ଭୁବନେଶ୍ବର: ଚଳିତ ଶୀତ ଅଧିବେଶନ(Odisha Assembly Winter Session) ପୂର୍ବରୁ ଆତ୍ମାହୂତି ଚିନ୍ତା । ବିଧାନସଭା ସମ୍ମୁଖରେ ଆତ୍ମାହୂତି(SELF IMMOLATION) ଟ୍ରେଣ୍ଡ ରୋକିବାକୁ ନିଷ୍ପତି ନେଇଛନ୍ତି ରାଜ୍ୟସରକାର । ଏଥିପାଇଁ ସମସ୍ତ ଜିଲ୍ଲାର ଏସପିମାନଙ୍କୁ ଆଲର୍ଟ କରାଯାଇଛି ।
ଅସନ୍ତୋଷ ଜାହିର କରି ଆତ୍ମାହୂତି କରିବାକୁ ଉଦ୍ୟମ କରୁଥିବା ଲୋକଙ୍କୁ ବୁଝାଇ କିପରି ସମସ୍ୟା କରିହେବ ସେଥିପ୍ରତି ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହ ସେମାନେ ଦାବି କୁରିଥିବା ବିଷୟ ଉପରେ ଆଲୋକପାତ କରି କିପରି ଜିଲ୍ଲାରେ ହିଁ ତାଙ୍କ ସମାଧାନ କରିହେବ ସେଥିପ୍ରତି ଧ୍ୟାନ ଦେବାକୁ ଏସପିଙ୍କୁ କହିଛନ୍ତି । ଯେପରି ଏଥର ବିଧାନସଭା ସମ୍ମୁଖରେ ଆତ୍ମାହୂତି ପ୍ରସଙ୍ଗ ନ ଆସେ ସେଥିପ୍ରତି ସଯାଗ ରହିବାକୁ କହିଛନ୍ତି । ଏଥିସହ ବିଧାନସଭା ଚାଲୁଥିବା ସମୟରେ ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।
ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା ସହ ବନ୍ଧୁକଧାରି ପୋଲିସ, ଅଗ୍ନିଶମ ଓ ଆମ୍ବୁଲାନସ ବ୍ୟବସ୍ଥା ମଧ୍ୟ ହୋଇଛି । ଇଣ୍ଟେଲିଜେନ୍ସ , ସ୍ପେଶାଲ ବ୍ରାଞ୍ଚ ସହ କମିଶନରେଟ ପୋଲିସ ଏନେଇ ଆଲର୍ଟ ରହିବେ । ବିଧାନସଭା ଚାରିପାଖରେ ଟ୍ରାଫିକ କଟକଣା ଲାଗୁ ହୋଇଛି ।ଜନସାଧାରଣ ଯିବା-ଆସିବା ଉପରେ ରୋକ ଲଗାଯାଇଛି । କେବଳ ସରକାରୀ ଚାକିରିଆ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କୁ ଯିବାକୁ ଅନୁମତି ମିଳିଛି । ଏଥିପାଇଁ କମିଶନରେଟ ପୋଲିସଙ୍କ ଅଫିସଠୁ ଆରମ୍ଭ କରି ଏଜି ଛକ ପଖ ଓ କେଶରୀ ଟକିଜଠୁ ଆରମ୍ଭ କରି ଆଇଜି ପାର୍କ ନିକଟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି । ଏନେଇ ପୋଲିସ ଡିଜି ଓ କମିଶନରେଟ ପୋଲିସଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଆଲୋଚନା କରିଛନ୍ତି ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