ETV Bharat / city

OdishaAssembly: ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର, ନିୟନ୍ତ୍ରଣାଧୀନ ଆଇନ ବ୍ୟବସ୍ଥା

author img

By

Published : Jul 20, 2022, 4:52 PM IST

ବିଧାନସଭାରେ ଆଜି 2021 ବର୍ଷ ଲାଗି ଉପସ୍ଥାପିତ ହୋଇଛି ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଆଇନଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଶ୍ୱେତପତ୍ରରେ ବିଭାଗ ଦର୍ଶାଇଛି । ରାଜ୍ୟରେ ମାଓବାଦୀଙ୍କ ସହ 21ଥର ସମେତ ମୋଟ 28ଥର ଗୁଳି ବିନିମୟ ଘଟଣା ଘଟିଛି । ଅଧିକ ପଢନ୍ତୁ

OdishaAssembly: ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର, ନିୟନ୍ତ୍ରଣାଧୀନ ଆଇନ ବ୍ୟବସ୍ଥା
OdishaAssembly: ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର, ନିୟନ୍ତ୍ରଣାଧୀନ ଆଇନ ବ୍ୟବସ୍ଥା

ଭୁବନେଶ୍ବର: ବିଧାନସଭାରେ ଆଜି 2021 ବର୍ଷ ଲାଗି ଉପସ୍ଥାପିତ ହୋଇଛି ସ୍ବରାଷ୍ଟ୍ର ବିଭାଗର ଶ୍ୱେତପତ୍ର । ରାଜ୍ୟରେ ଆଇନ ଶୃଙ୍ଖଳା ମୋଟାମୋଟି ଭାବେ ଶାନ୍ତିପୂର୍ଣ୍ଣ ରହିଥିବା ଶ୍ୱେତପତ୍ରରେ ବିଭାଗ ଦର୍ଶାଇଛି । ରାଜ୍ୟରେ ମାଓବାଦୀଙ୍କ ସହ 21ଥର ସମେତ ମୋଟ 28ଥର ଗୁଳି ବିନିମୟ ଘଟଣା ଘଟିଛି । ଏଯାଏଁ ରାଜ୍ୟରେ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନଥିବା ସହ 2021 ମସିହାରେ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖା ଦେଇନଥିବା ବିଭାଗ ଦର୍ଶାଇଛି ।

ରାଜ୍ୟରେ ଅପରାଧ ସ୍ଥିତି - 2021 ମସିହାରେ ରାଜ୍ୟରେ ରୁଜୁ ହୋଇଥିବା ମୋଟ 1, 55, 420 ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରେ 1394 ଟି ହତ୍ୟା, 552 ଟି ଡକାୟତି, 2826 ଟି ଲୁଣ୍ଠନ, 5133 ଟି ସିନ୍ଧିଚୋରୀ । 13024 ଟି ଚୋରୀ, 5138 ଟି ପ୍ରତାରଣା, 2220 ଟି ଦଙ୍ଗା, 3327 ଟି ଧର୍ଷଣ, 10983 ଟି ଦୁର୍ଘଟଣା ଓ 1,10,823 ଟି ବିବିଧ ମାମଲା ରହିଛି ।

ଧର୍ତ୍ତବ୍ଯ ଅପରାଧ- 2021 ରେ ରୁଜୁ ହୋଇଛି ମୋଟ 1,55,420 ଟି ଧର୍ତ୍ତବ୍ୟ ଅପରାଧ । ସେଥିମଧ୍ୟରୁ 1,49,232 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ସେଥି ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ମୋଟ 1,06,283ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ନରହତ୍ଯା- 2021 ମସିହାରେ ପଞ୍ଜିକରଣ ହୋଇଥିବା 1394 ଟି ହତ୍ୟା ଘଟଣା ମଧ୍ୟରୁ 1323 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ସେଥି ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 658 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଡକାୟତି- 2021 ମସିହାରେ ମୋଟ ରୁଜୁ ହୋଇଥିବା 552 ଟି ଡକାୟତି ମାମଲା ମଧ୍ୟରୁ 535 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ବିଭିନ୍ନ ଘଟଣାରେ ପୋଲିସ ଦ୍ବାରା 17 ଜଣ ଆନ୍ତଃରାଜ୍ୟ ଡକାୟତଙ୍କ ସମେତ ମୋଟ 1682 ଜଣ ଡକାୟତଙ୍କୁ ଗିରଫ କରାଯାଇଛି ଏବଂ 23ଟି ବିଭିନ୍ନ ପ୍ରକାର ବନ୍ଧୁକ ତଥା ମାରଣାସ୍ତ୍ର ଜବତ କରାଯାଇଛି । ବିଭିନ୍ନ ଡକାୟତି ମାମଲାରେ ମୋଟ 10,30,05,037 ଟଙ୍କା ମୂଲ୍ୟର ଲୁଟ ହୋଇଥିବା ସମ୍ପତ୍ତି ମଧ୍ୟରୁ 3,82,70,355 ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର ହୋଇଛି ।

