ETV Bharat / city

Odisha Govt Parishrama Portal: ଅପଡେଟ ଭର୍ସନ ଲୋକାର୍ପିତ, ୫୨ଟି ସେବା ହେବ ଉପଲବ୍ଧ

author img

By

Published : Dec 22, 2021, 8:25 AM IST

ଲୋକାର୍ପିତ ହୋଇଛି ଅପଡେଟ ପରିଶ୍ରମ ପୋର୍ଟାଲ(Odisha Govt Parishrama Portal) । ଲୋକସେବା ଭବନରେ ଏହାକୁ ଉଦଘାଟନ କରିଛନ୍ତି ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ । ପୋର୍ଟାଲରୁ ୫୨ଟି ସେବାର ଲାଭ ଉଠାଇବେ ଜନସାଧାରଣ ।

Odisha Govt Parishrama Portal: ଅପଡେଟ ଭର୍ସନ ଲୋକାର୍ପିତ, ୫୨ ଟି ସେବା ହେବ ଉପଲବ୍ଧ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପରିଶ୍ରମ ପୋର୍ଟାଲ(Odisha Govt Parishrama Portal)ର ସଫଳ କାର୍ଯ୍ୟକ୍ଷମ ପରେ ଗତକାଲି(ମଙ୍ଗଳବାର) ଏହାର ଅପଡେଟ ଭର୍ସନ ଉଦଘାଟନ ହୋଇଛି । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି । ପୋର୍ଟାଲ ଦ୍ୱାରା ଶ୍ରମ ଆଇନ ଅନ୍ତର୍ଗତ ୫୨ ଟି ସେବାକୁ ସମ୍ପୂର୍ଣ୍ଣ ସ୍ଵୟଂଚାଳିତ ପ୍ରକ୍ରିୟା ଦ୍ଵାରା ଜନସାଧାରଣଙ୍କୁ ସହଜ ଓ ସରଳ ଉପାୟରେ ଯୋଗାଇ ଦିଆଯିବ ।

ଦ୍ଵିତୀୟ ପର୍ଯ୍ୟାୟରେ ଶ୍ରମ ମନ୍ତ୍ରୀ ଆଉ ୩୦ଟି ସେବାର ଲୋକାର୍ପଣ କରିଛନ୍ତି । ପ୍ରଥମ ପର୍ଯ୍ୟାୟରେ ୫ଟି ବିଭିନ୍ନ ଶ୍ରମ ଆଇନ ଅନ୍ତର୍ଗତ ୨୨ ଟି ସେବା ଯୋଗାଇ ଦିଆଯାଇ ଥିବାବେଳେ ଦ୍ଵିତୀୟ ପର୍ଯ୍ୟାୟରେ ଆଉ ୬ଟି ଶ୍ରମ ଆଇନ ଏବଂ ୨ଟି ନୂତନ ଯୋଜନା ଅଧିନରେ ୩୦ଟି ସେବାର ଅନଲାଇନ ଆବେଦନ ତଥା ଅନୁମୋଦନ ପାଇଁ ବ୍ୟବସ୍ଥା କରାଯାଇଛି । ଏହାଦ୍ଵାରା ବିଭିନ୍ନ ବୃହତ, ମଧ୍ୟମ ଏବଂ କ୍ଷୁଦ୍ର ଶିଳ୍ପ, ମୋଟର ପରିବହନ, ବିଡି ତିଆରି ଶିଳ୍ପ ଇତ୍ୟାଦିର ନିଯୁକ୍ତିଦାତା, ଶ୍ରମିକ ସଂଗଠନ ଏବଂ ବଏଲର୍ ଅପରେସନ୍ ଇଞ୍ଜିନିୟର ପାଇଁ ଆବେଦନକାରୀ ଇତ୍ୟାଦି ଅଂଶୀଦାରମାନେ ଖୁବ୍ ସହଜରେ ଆବଶ୍ୟକୀୟ ସେବାଗୁଡିକ ଉପଲବ୍ଧ କରିପାରିବେ ।

