ETV Bharat / city

ରାଜ୍ୟରେ 6 କୋଟି ଡୋଜ ପହଞ୍ଚିବ ଟୀକାକରଣ

author img

By

Published : Feb 13, 2022, 10:24 PM IST

ଆଗାମୀ କିଛିଦିନ ମଧ୍ୟରେ ରାଜ୍ୟରେ 6 କୋଟି ଡୋଜ୍ ଛୁଇଁବ ଟୀକାକରଣ । ଯେଉଁମାନେ ଟିକା ନେଇନାହାନ୍ତି ତୁରନ୍ତ ନେବାକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ । ଅଧିକ ପଢନ୍ତୁ

ରାଜ୍ୟରେ 6 କୋଟି ଡୋଜ ପହଞ୍ଚିବ ଟୀକାକରଣ
ରାଜ୍ୟରେ 6 କୋଟି ଡୋଜ ପହଞ୍ଚିବ ଟୀକାକରଣ

ଭୁବନେଶ୍ବର: ରାଜ୍ୟରେ 6 କୋଟି ଡୋଜ୍ ଛୁଇଁବ ଟୀକାକରଣ । ଏହାକୁ ତ୍ୱରାନ୍ୱିତ କରିବା ପାଇଁ ବିଭିନ୍ନ ପଦକ୍ଷପ ନିଆଯାଉଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିବା ବେଳେ ଟୀକା ନେଇନଥିବା ବ୍ୟକ୍ତିଙ୍କୁ ତୁରନ୍ତ ନେବାକୁ ପରାମର୍ଶ ଦେଇଛନ୍ତି ।

ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଟୀକାକରଣକୁ ଅଧିକ ତ୍ୱରାନ୍ୱିତ କରାଯାଉଛି । ପ୍ରତିଟି ଲୋକଙ୍କ ନିକଟରେ ପହଞ୍ଚାଇବାକୁ ପ୍ରୟାସ ଜାରି ରହିଛି । ଆଗାମୀ କିଛିଦିନ ମଧ୍ୟରେ ରାଜ୍ୟରେ 6 କୋଟି ଡୋଜ୍ ଟୀକାକରଣ ମାଇଲ ଖୁଣ୍ଟ ଛୁଇଁବ । 13 ଫେବ୍ରୁଆରୀ ଅପରାହ୍ନ 4 ଟା ସୁଦ୍ଧା 5 କୋଟି 92 ଲକ୍ଷ 79 ହଜାର 851 ଡୋଜ୍ ଟୀକାକରଣ ଦିଆଯାଇଛି । ସେଥିମଧ୍ୟରୁ ପ୍ରଥମ ଡୋଜ 3 କୋଟି 24 ଲକ୍ଷ 68 ହଜାର 102 ଓ ଦ୍ୱିତୀୟ ଡୋଜ ନେଇଛନ୍ତି 2 କୋଟି 60 ଲକ୍ଷ 88 ହଜାର 891 ଓ ପ୍ରିକସନ ଡୋଜ 7 ଲକ୍ଷ 22 ହଜାର 858 ଦିଆଯାଇଛି ।

ଆଜି(ରବିବାର) ରାଜ୍ୟରେ 1803 ଟି କେନ୍ଦ୍ରରେ ଟୀକାକରଣ କରାଯାଇଛି । ଏଥିରୁ 2 କୋଟି 87 ଲକ୍ଷ 95 ହଜାର 397 ଡୋଜ ପୁରୁଷଙ୍କୁ ଦିଆଯାଇ ଥିବାବେଳେ 2 କୋଟି 97 ଲକ୍ଷ 47 ହଜାର 428 ଡୋଜ ମହିଳାଙ୍କୁ ଦିଆଯାଇଛି । ଏହା ସହିତ କୋଭିସିଲ୍ଡ ନେଇଛନ୍ତି 5 କୋଟି 2 ଲକ୍ଷ 38 ହଜାର 865 ଓ କୋଭାକ୍ସିନ ନେଇଛନ୍ତି 90 ଲକ୍ଷ 35 ହଜାର 32 ଜଣ ।

15 ରୁ 17 ବର୍ଷର ପିଲାମାନେ ଟୀକା ନେଇଛନ୍ତି 21 ଲକ୍ଷ 63 ହଜାର 15 ଜଣ ସେହିଭଳି ଭାବରେ 18 ରୁ 44 ବର୍ଷ ବୟସର ଟୀକା ନେଇଛନ୍ତି 3 କୋଟି 34 ଲକ୍ଷ 97 ହଜାର 620। 45 ରୁ 60 ବର୍ଷ ବୟସର ଟୀକା ନେଇଛନ୍ତି 1 କୋଟି 43 ଲକ୍ଷ 4 ହଜାର 409 ଜଣ ଏବଂ 60 ରୁ ଅଧିକ ବର୍ଷର ବୟସ ଟୀକା ନେଇଛନ୍ତି 93 ଲକ୍ଷ 14 ହଜାର 807 ଜଣ ଟିକା ନେଇଛନ୍ତି । ତେବେ ରାଜ୍ୟରେ ଆଗଧାଡ଼ିର ସ୍ୱାସ୍ଥ୍ୟ କର୍ମୀ ଙ୍କ 99 ପ୍ରତିଶତ ପ୍ରଥମ ଡୋଜ ସାରିଥିବା ବେଳେ ଦ୍ୱିତୀୟ ଡୋଜ ନେଇଛନ୍ତି 96 ପ୍ରତିଶତ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.