ଲୁଣ୍ଠନ- 2021 ମସିହାରେ ମୋଟ 2826 ଟି ଲୁଣ୍ଠନ ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ 2793 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ 300 ଟି ବାସସ୍ଥାନ ଜନିତ, 523 ଟି ରାସ୍ତା ଘାଟ, 6 ଟି ବ୍ୟାଙ୍କ, 5 ଟି ଟ୍ରେନ, 275 ଟି ବାଣିଜ୍ୟ ପ୍ରତିଷ୍ଠାନ ଓ 1645 ଟି ଅନ୍ୟାନ୍ୟ ସ୍ଥାନରେ ସଂଘଠିତ ହୋଇଥିବା ସ୍ଥଳେ ଅବଶିଷ୍ଟ 39 ଟି ଘଟଣାରେ ଅପରାଧ ଘଟାଇବା ପାଇଁ ପୂର୍ବ ପ୍ରସ୍ତୁତି ସମୟରେ ଆସାମୀମାନେ ଧରା ପଡିଛନ୍ତି । ଉକ୍ତ ଲୁଣ୍ଠନ ମାମଲା ଗୁଡିକରେ 2458 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ମୋଟ 14,83,94,786 ଟଙ୍କା ମୂଲ୍ୟର ଲୁଟ ସମ୍ପତ୍ତି ମଧ୍ୟରୁ 9,6,37,82,343 ଟଙ୍କା ସଂପତ୍ତି ଜବତ କରାଯାଇଛି । 2793 ଟି ସତ୍ୟ ମାମଲା ମଧ୍ୟରୁ 1306 ଟି ମାମଲାରେ ବର୍ଷ ଶେଷ ସୁଦ୍ଧା ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ସିନ୍ଧି ଚୋରୀ- 2021 ମସିହାରେ ମୋଟ 5133 ଟି ସିନ୍ଧି ଚୋରୀ ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ 5055 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 1703 ବି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ଉକ୍ତ ସିନ୍ଧି ଚୋରୀ ମାମଲା ଗୁଡିକରେ 3181 ଜଣ ଅପରାଧୀଙ୍କୁ ଗିରଫ କରାଯାଇଛି । ମୋଟ 47,68,73,052 ଟଙ୍କା ମୂଲ୍ୟର ଚୋରୀ ଯାଇଥିବା ସମ୍ପତ୍ତି ମଧ୍ୟରୁ 7,37,59,041 ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି ।

ଚୋରୀ - 2021 ମସିହାରେ ମୋଟ 13,024 ଟି ଚୋରୀ ମାମଲା ପଞ୍ଜିକରଣ ହୋଇଥିଲା । ସେଥି ମଧ୍ୟରୁ 12, 747 ଟି ମାମଲା ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 5458 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । 66,81,80,690 ଟଙ୍କା ମୂଲ୍ୟର ଚୋରୀ ସମ୍ପତ୍ତି ମଧ୍ୟରୁ 26,72,29,133 ଟଙ୍କା ମୂଲ୍ୟର ସମ୍ପତ୍ତି ଉଦ୍ଧାର କରାଯାଇଛି ।

ଠକେଇ- 2021 ମସିହାରେ ମୋଟ 5138 ଟି ଠକେଇ ମାମଲା ରୁଜୁ ହୋଇଥିଲା । 4866 ଟି ସତ୍ୟ ଘଟଣା ଉପରେ ଆଧାରିତ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 1406 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଦଙ୍ଗା- 2021 ମସିହାରେ 2220 ଟି ଦଙ୍ଗା ମାମଲା ପଞ୍ଜିକରଣ ହୋଇଥିଲା । 2155 ଟି ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ 1377 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ବର୍ଷ ଶେଷ ସୁଦ୍ଧା ଦାଖଲ କରାଯାଇଛି ।