ଏଥିସହିତ ଶିଳ୍ପ ସଂସ୍ଥାଗୁଡିକରେ ଛୁଟି ତାଲିକା ଅନୁମୋଦନ, ସ୍ଥାୟୀ ଆଦେଶ ପ୍ରମାଣପତ୍ର ଅନୁମୋଦନ ଇତ୍ୟାଦି ସେବାଗୁଡିକୁ ପରିଶ୍ରମ ପୋର୍ଟାଲ ଅଧୀନରେ ସରଳୀକୃତ 'ଇ' ପ୍ରଣାଳୀ ଦ୍ଵାରା ତ୍ଵରାନିତ ଭାବେ ଏବଂ ସ୍ଵଚ୍ଛତାର ସହିତ ଯୋଗାଇଦିଆଯାଇଛି । ଫଳରେ ଏହା ରାଜ୍ୟରେ ବ୍ୟବସାୟ ସ୍ଵଚ୍ଛନ୍ଦିକରଣକୁ ପ୍ରୋତ୍ସାହିତ କରିବ ବୋଲି କାର୍ଯ୍ୟକ୍ରମରେ କୁହାଯାଇଛି । ବର୍ତ୍ତମାନ ସୁଦ୍ଧା ବିଭିନ୍ନ ଶିଳ୍ପଦ୍ୟୋଗୀ, ବାଣିଜ୍ୟ ବ୍ୟବସାୟ ପ୍ରତିଷ୍ଠାନ ଓ ଠିକାଦାର ଇତ୍ୟାଦି ଏହି ପୋର୍ଟାଲରେ ୧୧୮୫୪ଟି ଦରଖାସ୍ତ ଦାଖଲ କରିଛନ୍ତି । ତନ୍ମଧ୍ୟରୁ ୧୦୫୭୯ଟି ଦରଖାସ୍ତରେ ଆବଶ୍ୟକୀୟ ସେବା ମଞ୍ଜୁର କରାଯାଇଛି । ପରିଶ୍ରମ ପୋର୍ଟାଲରେ ତୃତୀୟ ପକ୍ଷ ଚାହିଁଲେ ଯେକୌଣସି ଅନୁମୋଦିତ ପ୍ରମାଣପତ୍ରକୁ ଦେଖିପାରିବେ । ଏଥୁସହିତ ଏହି ପୋର୍ଟାଲ ଏକ ସୁବ୍ୟବସ୍ଥିତ ପ୍ଲାଟଫର୍ମ ରୂପେ କାର୍ଯ୍ୟ କରିବ ।

ଯାହାଦ୍ଵାରା ବିଭାଗ ଅଧିନରେ କାର୍ଯ୍ୟକାରୀ ହେଉଥିବା ଶ୍ରମ ଆଇନ, ଫର୍ମ, ବିଭିନ୍ନ ସେବା ପାଇଁ ଆବେଦନ ପ୍ରକ୍ରିୟା, ପୈଠର ପରିମାଣ ଇତ୍ୟାଦି ସମ୍ବନ୍ଧରେ ସମସ୍ତ ସୂଚନା ଅଂଶୀଦାରମାନେ ପାଇପାରିବେ । ଏହି ପରିଶ୍ରମ ପୋର୍ଟାଲରୁ ପ୍ରାୟ ୫ ହଜାରରୁ ଊର୍ଦ୍ଧ୍ବ କାରଖାନା, ପାଖାପାଖି ୫୦ ହଜାରରୁ ଊର୍ଦ୍ଧ୍ବ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନ ଏବଂ ପ୍ରାୟ ୧ ଲକ୍ଷରୁ ଊର୍ଦ୍ଧ୍ୱ ସଂଖ୍ୟକ ଅଂଶୀଦାର ଲାଭ ପାଇପାରିବେ । ଲୋକାର୍ପଣ ଉତ୍ସବରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ପ୍ରମୁଖ ଶାସନ ସଚିବ, ଶ୍ରମ କମିଶନର ଏନ. ଥିରୁମାଲା ନାୟକ ଏବଂ ବିଭାଗର ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.