ଭୁବନେଶ୍ବର: ଆଶ୍ବସ୍ତି ଖବର ଦେଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ (Odisha Health Minister) । ଓମିକ୍ରନ(Omicron)କୁ ନେଇ ଭୟଭୀତ ନ ହେବାକୁ ପରାମର୍ଶ ଦେଇଛନ୍ତି । ଓମିକ୍ରନ ମୁକାବିଲା ନେଇ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।
ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, 'ଓମିକ୍ରନ ବିରୋଧରେ ଟିକା କାମ କରୁଛି । ଏହାକୁ ନେଇ ଭୟଭୀତ ହେବାର କିଛି କାରଣ ନାହିଁ । ଯେଉଁମାନେ ବିଦେଶରୁ ଆସୁଛନ୍ତି ତାଙ୍କ ଉପରେ ରାଜ୍ୟ ସରକାର କଡା ନଜର ରଖିଛନ୍ତି । ହୋମ ଆଇସୋଲେସନକୁ ଗୁରୁତ୍ୱ ଦିଆଯାଇଛି । ଯେଉଁମାନେ ବିଦେଶରୁ ଆସୁଛନ୍ତି କେନ୍ଦ୍ର ସରକାରଙ୍କୁ କୁହାଯାଇଛି ରାଜ୍ୟକୁ ଅବଗତ କରାଇବା ପାଇଁ । ଶିକ୍ଷାନୁଷ୍ଠାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ସ୍ୱତନ୍ତ୍ର କ୍ଵାରେଣ୍ଟାଇନ ସେଣ୍ଟରର ବ୍ୟବସ୍ଥା କରାଯାଇଛି ।' ଶିକ୍ଷାନୁଷ୍ଠାନରେ କିଭଳି କୋରୋନା ନ ବ୍ୟାପିବ ସେଥିପାଇଁ ମଧ୍ୟ ବିଶେଷ ଧ୍ୟାନ ଦିଆଯାଉଥିବା ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