ଦୁଷ୍କର୍ମ - 2021 ମସିହାରେ ମୋଟ 3327 ଟି ଦୁଷ୍କର୍ମ ମାମଲା ପଞ୍ଜିକରଣ ହୋଇଥିଲା । ପଞ୍ଜିକରଣ ହୋଇଥିବା ମାମଲା ମଧ୍ୟରୁ 3244 ଟି ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 2335 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଦୁର୍ଘଟଣା- 2021 ମସିହାରେ ମୋଟ 10, 983 ଟି ମୋଟରଯାନ ଦୁର୍ଘଟଣା ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ 10,909 ଟି ସତ୍ୟ ମାମଲା ଅଟେ । ତନ୍ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 7108 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ନିଶା କାରବାର- 2021 ମସିହାରେ ଓଡିଶା ପୋଲିସ ମାଦକ ଦ୍ରବ୍ୟ ନିରୋଧ ଆଇନରେ 1684 ଟି ମାମଲା ପଞ୍ଜିକୃତ କରି 2591 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲଣ କରିଥିଲା । ଚଳିତବର୍ଷ 1665 କ୍ଵିଣ୍ଟାଲ 40 କେଜି 752 ଗ୍ରାମ ଗଞ୍ଜେଇ, 55 କେଜି 448 ଗ୍ରାମ 596 ମିଲିଗ୍ରାମ ବ୍ରାଉନସୁଗାର, 425 କେଜି 30 ଗ୍ରାମ ଅଫିମ, 21 ହଜାର 846 ଟି କଫ୍ ସିରପ, 558 ଟି ମୋବାଇଲ, 777 ଟି ଗାଡି ଓ 2 କୋଟି 28 ଲକ୍ଷ 5 ହଜାର 422 ଟଙ୍କା ଜବତ କରାଯାଇଥିଲା ।

ଅନୈତିକ ମାନବ ଚାଲାଣ ମାମଲା - 2021 ମସିହାରେ ଏହି ଆଇନରେ 29 ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 13 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି ।

ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ - 2021 ମସିହାରେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ 44 ଟି ମାମଲା ରୁଜୁ ହୋଇଥିଲା । ସେଥି ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 25 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନରେ ରୁଜୁ କରାଯାଇଥିବା 44 ଟି ମାମଲାରେ ମୋଟ 26 କ୍ୱିଣ୍ଟାଲ 41 କି.ଗ୍ରା 580 ଗ୍ରାମ ଓ 1411 ପ୍ୟାକେଟ ଚାଉଳ, 9960 ଲିଟର କିରୋସିନି, 24070 ଲିଟର ଡିଜେଲ, 400 ଲିଟର ପେଟ୍ରୋଲ, 150 ଲିଟର ମୋବିଲ, 86ଟି ଗ୍ୟାସ ସିଲିଣ୍ଡର, 550 କେ.କି ଓ 922 ପ୍ୟାକେଟ ସାର, 298 କିଗ୍ରା ଗହମ, 199 ପ୍ୟାକେଟ ଆଳୁ, 7ଟି ଚାରିଚକିଆ ଯାନ, ଗୋଟିଏ ତିନିଚକିଆ ଯାନ, ଗୋଟିଏ ଟ୍ରକ ଓ 3 ଲକ୍ଷ 56 ହଜାର 750 ଟଙ୍କା ଜବତ କରାଯାଇଛି ।

ସାଇବର ଅପରାଧ- 2021 ମସିହାରେ ପଞ୍ଜିକରଣ ହୋଇଥିବା 2037 ଟି ସାଇବର ଅପରାଧ ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା 307 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ 200 ଟି ରେ ଚୁଡାନ୍ତ ରିପୋର୍ଟ ସତ୍ୟ, 28 ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ 1502 ଟି ମୋକଦ୍ଦମା ତଦନ୍ତାଧୀନ ଅଛି । 542 ଜଣ ଅପରାଧୀ ଅପରାଧରେ ସମ୍ପୃକ୍ତ ଥିବା ସ୍ଥଳେ 425 ଜଣ ଅପରାଧୀଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି ।

