ଭୁବନେଶ୍ବର: ଓଏଏସ ସ୍ତରରେ ଅଦଳ ବଦଳ କରିଛନ୍ତି ରାଜ୍ୟ ସରକାର । ଏନେଇ ସାଧାରଣ ପ୍ରସାଶନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ଉପରେ ୮ ଜଣ ଓଏଏସ ଅଫିସରଙ୍କ ବଦଳି କରାଯାଇଥିବା ସୂଚନା ଦେଇଛନ୍ତି ସାଧାରଣ ପ୍ରସାଶନ ବିଭାଗ ।
ପ୍ରଶାସନିକ ସ୍ତରରେ ନିୟୋଜିତ ଥିବା କିଶୋର ଚନ୍ଦ୍ର ଦାସ ହେଲେ ବାଣିଜ୍ୟ ଓ ପରିବହନ ଯୁଗ୍ମ ସଚିବ । ପୁରନ୍ଦର ଧରୁଆ ହେଲେ ମତ୍ସ୍ୟ ଓ ପଶୁସଂପଦ ବିକାଶ ଯୁଗ୍ମ ସଚିବ । ସେହିପରି ଶୁଭ୍ରା ମହାନ୍ତିଙ୍କୁ ସମବାୟ ବିଭାଗର ଯୁଗ୍ମ ସଚିବ ପଦରେ ନିଯୁକ୍ତ କରାଯାଇଛି । ସଂଘମିତ୍ରା ଶତପଥୀ ହେଲେ ଯୁଗ୍ମ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ
ରେଣୁପ୍ରଭା ନାୟକ ହେଲେ ଦକ୍ଷତା ବିକାଶ ବିଭାଗର ଯୁଗ୍ମ ସଚିବ । ଲୋକନାଥ ଦଳବେହେରା ହେଲେ ଗଜପତି DRDAର APD । ଶକ୍ତିକାନ୍ତ ରାୟ ହେଲେ ଖୋର୍ଦ୍ଧା DRDAର APD । ଗୋପୀନାଥ କୁଅଁର ହେଲେ ଯାଜପୁର DRDAର ଅତିରିକ୍ତ PD ।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