ଭୁବନେଶ୍ବର: ଉତ୍କଳ ଦିବସରେ ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀଙ୍କ ଲାଗି ଖୁସି ଖବର । ହିତାଧିକାରୀଙ୍କୁ ଆଉ 6 ମାସ ମିଳିବ ମାଗଣା ଅତିରିକ୍ତ ଚାଉଳ । ହିତାଧିକାରୀଙ୍କୁ ଏପ୍ରିଲରୁ ସେପ୍ଟେମ୍ବର ମାସ ଯାଏଁ ମିଳିବ 5 କିଲୋ ଅତିରିକ୍ତ ଚାଉଳ ମିଳିବ । ଚାଉଳ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିରେ ଓଡିଶାର 8.09 ଲକ୍ଷ ପରିବାର ଉପକୃତ ହେବେ । ଏହା ବାବଦରେ 91.70 କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ।
ହିତାଧିକାରୀଙ୍କୁ ମାସକୁ 5 କେଜି ଲେଖାଏଁ ଚାଉଳ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହା ଏପ୍ରିଲରୁ ସେପ୍ଟେମ୍ବର ମାସ ଯାଏଁ ଲାଗୁ ହେବ । ପୂର୍ବରୁ ଡିସେମ୍ବର 2021ରୁ ମାର୍ଚ୍ଚ 2022 ଯାଏଁ ଅବଧି ବୃଦ୍ଧି କରାଯାଇଥିଲା । ରାଜ୍ୟର ପ୍ରାୟ 8.09 ଲକ୍ଷ ପରିବାର ଏଥିରେ ଉପକୃତ ହେବେ । ଏଥିପାଇଁ 24,270 ଟନ୍ ଚାଉଳ ରାଜ୍ୟ ସରକାର ପ୍ରଦାନ କରିବେ । ରାଜ୍ୟର ନିଜସ୍ୱ ପାଣ୍ଠିରୁ 91.70 କୋଟି ଖର୍ଚ୍ଚ ହେବ ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିିଭି ଭାରତ