ଯୌତୁକ ନିରାକରଣ ଆଇନ - 2021 ମସିହାରେ ରୁଜୁ ହୋଇଥିବା ସର୍ବମୋଟ 5080 ଟି ମୋକଦ୍ଦମା ମଧ୍ୟରୁ 3707 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ 120 ଟିରେ ଚୁଡାନ୍ତ ରିପୋର୍ଟ ସତ୍ୟ । 70 ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ 1183 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ଯୌତୁକ ଜନିତ ହତ୍ୟା - 2021 ମସିହାରେ ରୁଜୁ ହୋଇଥିବା ସର୍ବମୋଟ 298 ଟି ମୋକଦ୍ଦମା ମଧ୍ୟରୁ 181 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ 6ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟିଛି । 111 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ଯୌତୁକ ଜନିତ ଆତ୍ମହତ୍ୟା- 2021 ମସିହାରେ ରୁଜୁ ହୋଇଥିବା ସର୍ବମୋଟ 129 ଟି ମୋକଦ୍ଦମା ମଧ୍ୟରୁ 111 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ ଅବଶିଷ୍ଟ 18 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ଯୌତୁକ ଜନିତ ନିର୍ଯ୍ୟାତନା- 2021 ମସିହାରେ ରୁଜୁ ହୋଇଥିବା ସର୍ବମୋଟ 4949 ଟି ମୋକଦ୍ଦମା ମଧ୍ୟରୁ 3668 ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ 121 ଟି ରେ ଚୂଡ଼ାନ୍ତ ରିପୋର୍ଟ ସତ୍ୟ । 64 ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟିଛି । ଅବଶିଷ୍ଟ 1096 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ଅଣ - ଯୌତୁକ ନିର୍ଯ୍ୟାତନା- 2021 ମସିହାରେ ରୁଜୁ ହୋଇଥିବା ସର୍ବମୋଟ 4905 ଟି ମୋକଦ୍ଦମା ମଧ୍ୟରୁ 3867 ଟି ରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବା ବେଳେ 202 ଟି ରେ ଚୂଡ଼ାନ୍ତ ରିପୋର୍ଟ ସତ୍ୟ । 69 ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତି ଘଟି ଅବଶିଷ୍ଟ 767 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ମାନବ ଚାଲାଣ ଅପରାଧ - 2021 ମସିହାରେ ମହିଳା ଗୁଲାଣ ଅପରାଧରେ 93 ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ 39 ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ସେହିପରି ଚଳିତ ବର୍ଷ ପୁରୁଷ ଚାଲାଣ ଅପରାଧରେ 44 ଟି ମାମଲା ରୁଜୁ ହୋଇଥିଲା । ସେଥିମଧ୍ୟରୁ 16 ଟି ମାମଲାରେ ଅଭିଯୋଗ ଫର୍ଦ୍ଦ ଦାଖଲ କରାଯାଇଛି ।

ଆଇନ ସହ ଦ୍ବନ୍ଦରେ ଥିବା ଅପ୍ରାପ୍ତବୟସ୍କ - 2021 ମସିହାରେ ମୋଟ 1601 ଜଣ ଅପ୍ରାପ୍ତବୟସ୍କ ମାନଙ୍କର 1324 ଟି ମୋକଦ୍ଦମାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଛି । ତନ୍ମଧ୍ୟରୁ 1557 ଜଣ ବାଳକ ଥିବା ବେଳେ 44 ଜଣ ବାଳିକା ଅଛନ୍ତି ।

ଏସଟିଏଫ, ଭୁବନେଶ୍ବର - 2021 ମସିହାରେ ଏସଟିଏଫ ଦୃଷ୍ଟାନ୍ତମୂଳକ କାର୍ଯ୍ୟ କରି 55ଜଣ ନିଶା ବେପାରୀଙ୍କୁ ଗିରଫ କରି କୋର୍ଟ ଗୁଲାଣ କରିଛି । ସେମାନଙ୍କ ନିକଟରୁ 21 କେଜିରୁ ଉର୍ଦ୍ଧ୍ବ ବ୍ରାଉନ ସୁଗାର 43 କ୍ୱିଣ୍ଟାଲ ଗଞ୍ଜେଇ ଓ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜବତ କରିଛି । ଚଳିତବର୍ଷ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ସ୍ବତନ୍ତ୍ର କାର୍ଯ୍ୟବଳ(ଏସଟିଏଫ) ଉଲ୍ଲେଖନୀୟ କାର୍ଯ୍ୟକରି 48 ଟି ପିସ୍ତଲ / ରିଭଲଭର / ବନ୍ଧୁକ ସହିତ 64ଟି ଜୀବନ୍ତ ଗୁଳି ଜବତ କରି 13 ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

