ETV Bharat / city

Child Assembly: ବସିଲା ଶିଶୁ ବିଧାନସଭା, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ - ବସିଲା ଛାୟା ବିଧାନସଭା

ଆରମ୍ଭ ହେଲା ଶିଶୁ ବିଧାନସଭା (Child Assembly In Bhubaneswar) । ଶିଶୁ ବିଧାନ ସଭାରେ ଉଠିଲା ରାଜ୍ୟର ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ପ୍ରସଙ୍ଗ । ଅନୁଭୂତି ସାଉଣ୍ଟିଲେ ଛାତ୍ରଛାତ୍ରୀ । ଅଧିକ ପଢନ୍ତୁ

Student Assembly in Bhubaneswar:ଆରମ୍ଭ ହେଲା ଶିଶୁ ଛାୟା ବିଧାନସଭା , ବିରୋଧୀଙ୍କ ଉତ୍ତର ରଖିଲେ ମନ୍ତ୍ରୀ

author img

By

Published : Nov 29, 2021, 2:05 PM IST

Updated : Nov 29, 2021, 2:44 PM IST

ଭୁବନେଶ୍ବର: ପୁରୁଣା ବିଧାନସୌଧ ପରିସରରେ ଆରମ୍ଭ ହେଲା ଶିଶୁ ବିଧାନସଭା । ରାଜ୍ୟର ବିଭିନ୍ନ ସ୍କୁଲର ଛାତ୍ରଛାତ୍ରୀଙ୍କୁ ନେଇ ଏହା ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ଅନୁଭୂତି ସାଉଣ୍ଟିଲେ ଛାତ୍ରଛାତ୍ରୀ । ବିଧାନସଭାରେ କାର୍ଯ୍ୟକ୍ରମ ଭଳି ଶିଶୁ ବିଧାନସଭାରେ ଶୋକ ପ୍ରସ୍ତାବ, ପ୍ରଶ୍ନକାଳ,ମୁଲତବୀ ପ୍ରସ୍ତାବ ଆଗତ କରଯାଇଥିଲା । ଆଜି ପ୍ରଥମ ଦିନରେ ଗୃହରେ ବାଚସ୍ପତି, ବିରୋଧୀ ଦଳ ନେତା, ବିଭିନ୍ନ ବିଭାଗୀୟ ମନ୍ତ୍ରୀ, ଶାସକ ଓ ବିରୋଧୀ ଦଳ ବିଧାୟକ ଭାବେ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରି ବିଭିନ୍ନ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ । ବାଲ୍ୟ ବିବାହ, ଶିଶୁ ଶ୍ରମିକ ଓ ଶିଶୁ ନିର୍ଯାତନା ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ନିରାକରଣ ବ୍ୟବସ୍ଥା ସହ ଶିଶୁ ସୁରକ୍ଷା ପାଇଁ କଣ ବ୍ୟବସ୍ଥା କରିଛନ୍ତି ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡିଥିଲେ ବିରୋଧୀ।

Child Assembly: ବସିଲା ଶିଶୁ ବିଧାନସଭା, ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଲେ ମନ୍ତ୍ରୀ

ସେହିପରି ରାଜ୍ୟରେ ଶିଶୁଙ୍କ ପାଇଁ ଶିକ୍ଷା ବ୍ୟବସ୍ଥା କଣ ସୁଧାର ଅଣାଯାଇଛି ସେନେଇ ବିଭଗୀୟ ମନ୍ତ୍ରୀଙ୍କ ଠାରୁ ଉତ୍ତର ଲୋଡିଥିଲେ ବିଧାୟକ । ରାଜ୍ୟରେ କେତେ ସ୍କୁଲ ସ୍ମାର୍ଟ ସ୍କୁଲ କରାଯାଇଛି, ଆଉ କେତେ ସ୍କୁଲ ରୂପାନ୍ତରିତକରଣ ପାଇଁ ଆଉ କଣ କଣ ଯୋଜନା ହୋଇଛି ସେ ନେଇ ବିଭାଗୀୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ବିରୋଧି ।

ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (child protection rights commission)ର 40 ଦିନିଆ ଶିଶୁ ଅଧିକାର ଅଭିଯାନ ଅବସରରେ ଛୋଟପିଲା ମାନଙ୍କ ପାଇଁ ଶିଶୁ ବିଧାନସଭାର ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଯୋଗ ଦେଇ ଉଦଘାଟନ କରିଥିଲେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Nov 29, 2021, 2:44 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.