ETV Bharat / city

Common PG Admission 2022, ଏକକ ପିଜି ନାମଲେଖା ଅବଧି ବୃଦ୍ଧି - ସରକାରୀ ବିଶ୍ଵବିଦ୍ୟାଳୟ ରେ ପିଜି ନାମଲେଖା

ଏକକ ପିଜି ନାମଲେଖା Common PG Admission ଅବଧି ବୃଦ୍ଧି କରାଯାଇଥିବାବେଳେ, ସେପ୍ଟେମ୍ବର ୫ରେ ପ୍ରକାଶ ପାଇବ ମେଧା ତାଲିକା । ଅଧିକ ପଢନ୍ତୁ

Common PG Admission 2022, ଏକକ ପିଜି ନାମଲେଖା ଅବଧି ବୃଦ୍ଧି

author img

By

Published : Aug 20, 2022, 5:21 PM IST

ଭୁବନେଶ୍ବର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସରକାରୀ ବିଶ୍ଵବିଦ୍ୟାଳୟରେ ନାମଲେଖା ପାଇଁ ପିଜି ନାମଲେଖା (Common PG Admission) ପାଇଁ କିଛି ମାତ୍ରାରେ ତାରିଖ ପରିବର୍ତ୍ତନ କରାଯାଇଛି । ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଟେଟିଂ କରିବେ । ସେପ୍ଟେମ୍ବର ୫ ତାରିଖରେ ରାଜ୍ୟସ୍ତରୀୟ ବିଭିନ୍ନ ବିଷୟରେ ମେଧା ତାଲିକା ପ୍ରକାଶ ପାଇବ ।

ଏକକ ପିଜି ନାମଲେଖା ଅବଧି ବୃଦ୍ଧି
ଏକକ ପିଜି ନାମଲେଖା ଅବଧି ବୃଦ୍ଧି

ରାଜ୍ୟରେ ପିଜି ପରୀକ୍ଷା ପରିଚାଳନା କରୁଥିବା ବିଶ୍ବବିଦ୍ୟାଳୟ ପକ୍ଷରୁ ଅଗଷ୍ଟ ୨୨ ସୁଦ୍ଧା ଓକାକକୁ ପିଜି ପ୍ରବେଶିକା ପରୀକ୍ଷା ମାର୍କ ଗୁଡ଼ିକ ହସ୍ତାନ୍ତର କରିବେ । ଅଗଷ୍ଟ ୨୮ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ନିଜର ସ୍ନାତକ ମାର୍କ ଅପଟେଟିଂ କରିବେ । ସେପ୍ଟେମ୍ବର ୫ ତାରିଖରେ ରାଜ୍ୟସ୍ତରୀୟ ବିଭିନ୍ନ ବିଷୟରେ ମେଧା ତାଲିକା ପ୍ରକାଶ ପାଇବ । ଏହାପରେ ସେପ୍ଟେମ୍ବର ୫ରୁ ୧୧ତାରିଖ ମଧ୍ୟରେ ଯୋଗ୍ୟ ପ୍ରାର୍ଥୀ ମାନେ ଚଏସ ଫିଲିଂ କରିବେ ।

ସେପ୍ଟେମ୍ବର ୧୫ ତାରିଖରେ ପ୍ରଥମ ପର୍ଯ୍ୟାୟ ସିଟ୍ ଆଲଟମେଣ୍ଟ ତାଲିକା ପ୍ରକାଶ ପାଇବା ସହ ୧୬ ଏବଂ ୧୭ ତାରିଖରେ କଲେଜରେ ନାମଲେଖା ହେବ । ସେହିପରି ସେପ୍ଟେମ୍ବର ୨୩ ତାରିଖରେ ଦ୍ବିତୀୟ ପର୍ଯ୍ୟୟର ସିଟ ଆଲଟମେଣ୍ଟ କରାଯିବ । ୨୪ ଓ ୨୫ ତାରିଖରେ ନାମଲେଖା ଦେବ । ଖାଲିଥିବା ସିଟ୍ ତାଲିକା ସେପ୍ଟେମ୍ବର ୨୯ ତାରିଖରେ ସାମ୍ସ ୱେବସାଇଟ୍‌ରେ ଉପଲବ୍ଧ ହେବ । ଅକ୍ଟୋବର ୧୦ରେ ସ୍ପଟ୍ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ ।

୧୧ ଓ ୧୨ ତାରିଖରେ ଶିକ୍ଷାନୁଷ୍ଠାନରେ ରିପୋଟିଂ ହେବ । ୧୪ ତାରିଖରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ଚୂଡ଼ାନ୍ତ ସଟ୍ ମେରିଟ୍ ତାଲିକା ହେବ । ଏହା ପରେ ୧୫ ରୁ ୧୭ମଧ୍ୟରେ ନାମ ଲେଖା ହେବ । ୨୦୨୨-୨୩ ଶିକ୍ଷାବର୍ଷରେ ନାମଲେଖା ପ୍ରକ୍ରିୟା ଶେଷ କରିବା ପରେ ନାମଲେଖା ଫି ଆଦାୟ କରାଯିବ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.