ETV Bharat / city

Omicron Tension: ଆକ୍ରାନ୍ତ ଦେଶରୁ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ମାଇକ୍ରୋ ସ୍ତରରେ ଉଦ୍ୟମ

author img

By

Published : Dec 7, 2021, 3:40 PM IST

ଓମିକ୍ରନକୁ ନେଇ ସଜାଗ ରହିଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଆକ୍ରାନ୍ତ ଦେଶରୁ ଫେରୁଥିବା ବ୍ୟକ୍ତିଙ୍କୁ ପ୍ରତିଟି ଜିଲ୍ଲାରେ ମାଇକ୍ରୋ ସ୍ତରରେ ଚିହ୍ନଟ କରିବା ପାଇଁ ଚାଲିଛି ପ୍ରଚେଷ୍ଟା । ଅଧିକ ପଢନ୍ତୁ

Omicron Tension: ଆକ୍ରାନ୍ତ ଦେଶରୁ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ମାଇକ୍ରୋ ସ୍ତରରେ ଉଦ୍ୟମ
Omicron Tension: ଆକ୍ରାନ୍ତ ଦେଶରୁ ଫେରନ୍ତାଙ୍କୁ ଚିହ୍ନଟ ପାଇଁ ମାଇକ୍ରୋ ସ୍ତରରେ ଉଦ୍ୟମ

ଭୁବନେଶ୍ବର: କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ ଓମିକ୍ରନ(Omicron Variant)କୁ ନେଇ ଚିନ୍ତାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ । ଏହା କ୍ଷିପ୍ର ଗତିରେ ବ୍ୟାପୁଥିବାରୁ ଏହାକୁ ରୋକିବା ଲାଗି ଚାଲିଛି ଉଦ୍ୟମ । ଆକ୍ରାନ୍ତ ଦେଶରୁ ଆସୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଲାଗି ଜିଲ୍ଲାରେ ମାଇକ୍ରୋ ସ୍ତରରେ (Micro level)ରେ ପ୍ରଚେଷ୍ଟା କରାଯାଉଥିବା ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡକ୍ଟର ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ଏହି ନୂଆ ଭାଇରସ ଏବେ ଚିନ୍ତା ବଢାଇବାରେ ଲାଗିଛି । ଗୋଟିଏ ରାଜ୍ୟରୁ ଅନ୍ୟ ଏକ ରାଜ୍ୟକୁ ଖୁବ ଶୀଘ୍ର ବ୍ୟାପିବାରେ ଲାଗିଛି । ଏ ନେଇ ପ୍ରଶାସନ ମଧ୍ୟ ଅନେକ ବ୍ୟବସ୍ଥା ଆରମ୍ଭ କରିଛି । ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ(Health Director) କହିଛନ୍ତି ଯେ ଗତକାଲି ସନ୍ଧ୍ୟା ଯାଏଁ କୌଣସି ବିଦେଶ ଫେରନ୍ତା ପଜିଟିଭ ବାହାରିନାହାନ୍ତି । 6 ବିଦେଶ ଫେରନ୍ତା ପଜିଟିଭ ବାହାରିଥିବା ନେଇ ଯେଉଁ ଖବର ଆସୁଛି, ତାହା ତର୍ଜମା କରାଯାଉଛି । ସଂଧ୍ୟା ସୁଦ୍ଧା ଏନେଇ ସ୍ପଷ୍ଟ କରାଯିବ । ରିସ୍କ କଣ୍ଟ୍ରି ଫେରନ୍ତାଙ୍କୁ ଠାବ କରିବାକୁ ଜିଲ୍ଲା ସ୍ତରରେ ମାଇକ୍ରୋ ଲେଭଲରେ ପ୍ରଚେଷ୍ଟା ଜାରି ରହିଛି । ସମସ୍ତଙ୍କୁ ନିଶ୍ଚିତ ଖୋଜି ବାହାର କରାଯିବ ବୋଲି ସେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ଏବେ ସ୍ବଳ୍ପ ଲକ୍ଷଣ ଦେଖାଯାଉଛି । ଏଯାଏଁ କାହାରି ମୃତ୍ୟୁ ହୋଇନି । ଟିକା କାମ କରୁଛି ବୋଲି ସବୁ ବିଶେଷଜ୍ଞ ମତ ଦେଉଛନ୍ତି । ବର୍ତ୍ତମାନ ସୁଦ୍ଧା ଯାହା ତଥ୍ୟ ଆସିଛି, ଓମିକ୍ରନକୁ ଡରିଲା ଭଳି ନୁହେଁ । ସେପଟେ 18 ବର୍ଷରୁ କମ ପିଲାଙ୍କ ଟୀକାକରଣ ଲାଗି କୌଣସି ନିର୍ଦ୍ଦେଶ ଆସିନି । ଯଦି ନିର୍ଦ୍ଦେଶ ଆସିବ, ଆମର ଭିତ୍ତିଭୂମି ପ୍ରସ୍ତୁତ ରହିଛି । ଟିକା ବି ମହଜୁଦ ରହିଛି ।

ତେବେ ବିଦେଶରୁ ରାଜ୍ୟକୁ ଆସିଥିବା 40 ପ୍ରତିଶତ ବ୍ୟକ୍ତି ଠାବ ହୋଇପାରିନହାନ୍ତି । ଏହାର କାରଣ 'ଏୟାର ସୁବିଧା' ପୋର୍ଟାଲ(Air Suvidha Portal)ରେ ଭୁଲ ତଥ୍ୟ ଦେବା, ଭୁଲ ଠିକଣା ସହ ମୋବାଇଲ ନଂ ଭୁଲ ଦେଉଛନ୍ତି । ଯାହା ଫଳରେ ସେମାନଙ୍କୁ ଖୋଜିବାରେ ଅନେକ ସମସ୍ୟା ଦେଖାଯାଉଛି ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.