ପୁଞ୍ଜି ଓଡିଶାକୁ ଆସିବାର ଆଶା ରହିଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇଥିବା ମନ୍ତ୍ରୀ କହିଛନ୍ତି । ଏଥିସହ ବଡ଼ ପୁଞ୍ଜିନିବେଶ ଆସିଲେ ଓଡ଼ିଆ ଯୁବକ-ଯୁବତୀଙ୍କ ପାଇଁ ନିଯୁକ୍ତି ସୃଷ୍ଟି ହେବ ବୋଲି କହିଛନ୍ତି ମନ୍ତ୍ରୀ ପ୍ରତାପ ଦେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟକୁ ଜାଗା, ପାଣି ଓ ବିଦ୍ୟୁତ ଯୋଗାଇ ଦିଆଯାଉଛି । ଏହା ସହ ଅନ୍ୟ ସମସ୍ତ ସୁବିଧା ଯୋଗାଇ ଦିଆଯାଉଛି । ଅନ୍ୟ ରାଜ୍ୟଗୁଡିକରେ ଶିଳ୍ପ Saturation Point ରେ ପହଞ୍ଚିଲାଣି । ତେଣୁ ଆଗାମୀ 20 ବର୍ଷ ଶିଳ୍ପ କ୍ଷେତ୍ରରେ ଓଡ଼ିଶାରେ ଭଲ ସୁଯୋଗ ରହିଛି । ଆନ୍ତର୍ଜାତିକ ପୁଞ୍ଜିନିବେଶ ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ନୂତନ ଶିଳ୍ପ ନୀତି ଅନୁସାରେ ଏହି ନିଷ୍ପତ୍ତି ନିଆଯାଇଛି । ଏବେ ଗୋଟେ ବଡ଼ ସୁଯୋଗ ଆସିଛି । ଏଥିପାଇଁ କେନ୍ଦ୍ର ସରକାରଙ୍କ ବୈଦେଶିକ ମନ୍ତ୍ରଣାଳୟ ଓ ଷ୍ଟକ ହୋଲଡ଼ରଙ୍କ ସହଯୋଗ ନିଆଯାଇଛି ।

ଦୁବାଇରେ ଇନଭେଷ୍ଟମେଣ୍ଟ ମିଟର ଆୟୋଜନ କରାଯାଇଛି । ଦୁବାଇରେ ମିଡିଲ ଇଷ୍ଟର ଶିଳ୍ପପତିଙ୍କ ସହିତ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ସେମାନଙ୍କୁ ରାଜ୍ୟରେ ପୁଞ୍ଜିନିବେଶ କରିବା ପାଇଁ ଆହ୍ୱାନ କରାଯିବ । ଆଶା ଅଛି କି ପୁଞ୍ଜିନିବେଶ ମିଡିଲ ଇଷ୍ଟରୁ ଓଡ଼ିଶାକୁ ଆସିବ । ବଡ଼ ଧରଣର ଆସିବ ବୋଲି ଆଶାବାଦୀ ଅଛନ୍ତି ସରକାର । ଯଦି ଏହା ହୁଏ ରାଜ୍ୟରେ ଆହୁରି ଅଧିକ ନିଯୁକ୍ତି ବଢିବ । ରାଜ୍ୟର ଆର୍ଥିକ ହାର ମଧ୍ୟ ବଢିବାରେ ସହାୟକ ହେବ ।

ବୈଷୟିକ ଶିକ୍ଷାରେ ରାଜ୍ୟ ଆଗକୁ ଯାଇଛି । ରାଜ୍ୟରେ ସଶକ୍ତ ମାନବ ସମ୍ବଳ ଅଛି । ଯଦି ବଡ଼ ପୁଞ୍ଜି ଆସେ ଓଡ଼ିଆ ଯୁବକ ଯୁବତୀ ଲାଭବାନ ହେବେ । ମୁଖ୍ୟମନ୍ତ୍ରୀ ବଡ଼ ଆଶା ନେଇ ଯାଇଛନ୍ତି । ହାଇଦ୍ରାବାଦ, ବେଙ୍ଗାଲୁରୁ ଓ ପୁଣେ ସାଚୁରେସନ ପଏଣ୍ଟକୁ ଆସିଗଲେଣି । ସହର ଯେତିକି ବଢୁଛି, ଲୋକଙ୍କ ସଂଖ୍ୟା ସେହି ପରିମାଣରେ ବଢୁଛି । ଫଳରେ ସେଠାରେ ଶିଳ୍ପ ପାଇଁ ବିଦ୍ୟୁତ ଓ ପାଣି ଅଭାବ ହେବା ଆରମ୍ଭ ହୋଇଯାଇଛି । ଯେଉଁ ଅଞ୍ଚଳରେ ଶିଳ୍ପାୟନ ହୁଏ, ତାହାର ସୀମିତ କ୍ଷମତା ଥାଏ । ଫଳରେ ଶିଳ୍ପ ଅନ୍ୟତ୍ର ସ୍ଥାନାନ୍ତରିତ ହେବା ଆରମ୍ଭ ହୁଏ । ସେ କ୍ଷେତ୍ରରେ ଓଡ଼ିଶା ପରବର୍ତ୍ତୀ ସ୍ଥାନ ହେବାକୁ ଯାଉଛି । ଫଳରେ ପରବର୍ତ୍ତୀ 20 ବର୍ଷ ଓଡ଼ିଶାର ହେବ । ଯଦି ଆମେ ଉଚିତ ପଦକ୍ଷେପ ନେଇପାରିବୁ ତେବେ ରାଜ୍ୟର ଶିଳ୍ପାୟନର ଉନ୍ନତି ହେବ ବୋଲି ଶିଳ୍ପମନ୍ତ୍ରୀ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.