ETV Bharat / city

କୋଭିଡ ଯୋଦ୍ଧାଙ୍କୁ ତାଗିଦ: ଟିକା ନ ନେଲେ କୋଭିଡ ସୁବିଧାରୁ ହେବେ ବଞ୍ଚିତ - Corona Warriors

କୋଭିଡ ସଂକ୍ରମଣ ପ୍ରତିହିତ ପାଇଁ ସରକାର ପ୍ରଦାନ କରିଥିବା ସୁବିଧା ଉପଭୋଗ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ନଚେତ ମାଗଣା ଚିକିତ୍ସା, ଚିକିତ୍ସା ଅବଧିକୁ ଡ୍ୟୁଟି ଭାବେ ଗଣତି ସୁବିଧା ବଞ୍ଚିତ ହେବେ ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କର । ଅଧିକ ପଢନ୍ତୁ..

କୋଭିଡ ଯୋଦ୍ଧାଙ୍କୁ ତାଗିଦ: ଟିକା ନ ନେଲେ କୋଭିଡ ସୁବିଧାରୁ ହେବେ  ବଞ୍ଚିତ

author img

By

Published : Feb 23, 2021, 11:02 PM IST

ଭୁବେନଶ୍ବର : ରାଜ୍ୟରେ ସ୍ୱାସ୍ଥ୍ୟ କର୍ମୀ ଓ ଆଗ ଧାଡିର କର୍ମଚାରୀ ଠିକ ସମୟରେ ଟୀକା ନେଉ ନାହାନ୍ତି । ଆଉ କିଛି ଟୀକା ନେବାରୁ ବିରତ ରହୁଛନ୍ତି । ଅଥବା ଟୀକା ନେବାରେ ଅବହେଳା କରୁଛନ୍ତି । ଏ ନେଇ ସେମାନଙ୍କ ବିରୋଧରେ କଠୋର ହୋଇଛି ସ୍ୱାସ୍ଥ୍ୟ ବିଭାଗ ।

ପଞ୍ଜୀକୃତ ସ୍ୱାସ୍ଥ୍ୟ କର୍ମୀ ଟୀକା ନ ଯଦି ନେବେନି , ତେବେ ସରକାରଙ୍କ ସମସ୍ତ ସୁବିଧାରୁ ବଞ୍ଚିତ ହେବେ । ସେମାନଙ୍କୁ ବୁଝାଇ ତୁରନ୍ତ ଟୀକାକରଣ ପ୍ରକ୍ରିୟାରେ ସାମିଲ କରନ୍ତୁ । ନଚେତ ରାଜ୍ୟ ଓ ରାଜ୍ୟବାସୀ ସମସ୍ୟା ପଡିବେ । ଏ ନେଇ ସମସ୍ତ ଜିଲ୍ଲାପାଳ ଓ 5 ମହାନଗର ନିଗମ କମିଶନରଙ୍କୁ ଚିଠି ଲେଖିଛନ୍ତି ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର

ରାଜ୍ୟରେ 85% ରୁ ଅଧିକ ସ୍ୱାସ୍ଥ୍ୟ ସେବା କର୍ମଚାରୀ ଟୀକାକରଣ କରାଯାଇଛି । ଏଥିସବ ଆଗ ଧାଡିର କର୍ମଚାରୀଙ୍କ ଟୀକାକରଣ ଭଲ କଭରେଜ୍ ସହିତ ଚାଲିଛି । ଜାତୀୟ ସ୍ତରୀୟ ଟୀକାକରଣରେ ଓଡିଶା 3 ନମ୍ବର ସ୍ଥାନରେ ଅଛି । ତଥାପି ଲକ୍ଷ୍ୟ କରାଯାଇଛି ଯେ, ‘‘ବାରମ୍ବାର ନିର୍ଦ୍ଦେଶ ଏବଂ ସୁଯୋଗ ଦିଆଯିବା ସ୍ୱତେ ଅଳ୍ପ ପଞ୍ଜୀକୃତ ହେଲଥ କେୟାର ୱାର୍କର୍ସ ଏବଂ ଫ୍ରଣ୍ଟ ଲାଇନ୍ ୱାର୍କର୍ସ ପ୍ରଥମ ଟୀକା ନେଇନାହାଁନ୍ତି । ଟୀକାକରଣ ପାଇଁ ପଞ୍ଜୀକୃତ ସଂଖ୍ୟା ଅନୁସାରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଠାରୁ କୋଭିଡ ଟିକା ଡୋଜ ଦାବି କରିଛନ୍ତି । ଯଦି ଆମକୁ ଦିଆଯାଇଥିବା ଟିକାକୁ ସମ୍ପୂର୍ଣ୍ଣ ରୂପେ ବ୍ୟବହାର ନକରିବା, ତେବେ ଆମେ ସମସ୍ୟାରେ ପଡିବା ।’’

ମହାମାରୀର ମୁକାବିଲା ପାଇଁ ଟୀକା କରଣ ଗୁରୁତ୍ୱପୂର୍ଣ । ଯେଉଁମାନେ ଟୀକାକରଣରେ ସାମିଲ ହେଉନାହାଁନ୍ତି ସେମାନେ ଅଗାମୀ ଦିନରେ ଅନ୍ୟମାନଙ୍କୁ ସମସ୍ୟାରେ ପକାଇବେ । ଏହାକୁ ଦୃଷ୍ଟିରେ ରଖି ସମସ୍ତ ସ୍ୱାସ୍ଥ୍ୟକର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କଙ୍କର ଟୀକାକରଣ ପାଇଁ ପଞ୍ଜୀକୃତ ହୋଇଛନ୍ତି । କିନ୍ତୁ ବିନା କାରଣରେ ଟୀକାକରଣକୁ ପ୍ରତ୍ୟାଖ୍ୟାନ କରୁଛନ୍ତି । ଏଣୁ କୋଭିଡ ସଂକ୍ରମଣ ପ୍ରତିହିତ ପାଇଁ ସରକାର ପ୍ରଦାନ କରିଥିବା ସୁବିଧା ଉପଭୋଗ କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଆଉ ଯଦି ଏଭଳି ନ କରନ୍ତି, ତେବେ ମାଗଣା ଚିକିତ୍ସା, ଚିକିତ୍ସା ଅବଧି ଡ୍ୟୁଟିରେ ଗଣତି , ଆର୍ଥିକ ତଥା ମୃତ୍ୟୁ ସମୟରେ ଅନ୍ୟାନ୍ୟ ଲାଭରୁ ବଞ୍ଚିତ ହେବେ ଟୀକା ନେବାରୁ ବିରତ ରହୁଥିବା ସ୍ୱାସ୍ଥ୍ୟ କର୍ମୀ ଓ ଫ୍ରଣ୍ଟ ଲାଇନ ୱାର୍କର ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.