ETV Bharat / city

ଘୁଞ୍ଚିବନି OPSC: 20ରୁ ସିଭିଲ ସର୍ଭିସ, 23ରୁ ଆସିଷ୍ଟାଣ୍ଟ ସର୍ଜନ ପାଇଁ ପରୀକ୍ଷା - ଓପିଏସସି ପରୀକ୍ଷା ନିଷ୍ପତ୍ତି

କୋଭିଡ଼ ପାଇଁ OPSC ପରୀକ୍ଷା ଘୁଞ୍ଚାଇବାକୁ ପରୀକ୍ଷାର୍ଥୀଙ୍କ ଦାବିକୁ ଖଣ୍ଡନ କଲେ ରାଜ୍ୟ ସରକାର । କଟକଣା ମଧ୍ୟରେ ପରୀକ୍ଷା ପାଇଁ ନେଲେ ନିଷ୍ପତ୍ତି । ଅଧିକ ପଢନ୍ତୁ

ଘୁଞ୍ଚିବନି OPSC: 20ରୁ ସିଭିଲ ସର୍ଭିସ, 23ରୁ ଆସିଷ୍ଟାଣ୍ଟ ସର୍ଜନ ପାଇଁ ପରୀକ୍ଷା

author img

By

Published : Jan 15, 2022, 9:34 PM IST

Updated : Jan 15, 2022, 10:30 PM IST

ଭୁବନେଶ୍ବର: କୋଭିଡ଼ ପାଇଁ OPSC ପରୀକ୍ଷା ଘୁଞ୍ଚାଇବା ନେଇ ଆସିଲା ନିଷ୍ପତ୍ତି । ପରୀକ୍ଷା ଘୁଞ୍ଚିବନି ବରଂ କୋଭିଡ଼ କଟକଣା ମଧ୍ୟରେ ହେବ ବୋଲି ଘୋଷଣା ହୋଇଛି । ଆସନ୍ତା 20 ତାରିଖରୁ ସିଭିଲ ସର୍ଭିସ ପରୀକ୍ଷା ଏବଂ 23ରୁ ଆସିଷ୍ଟାଣ୍ଟ ସର୍ଜନ ପଦବୀ ଲାଗି ପରୀକ୍ଷା ଅନୁଷ୍ଠିତ ହେବ ।

କୋଭିଡ଼ ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଥିଲେ ପରୀକ୍ଷାର୍ଥୀ । କୋଭିଡ଼ ନିୟମ ଅନୁପାଳନ କରାଯାଇ ପରୀକ୍ଷା କରାଯିବ ବୋଲି ରାଜ୍ୟ ସରକାରଙ୍କ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୨୦ ତାରିଖରୁ ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ୨୩ ତାରିଖ ଦିନ ଆସିଷ୍ଟାଣ୍ଟ ସର୍ଜନ ପଦବୀ ନିମନ୍ତେ ପରୀକ୍ଷା ଅନୁଷ୍ଠିତ ହେଉଛି । କୋଭିଡକୁ ଦୃଷ୍ଟିରେ ରଖ୍ ସବୁ ପରୀକ୍ଷାର୍ଥୀଙ୍କୁ ଏନ୍‌-୯୫ ମାସ୍କ ପିନ୍ଧିବାକୁ କୁହାଯାଇଛି ।

ମାସ୍କ ପିନ୍ଧି ନଥିବା ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ କରିବାକୁ ଅନୁମତି ଦିଆଯିବ ନାହିଁ । କେବଳ ପରୀକ୍ଷା ପରିଚାଳନା ସଂପୃକ୍ତ ଅଧିକାରୀମାନେ ତଦାରଖ କରିବା ସମୟରେ ପରୀକ୍ଷାର୍ଥୀମାନେ ମାସ୍କ ଖୋଲିବେ । ପରୀକ୍ଷା କେନ୍ଦ୍ରଗୁଡ଼ିକରେ ସାନିଟାଇଜେସନ୍ ବ୍ୟବହାର କରିବା ପାଇଁ ବ୍ୟବସ୍ଥା କରାଯାଇଛି । ପରୀକ୍ଷା କେନ୍ଦ୍ରରେ ଓ ପରିସର ମଧ୍ୟରେ ପରୀକ୍ଷାର୍ଥୀମାନେ କୋଭିଡ୍ ନିୟମ ଅନୁପାଳନପୂର୍ବକ ସାମାଜିକ ଦୂରତା ରକ୍ଷା କରିବା ଓ ବ୍ୟକ୍ତିଗତ ସ୍ୱାସ୍ଥ୍ୟରକ୍ଷା ନିୟମ ପାଳନ କରିବାକୁ କୁହାଯାଇଛି ।

ଯଦି କୌଣସି ସମୟରେ ପରୀକ୍ଷାର୍ଥୀଙ୍କ କୋରୋନା ଲକ୍ଷଣ ପ୍ରକାଶ ପାଏ, ସେ ତୁରନ୍ତ କେନ୍ଦ୍ରରେ ରହିଥିବା ପରୀକ୍ଷା ପରିଚାଳକଙ୍କୁ ଜଣାଇବେ । ଏହି ପରୀକ୍ଷାର୍ଥୀଙ୍କ ନିମନ୍ତେ ପୃଥକ ବାସ ସଂପୃକ୍ତ ପରୀକ୍ଷା ପ୍ରକୋଷ୍ଠର ବ୍ୟବସ୍ଥା କରାଯାଇଛି । ଓଡ଼ିଶା ଲୋକସେବା ଆୟୋଗ ପକ୍ଷରୁ ଜାରି କରାଯାଇଥିବା ଏହି ସୂଚନାରେ ଉପରୋକ୍ତ ଉଭୟ ପରୀକ୍ଷା ଦେବା ପାଇଁ ଯାଇଥିବା ପରୀକ୍ଷାର୍ଥୀମାନେ କୋଭିଡ ନିୟମାବଳୀର କଠୋର ଅନୁପାଳନ ପାଇଁ ପରାମର୍ଶ ଦିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Jan 15, 2022, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.