ETV Bharat / city

ତୃତୀୟ ଲହର ପୂର୍ବରୁ ଟୀକାକରଣ ସାରିବା ସରକାରଙ୍କ ଲକ୍ଷ୍ୟ: ବିଜୟ ପାଣିଗ୍ରାହୀ - ବିଜୟ ପାଣିଗ୍ରାହୀ

ରାଜ୍ୟରେ ମହାମାରୀର ତୃତୀୟ ଲହର ପୂର୍ବରୁ ଟୀକାକରଣ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

3ୟ ଲହର ପୂର୍ବରୁ ଟୀକାକରଣ ସାରିବା ସରକାରଙ୍କ ଲକ୍ଷ୍ୟ: ବିଜୟ

author img

By

Published : Jul 1, 2021, 1:13 PM IST

ଭୁବନେଶ୍ବର: ରାଜ୍ୟରେ ଏବେ ଟିକାର ଘୋର ଅଭାବ ଦେଖିବାକୁ ମିଳିଛି । ଫଳରେ ଅନେକ ଜିଲ୍ଲାରେ ବନ୍ଦ ରହିଛି ଟୀକାକରଣ । ତଥାପି ମହାମାରୀର 3ୟ ଲହର ପୂର୍ବରୁ ରାଜ୍ୟରେ ଟୀକାକରଣକୁ ଶେଷ କରିବା ପାଇଁ ସରକାର ଲକ୍ଷ୍ୟ ରଖିଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

3ୟ ଲହର ପୂର୍ବରୁ ଟୀକାକରଣ ସାରିବା ସରକାରଙ୍କ ଲକ୍ଷ୍ୟ: ବିଜୟ

ରାଜ୍ୟରେ ଟିକାର ଅଭାବ ପରିଲକ୍ଷିତ ହୋଇଥିବାରୁ ଲକ୍ଷ୍ୟ ଅନୁଯାୟୀ ଟୀକାକରଣ ହୋଇପାରୁନାହିଁ । ବୁଧବାର ମାତ୍ର 49 ହଜାର ଲୋକଙ୍କୁ ଟିକା ଦିଆଯାଇଛି । ବର୍ତ୍ତମାନ ସୁଧା ରାଜ୍ୟକୁ ଟିକା ଆସିନାହିଁ । କୋଭିସିଲ୍ଡ ଟିକା 19 ହଜାର ରହିଥିବା ବେଳେ COVAXIN ମାତ୍ର 3 ଲକ୍ଷ ଉପରେ ରହିଛି । ତେଣୁ ଆଜି(ଗୁରୁବାର) ମାତ୍ର 114ଟି ସ୍ଥାନରେ ଟୀକାକରଣ କରାଯାଉଛି । ଏହାରି ମଧ୍ୟରୁ 72 ଟି ସ୍ଥାନରେ କେବଳ ଭୁବନେଶ୍ବରରେ ଟୀକାକରଣ କରାଯାଉଛି ବୋଲି ପାଣିଗ୍ରାହୀ କହିଛନ୍ତି ।

ଏହା ମଧ୍ୟରେ 16ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିଛି । ଗୁରୁବାର ରାଜ୍ୟକୁ 1 ଲକ୍ଷ କୋଭିସିଲ୍ଡ ଟିକା ଆସି ପହଞ୍ଚିବ । ଜୁନ ମାସରେ କୋଟା ରାଜ୍ୟକୁ ମିଳିସାରିଛି । ଏହା ପରେ ମଧ୍ୟ କେନ୍ଦ୍ରକୁ ଆହୁରି 6 ଲକ୍ଷ ଟିକା ମଗାଯାଇଥିଲା । ମାତ୍ର ଟିକା ଏଯାଏଁ ରାଜ୍ୟରେ ପହଞ୍ଚି ପାରିନାହିଁ । ଯେତିକି ଟିକା ଆସିବ ରାଜ୍ୟରେ ଆହୁରି ଅଧିକ ଟିକା ଆବଶ୍ୟକ । ତଥାପି ତୃତୀୟ ଲହର ପୂର୍ବରୁ ଟିକାକରଣ ଶେଷ ହେବ ବୋଲି ସେ କହିଛନ୍ତି ।

ଟିକା ମିଳିବା ଉପରେ ଏହା ନିର୍ଭର କରେ ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ରାଜ୍ୟରେ ବର୍ତ୍ତମାନ ସୁଧା 1 କୋଟି 20 ଲକ୍ଷ ଲୋକଙ୍କୁ ଟିକା ନେଇ ସାରିଲେଣି । ପ୍ରଥମ ଡୋଜ ନେଇଛନ୍ତି 98 ଲକ୍ଷ 68 ହଜାର 279 ଜଣ ଓ ଦ୍ବିତୀୟ ଡୋଜ ନେଇଛନ୍ତି 21 ଲକ୍ଷ 48 ହଜାର 249 ଜଣ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.