ETV Bharat / city

ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର, ସମାଲୋଚନା କଲେ ବିରୋଧୀ

author img

By

Published : Jan 30, 2021, 7:25 PM IST

୨୦୨୦ -୨୧ ଅର୍ଥନୈତିକ ସର୍ଭେ ରିପୋର୍ଟ ଅନୁସାରେ ରାଜ୍ୟରେ ସାଧାରଣ ଜନତାଙ୍କୁ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଇବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପଛୁଆ । ଏହାକୁ ନେଇ ରାଜ୍ୟ ସରକାରଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି ବିରୋଧୀ । ଅଧିକ ପଢନ୍ତୁ...

economic survey report of 2020-21
ମୌଳିକ ସୁବିଧା ଯୋଗାଇବାରେ ବିଫଳ ରାଜ୍ୟ ସରକାର ବିଫଳ, ସମାଲୋଚନା କଲେ ବିରୋଧୀ

ଭୁବନେଶ୍ବର: ସର୍ବନିମ୍ନ ଆବଶ୍ୟକତା ଦେବାରେ ଅନ୍ୟ ରାଜ୍ୟ ତୁଳନାରେ ଓଡିଶା ପଛୁଆ । ଏ ନେଇ ୨୦୨୦ -୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ପ୍ରକାଶ ପାଇଛି। ଏହି ରିପୋର୍ଟକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି କହିଛି ସରକାର କେବଳ କାଗଜ କଲମରେ ବିକାଶର ଚିତ୍ର ଆଙ୍କୁଥିବା ବେଳେ ଆଜି ତଥ୍ୟ ସାମ୍ନାକୁ ଆସିଛି । ସେପଟେ ଅର୍ଥନୀତି ବିଶାରଦଙ୍କ ଅନୁସାରେ ଯୋଜନାର ସଠିକ କାର୍ଯ୍ୟକାରିତା ଅଭାବରୁ ଏଭଳି ହୋଇଛି ଓ ଏହା ଅର୍ଥନୀତିକୁ ବି ପ୍ରଭାବିତ କରିବ।

ରାଜ୍ୟରେ ସାଧାରଣ ଜନତାଙ୍କୁ ସର୍ବନିମ୍ନ ଆବଶ୍ୟକତା ଯୋଗାଇ ଦେବାରେ ପଛରେ ଓଡିଶା । ୨୦୧୮ରେ ସର୍ବନିମ୍ନ ଆବଶ୍ୟକତା ସୂଚୀରେ ଓଡିଶା ସମେତ ୪ଟି ରାଜ୍ୟ ପଛରେ ରହିଛନ୍ତି। ୨୦୨୦ -୨୧ ଅର୍ଥନୈତିକ ସର୍ଭେ ରିପୋର୍ଟରୁ ଏହି ତଥ୍ୟ ସାମ୍ନାକୁ ଆସିଛି। ବିଜୁଳି,ଘର,ସୁରକ୍ଷିତ ରନ୍ଧନ ଇନ୍ଧନ ସ୍ବଚ୍ଛ ପାନୀୟ ଜଳ ଆଦି ସର୍ଵନିମ୍ନ ଆବଶ୍ୟକତା ଯୋଗାଇବାରେ ଓଡିଶା ସମେତ ତ୍ରିପୁରା, ଝାଡ଼ଖଣ୍ଡ ଓ ପଶ୍ଚିମବଙ୍ଗ ତାଲିକାର ତଳେ ରହିଛନ୍ତି। ସେହିପରି ପିଇବା ପାଣି ଉପଲବ୍ଧତା ସୂଚୀରେ ଓଡିଶା ସମେତ ଝାଡଖଣ୍ଡ ଓ କେରଳ ତଳେ ରହିଛନ୍ତି। ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହି ତଥ୍ୟ ସାମ୍ନାକୁ ଆସିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ। ବିଜେପି କହିଛି କେବଳ କାଗଜ କଲମରେ ବିକାଶ ହେଉଛି। ଏତେଦିନ ଶାସନ ପରେ ବି ଲୋକଙ୍କୁ ସର୍ବନିମ୍ନ ଆବଶ୍ୟକତା ଦେବାରେ ସରକାର ବିଫଳ। ଭୁଲ ତଥ୍ୟ ଦେଇ ସରକାର ଲୋକଙ୍କୁ ଭୁଆଁ ବୁଲାଉଥିବା ବିଜେପି ଅଭିଯୋଗ କରିଛି।

ସେପଟେ ଅର୍ଥନୀତି ବିଶାରଦଙ୍କ କହିଛନ୍ତି ଯେ ଯୋଜନାର ସଠିକ କାର୍ଯ୍ୟକାରିତା ଅଭାବରୁ ଏଭଳି ହୋଇଛି। ଏହା ଅର୍ଥନୀତିକୁ ବି ପ୍ରଭାବିତ କରିବ। ଲୋକଙ୍କ ସର୍ବନିମ୍ନ ଆବଶ୍ୟକତାକୁ ପୂରଣ କରିବା ପାଇଁ କେନ୍ଦ୍ର ଓ ରାଜ୍ୟର ଅନେକ ଯୋଜନା ରାଜ୍ୟରେ କାର୍ଯ୍ୟକାରୀ ହେଉଥିବା ବେଳେ ଓଡ଼ିଶାର ଏଭଳି ସ୍ଥିତିକୁ ନେଇ ଅର୍ଥ ବିଶାରଦ ମାନେ ମଧ୍ୟ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି।

ଭୁବନେଶ୍ବରରୁ ତପନ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.