2021 ମସିହାରେ ଏସଟିଏଫ 47 ଜଣ ବନ୍ୟଜନ୍ତୁ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନଙ୍କ ନିକଟରୁ 15 ଟି କଲରା ପତରିଆ ବାଘ ଛାଲ , 5 ଟି ହରିଣ ଛାଲ, 6 ଟି ଜୀବନ୍ତ ବଜ୍ରକାପ୍ତା, 10 କେଜି ବଜ୍ରକାପ୍ତା କାତି ଓ 10 ଟି ହାତୀ ଦାନ୍ତ ଜବତ କରିଛି ।

ଏସଟିଏଫ, ବେଆଇନ ଭାବେ ଚୋରା ଖଣିଜ ପଦାର୍ଥ ବେପାର କରୁଥିବା ବେପାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କ ନିକଟରୁ 230 ମେଟ୍ରିକ ଟନ ହାର୍ଡ କୋକ, 32 ମେଟ୍ରିକ ଟନ ଲାମ କୋକ, 340 ମେଟ୍ରିକ ଟନ ଫେରୋକ୍ରୋମ ଓ 65 ଟନ କୋଇଲା ଜବତ କରିବା ସହିତ 24 ଟି ଟ୍ରକ, 11 ଟି ହାଇବା, 3ଟି ପ୍ରୋକଲିନ, 4 ଟି ଜେସିବି ଓ 2 ଟି କାର ଜବତ କରିଛି ଓ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି 45 ଜଣଙ୍କୁ କୋର୍ଟ ଚାଲାଣ କରିଛି ।

2021 ମସିହାରେ ସ୍ଵତନ୍ତ୍ର କାର୍ଯ୍ୟବଳ(ଏସଟିଏଫ) ନକଲି ଜର୍ଦ୍ଦା କାରବାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପ୍ରାୟ 11 କୁଇଣ୍ଟାଲ ନକଲି ଜର୍ଦ୍ଦା ଜବତ କରିଛି । 15 ଜଣ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । 2021ରେ ମାଦକ ଦ୍ରବ୍ୟ ଆଇନ ଅନୁଯାୟୀ STF ଦ୍ଵାରା ଗିରଫ ହୋଇ ଜେଲରେ ଥିବା ଅଭିଯୁକ୍ତ ତଥା ଆନ୍ତଃ ରାଜ୍ୟ / ଜିଲ୍ଲା ବେପାରୀଙ୍କ ସହ ସମ୍ପର୍କରେ ଥିବା ଏସକେ ସମିରୁଦ୍ଦିନ ଓରଫ ରାଜା ଏକାଧିକ ମାମଲାରେ ଜଡିତ ଥିବାରୁ ତାର ଆର୍ଥିକ ଅନୁସନ୍ଧାନ କରାଯାଇ ପ୍ରାୟ 2 କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଚିହ୍ନଟ କରାଯାଇ ଜବତ କରାଯାଇଛି ।

ଅର୍ଥନୈତିକ ଅପରାଧ- 2021 ମସିହାରେ ଏହି ସଂକ୍ରାନ୍ତରେ ଜିଲ୍ଲା ପୋଲିସ ଦ୍ବାରା 56ଟି ମାମଲା ରୁଜୁ ହୋଇଥିଲା । ପଞ୍ଜିକୃତ 56 ଟି ମାମଲା ମଧ୍ୟରୁ ବର୍ଷ ଶେଷ ସୁଦ୍ଧା ଗୋଟିଏ ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ବାକି 55 ଟି ମାମଲା ତଦନ୍ତାଧୀନ ଅଛି । ଉକ୍ତ ମାମଲା ଗୁଡିକରେ 38 ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।

ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା- 2021 ମସିହାରେ ତଫସିଲଭୁକ୍ତ ଜାତି ଓ ତଫସିଲଭୁକ୍ତ ଜନଜାତିଙ୍କ ଉପରେ ହୋଇଥିବା ନିର୍ଯ୍ୟାତନା ଜନିତ ରୁଜୁ ହୋଇଥିବା ସର୍ବମୋଟ 3003 ଟି ମୋକଦ୍ଦମା ମଧ୍ୟରୁ 1525 ଟି ମୋକଦ୍ଦମାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । 40ଟି ଚୂଡାନ୍ତ ରିପୋର୍ଟ ସତ୍ୟ । 84ଟି ଭ୍ରମାତ୍ମକ ତଥ୍ୟ / ଆଇନ, 1 ଟି ଅର୍ଦ୍ଧ ସତ୍ୟ, 302ଟି ମିଥ୍ୟା ପ୍ରମାଣିତ । 82ଟି ଅନ୍ୟାନ୍ୟ କାରଣରୁ ପରିସମାପ୍ତ ହୋଇ ଅବଶିଷ୍ଟ 969 ଟି ମୋକଦ୍ଦମା ତଦନ୍ତାଧୀନ ଅଛି ।

ସନ୍ତ୍ରାସବାଦୀ କାର୍ଯ୍ୟକଳାପ - ଏ ପର୍ଯ୍ୟନ୍ତ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ଦେଖା ଯାଇନାହିଁ । ଏବଂ ଆଗୁଆ ସୂଚନା ଦ୍ବାରା ସମ୍ଭାବ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇଛି । ଏହାଛଡା ରାଜ୍ୟରେ ସମ୍ଭାବ୍ୟ ସନ୍ତ୍ରାସବାଦୀ କାର୍ଯ୍ୟକଳାପ ସମ୍ବନ୍ଧୀୟ ସୂଚନା ସମସ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମାନଙ୍କୁ ସମୟାନୁକ୍ରମେ ବିଭିନ୍ନ ପରାମର୍ଶ ଓ ସତର୍କ ବାର୍ତ୍ତା ମାଧ୍ୟମରେ ପ୍ରେରଣ କରାଯାଇଛି ।

ବାମପନ୍ଥୀ ଉଗ୍ରବାଦ - 2021 ବର୍ଷରେ ରାଜ୍ୟରେ ବାମପନ୍ଥୀ ଉଗ୍ରବାଦ ସ୍ଥିତି ସାମଗ୍ରିକ ଭାବରେ ନିୟନ୍ତ୍ରଣାଧୀନ । ରାଜ୍ୟରେ ମାଓବାଦୀ ହିଂସା ହ୍ରାସ ପାଇଛି । ରାଜ୍ୟରେ ସକ୍ରିୟ କ୍ୟାଡର ମାନଙ୍କର ସଂଖ୍ୟା ହ୍ରାସ ପାଇଥିଲା । ମାଓବାଦୀ ପ୍ରଭାବିତ ଅଞ୍ଚଳ ସଙ୍କୁଚିତ ହୋଇଛି । ମାଓବାଦୀଙ୍କ ପ୍ରତି ଜନ ସମର୍ଥନ କ୍ରମଶଃ ହ୍ରାସ ପାଇଛି । ବର୍ତ୍ତମାନ ମାଓବାଦୀ ପ୍ରଭାବିତ ୧୦ଟି ଜିଲ୍ଲା ରହିଛି । ପୁଲିସ ଓ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଯୋଗୁଁ ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ଏବଂ କଳାହାଣ୍ଡି, ରାୟଗଡ, କନ୍ଧମାଳ ଜିଲ୍ଲା ସମେତ ଅଧିକାଂଶ ଅଞ୍ଚଳର ପରିସ୍ଥିତିରେ ଉଲ୍ଲେଖନୀୟ ଉନ୍ନତି ପରିଲକ୍ଷିତ ହୋଇଛି । ତେବେ ଅଳ୍ପ କେତୋଟି ଜାଗାରେ ମାଓବାଦୀ କାର୍ଯ୍ୟକଳାପ ଆହ୍ବାନପୂର୍ଣ୍ଣ ରହିଛି । 2021 ବର୍ଷରେ ମାଓବାଦୀମାନଙ୍କ ସହିତ ସଂଗଠିତ 21ଥର ସମେତ ରାଜ୍ୟରେ ମୋଟ 28 ଥର ଗୁଳି ବିନିମୟ ଘଟଣା ଘଟିଛି । ଯେଉଁଥିରେ 2 ଜଣ ସାଧାରଣ ବ୍ୟକ୍ତିଙ୍କର ପ୍ରାଣହାନୀ ହୋଇଛି । ଜଣେ ସୁରକ୍ଷାକର୍ମୀ (ଗ୍ରାମରକ୍ଷୀ) ଶହୀଦ ହୋଇଛନ୍ତି । ଏହି ବର୍ଷ ମଧ୍ୟ ବାମପନ୍ଥୀ ଉଗ୍ରବାଦ ବିରୋଧୀ କାର୍ଯ୍ୟାନୁଷ୍ଠାନରେ ସୁରକ୍ଷା ବାହିନୀ ଉଲ୍ଲେଖନୀୟ ସଫଳତା ପାଇଛି । ପୁଲିସ ସହିତ ପୃଥକ ପୃଥକ ଗୁଳି ବିନିମୟ ଘଟଣାରେ 7 ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି । 36 ଜଣଙ୍କୁ ଗିରଫ କରାଯାଇଥିବାବେଳେ 21 ଜଣ ଆତ୍ମସମର୍ପଣ କରିଛନ୍ତି ।

