ETV Bharat / city

ଅନ୍ଧାରୁଆରେ ଆଇକନିକ ଆଦର୍ଶ ବିଦ୍ୟାଳୟ, ମେଧାବୀଙ୍କୁ ମିଳିବ ବିଶ୍ବସ୍ତରୀୟ ଶିକ୍ଷା

author img

By

Published : Sep 5, 2021, 6:40 PM IST

ରାଜ୍ୟର ମେଧାବୀଙ୍କ ପାଇଁ ଖର୍ଚ୍ଚ ହେବ ୧୦୦ କୋଟି । ଆଇକନିକ ଆଦର୍ଶ ବିଦ୍ୟାଳୟରେ ମିଳିବ ବିଶ୍ବସ୍ତରୀୟ ଶିକ୍ଷାଦାନ । ଆଜି ସରିଲା ଶିଳାନ୍ୟାସ । ଆଗାମୀ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ । ଅଧିକ ପଢନ୍ତୁ...

୧୦୦ କୋଟିର ଆଦର୍ଶ ବିଦ୍ୟାଳୟ, ରାଜ୍ୟର ଉତ୍କର୍ଷ କେନ୍ଦ୍ର ପାଲଟିବ: ନବୀନ

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ଅନ୍ଧାରୁଆ ଠାରେ ୨୫ ଏକର ଜମି ଉପରେ ହେବ ଆଦର୍ଶ ବିଦ୍ୟାଳୟ, ଯାହା ଏକ ଉତ୍କର୍ଷ କେନ୍ଦ୍ର ଭାବରେ ନିର୍ମାଣ ହେବାକୁ ଯାଉଛି। ଏଠାରେ ୧ ହଜାର କ୍ଷମତା ବିଶିଷ୍ଟ ଆବାସିକ ବିଦ୍ୟାଳୟରେ ଏକାଦଶ ଓ ଦ୍ବାଦଶ ଶ୍ରେଣୀର ବିଜ୍ଞାନ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯିବା ସହିତ ସର୍ବ ଭାରତୀୟ ସ୍ତରର ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ କୋଚିଂର ସୁବିଧା ରହିବ । ଏହି ବିଦ୍ୟାଳୟର ଭିତ୍ତିଭୂମି ସ୍ଥାପନ ଅବସରରେ ଭିସି ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡି ହେବା ସହ କାର୍ଯ୍ୟକ୍ରମରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ, ଜଟଣୀ ବିଧାୟକ ସୁରେଶ ରାଉତରାୟଙ୍କ ସମେତ ଆଦର୍ଶ ବିଦ୍ୟାଳୟର ଚେୟାରମ୍ୟାନ ଉପେନ୍ଦ୍ର ତ୍ରିପାଠୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ।

ତେବେ ରାଜ୍ୟର ସମସ୍ତ ଆଦର୍ଶ ବିଦ୍ୟାଳୟ ଗୁଡିକରୁ ଯୋଗ୍ୟତା ଅନୁଯାୟୀ ଛାତ୍ରଛାତ୍ରୀମାନେ ଏହି ବିଦ୍ୟାଳୟରେ ନାମଲେଖା ପାଇଁ ମନୋନୀତ ହେବେ । ଏହି ବିଦ୍ୟାଳୟ ଅନ୍ଧାରୁଆ ସ୍ଥିତ ଦାସପୁର ରାସ୍ତାର ଉଭୟ ପାର୍ଶ୍ବରେ ଅବସ୍ଥାପିତ ହେବା ସହ ରାସ୍ତାର ଦକ୍ଷିଣ ପାର୍ଶ୍ଵରେ ୧୩ ଏକର ଜମିରେ ଏକାଡେମିକ୍ ଏବଂ ଆଡ ମିନିଷ୍ଟ୍ରେଟିଭ ବ୍ଲକ୍ ପାଇଁ ଉଦ୍ଦିଷ୍ଟ, ଯେଉଁଥରେ ୨୬ଟି ଶ୍ରେଣୀଗୃହ, ୮ଟି ବିଜ୍ଞାନଗାର, ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ, ଉପାଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଏବଂ ଗ୍ରନ୍ଥାଗାର ଇତ୍ୟାଦି ରହିବାର ବ୍ୟବସ୍ଥା ହୋଇଛି ।

ଏହା ବ୍ୟତୀତ ୧ହଜାର ଛାତ୍ରଛାତ୍ରୀଙ୍କ ପାଇଁ ୨ଟି ଛାତ୍ରନିବାସ ଏବଂ ୨ ଟି ଛାତ୍ରୀନିବାସ, ଶିକ୍ଷକଙ୍କ ପାଇଁ ୨୨ଟି ବାସଗୃହ, ୮ଟି ଅତିଥି କକ୍ଷ ଏବଂ ୩୦ ଜଣଙ୍କ ପାଇଁ ଏକ ବିଶ୍ରାମଗାର ରହିବ । ତେବେ ରାସ୍ତାର ଉତ୍ତର ପାର୍ଶ୍ବର ୧୨ ଏକର ଜମିରେ ମୁକ୍ତାକାଶ କ୍ରୀଡା ସୁବିଧା ଯଥା ଦୌଡ ମାର୍ଗ, ଫୁଟବଲ୍‌ ପଡ଼ିଆ, ଜଳି ପଡ଼ିଆ, ବ୍ୟାଟଲ କୋର୍ଟ, ଲିନସ କୋର୍ଟ, ବ୍ୟାଡମିଣ୍ଟନ୍ ଏବଂ ଭଲିବଲ୍ କୋର୍ଟ ରହିବ ।

ଶିକ୍ଷାକ୍ଷେତ୍ରରେ ଆକର୍ଷଣୀୟ ପାଇଁ ଶ୍ରେଣୀଗୃହରେ ବିଶ୍ବ ସ୍ତରୀୟ ବିଜ୍ଞାନଗାର, ଗ୍ରନ୍ଥାଗାର, ଗଣିତ ଏବଂ ଭାଷା ବିଜ୍ଞାନଗାର, ଉନ୍ନତ ମାନର କମ୍ପ୍ୟୁଟର ଲାବୋରେଟୋରୀ, ଖ୍ୟାତି ସଂପନ୍ନ ବିଶେଷଜ୍ଞ ମାନଙ୍କ ସହ ଯୋଗାଯୋଗ ସହ ଆବାସିକ ଶିକ୍ଷାଦାନ ପାଇଁ ଏହି ପ୍ରତିଷ୍ଠିତ ବିଦ୍ୟାଳୟର ମୁଖ୍ୟ ବୈଶିଷ୍ଟ୍ୟ ହେବ । ଆଉ ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ ୧୦୦ କୋଟି ହେବ ବୋଲି ସରକାରଙ୍କ ତରଫରୁ ବ୍ୟୟ ଅଟକଳ ହୋଇଛି । ସେପଟେ ଏହି କାର୍ଯ୍ୟ ପାଇଁ OB & CC ଲିମିଟେଡକୁ ଦାୟିତ୍ବ ଦିଆଯାଇଥିବା ବେଳେ ଏହାକୁ ଆଗାମୀ ୧୮ ମାସ ମଧ୍ୟରେ ଶେଷ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.