ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ ବଢିବା ନେଇ ପ୍ରତିକ୍ରିୟା ରଖିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଏବେ ଗୋଷ୍ଠୀରେ ଭାଇରସ ଅଛି । ସେପଟେ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଏହା ଚିନ୍ତାଜନକ । କିନ୍ତୁ ରୋଗୀମାନେ ଗୁରୁତର ହେଉନାହାନ୍ତି । ମାତ୍ର ସଂକ୍ରମଣ ବଢୁଥିବାରୁ ରାଜ୍ୟବାସୀ ସମସ୍ତ କୋଭିଡ଼ ନିୟମ ମାନିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ଯେଉଁମାନେ ବିଦେଶରୁ ଫେରୁଛନ୍ତି ସେମାନଙ୍କର ଟେଷ୍ଟ ହେଉଛି । ରିପୋର୍ଟ ପଜିଟିଭ ଆସିଲେ ଜିନୋମ ସିକ୍ବେନ୍ସିଂ କରାଯାଉଛି । ଗତକାଲି ୨୩ ଜଣ ଓମିକ୍ରନ ଭିତରୁ ୧୯ ଜଣଙ୍କ ଲକ୍ଷଣ ନାହିଁ । ଅନ୍ୟମାନଙ୍କ ବହୁତ କମ ଲକ୍ଷଣ ଦେଖାଯାଉଛି । ୨୩ ଜଣଙ୍କ ମଧ୍ୟରୁ ୧୨ ଜଣ ବିଦେଶ ଫେରିଥିବା ଜଣାପଡ଼ିଛି । ଏବେ ଗୋଷ୍ଠୀରେ ଭାଇରସ ରହିଛି । ସେପଟେ ଓମିକ୍ରନର ସଂକ୍ରମଣ କ୍ଷମତା ଅଧିକ ଥିବାରୁ ଏହା ଅଧିକ ଚିନ୍ତା ଜନକ। କିନ୍ତୁ ରୋଗୀ ଗୁରୁତର ହେଉ ନାହାନ୍ତି ।
ଏହା ବି ପଢନ୍ତୁ: ଜଗତପୁରରୁ ନକଲି ସିମେଣ୍ଟ କାରଖାନା ଠାବ
ଅନ୍ୟପଟେ ଟେଷ୍ଟ, ସର୍ଭିଲାନ୍ସ ଉପରେ ଗୁରୁତ୍ଵ ଦିଆଯାଉଛି । ତେଣୁ ଗହଳି ନ କରିବା ସହ କୋଭିଡ଼ ନିୟମ ମାନିବାକୁ ସ୍ବାସ୍ଥ୍ୟ ବିଭାଗ ପରାମର୍ଶ ଦେଇଛି । ସରକାର ସବୁ ବିଭାଗରୁ ତଥ୍ୟ ନେଉଛନ୍ତି । ଜିଲ୍ଲା ପ୍ରଶାସନକୁ ବି କ୍ଷମତା ଦିଆଯାଇଛି । ଯେଉଁ ଜିଲ୍ଲାରେ ସଂକ୍ରମଣ ବଢିବ କଟକଣା କରିପାରିବେ।
ଆଗକୁ ପଜିଟିଭି ସଂଖ୍ୟା ବଢିଲେ ସ୍ଥିତି ଦେଖି ନିଷ୍ପତ୍ତି ନିଆଯିବ । ଓମିକ୍ରନ ଭାଇରସ ଗୋଷ୍ଠୀରେ ଅଛି । ନଚେତ ସ୍ଥାନୀୟ ସଂକ୍ରମଣ ଆସି ନଥାନ୍ତା । ତେଣୁ ସଂକ୍ରମଣ ରୋକିବାକୁ କୋଭିଡ଼ ନିୟମ ମାନିବା ଜରୁରୀ ହୋଇପଡ଼ିଛି । ଏହାସହିତ କୌଣସି ସ୍ଥାନରେ ଗହଳି ନ କରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