ଏତଦବ୍ୟତୀତ ମାଓବାଦୀ ବିରୋଧୀ କାର୍ଯ୍ୟାନୁଷ୍ଠାନରେ 30 ଟି ବନ୍ଧୁକ, 48 ଟି ଉନ୍ନତ ବିସ୍ଫୋରକ ଏବଂ ବହୁ ପରିମାଣରେ ଗୁଳିଗୋଳା, ବିସ୍ଫୋରକ ସାମଗ୍ରୀ ତଥା ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ବାମପନ୍ଥୀ ଉଗ୍ରବାଦ ଉପଦ୍ରୁତ ଅଞ୍ଚଳରେ ସୁରକ୍ଷା ବଳୟକୁ ସଶକ୍ତ କରି ଉକ୍ତ ଅଞ୍ଚଳରେ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ସୁରକ୍ଷିତ ପରିବେଶ ସୃଷ୍ଟି କରିବା ନିମନ୍ତେ ପ୍ରଭାବୀ ପଦକ୍ଷେପ ନିଆଯାଇଛି । ଉକ୍ତ ଅଞ୍ଚଳଗୁଡିକରେ କମ୍ପାନୀ ଅପରେସନାଲ୍ ବେସ୍‌ ସ୍ଥାପନା ହେବା ଦ୍ବାରା ସୁରକ୍ଷା ବାହିନୀ ଦ୍ବାରା ମାଓବାଦୀ ବିରୋଧୀ ଅଭିଯାନକୁ ତ୍ବରାନ୍ବିତ କରାଯିବା ସହିତ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରାଯାଇ ପାରିଛି । ସିପିଆଇ(ମାଓବାଦୀ) କ୍ୟାଡରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ନିଆ ଯାଇଥିବା ସମନ୍ବିତ ପ୍ରୟାସର ଅଂଶ ସ୍ବରୂପ "ଆତ୍ମସମର୍ପଣ ଏବଂ ପୁନର୍ବାସ ଯୋଜନା”କୁ ସମୟାନୁବର୍ତ୍ତୀ ଭାବରେ କାର୍ଯ୍ୟକାରୀ କରାଯାଇଛି । ଅଧିକ ସଂଖ୍ୟାରେ ସିପିଆଇ (ମାଓବାଦୀ) କ୍ୟାଡରଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଉପରେ ବିଶେଷ ପ୍ରାଧାନ୍ୟ ଦିଆଯାଇଛି । ଏତଦବ୍ୟତୀତ ପ୍ରଭାବିତ ଅଞ୍ଚଳରେ ଜନସାଧାରଣଙ୍କ ବିଶ୍ବାସନୀୟତା ବୃଦ୍ଧି ତଥା ଜନ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମାଓବାଦୀ କାର୍ଯ୍ୟକଳାପକୁ ପ୍ରତିହତ କରିବା ପାଇଁ ପ୍ରଚେଷ୍ଟା ଜାରି ରହିଛି ।

ଭବାନୀ ଶଙ୍କର ଦାସ, ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.