ETV Bharat / city

ଆକ୍ସନ ମୋଡକୁ ଫେରିବେ ଅଭୟ: ନିଶା କାରବାରରେ ଲାଗିବ ରୋକ, ଗଠନ ହେଲା Task Force - ଓଡିଶା ଟାସ୍କ ଫୋର୍ସ

ରାଜ୍ୟରେ ନିଶା କାରବାର ଓ ଚାଲାଣା ଉପରେ ଲାଗିବ ରୋକ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ସ୍ବତନ୍ତ୍ର ଟାସ୍କ ଫୋର୍ସ । ଅଧିକ ପଢନ୍ତୁ

ନିଶା କାରବାରରେ ଲାଗିବ ରୋକ, ଗଠନ ହେଲା  Task Force

author img

By

Published : Jan 17, 2022, 7:51 PM IST

ଭୁବନେଶ୍ବର: ରାଜ୍ୟରେ ନିଶା କାରବାର ଓ ଚାଲାଣ ଉପରେ ଲାଗିବ ରୋକ । ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ (ex-DGP Abhay)ଙ୍କ ଅଧ୍ୟକ୍ଷତାରେ ଗଠିତ ହେଲା ସ୍ବତନ୍ତ୍ର ଟାସ୍କ ଫୋର୍ସ (Odisha govt constitutes special Task Force) । ନିଶା କାରବାର ରୋକିବାକୁ ପୂର୍ବତନ ଡିଜିପି ଅଭୟଙ୍କ ନେତୃତ୍ୱରେ ଗଠନ ହେଲା ସ୍ୱତନ୍ତ୍ର ଟାସ୍କ ଫୋର୍ସ । ବିଭିନ୍ନ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରିବାକୁ ଏହି ଟାସ୍କ ଫୋର୍ସ ଗଠନ କରାଯାଇଛି । ବିଭାଗୀୟ ସମନ୍ୱୟ କମିଟିର ଅଧ୍ୟକ୍ଷ ରହିବେ ମୁଖ୍ୟ ଶାସନ ସଚିବ ।

Task Force
ନିଶା କାରବାରରେ ଲାଗିବ ରୋକ, ଗଠନ ହେଲା Task Force

ଏସମ୍ପର୍କରେ ଆଜି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବିଜ୍ଞପ୍ତି ଅନୁସାରେ ଜାତୀୟ ନାର୍କୋଟିକ୍ସ ଓ ଡ୍ରଗ ନୀତି ଆଧାରରରେ ଟାସ୍କଫୋର୍ସ ରାଜ୍ୟର ନିଜସ୍ବ ନୀତି ନିର୍ଦ୍ଧାରଣ କରିବ ।

ଗଠିତ ହୋଇଥିବା ଟାସ୍କ ଫୋର୍ସରେ ଅଧ୍ୟକ୍ଷ ପୂର୍ବତନ ଡିଜିପି ଅଭୟ ରହିଥିବା ବେଳେ ସମନ୍ବୟ କମିଟିର ମୁଖ୍ୟ ହେବେ ମୁଖ୍ୟ ଶାସନ ସଚିବ । ଏହାସହ ପୋଲିସ ମହାନିର୍ଦ୍ଦେଶକଙ୍କ ସମେତ ବିଭିନ୍ନ ବିଭାଗର ସଚିବ ସଦସ୍ୟ ରହିବେ । ରାଜ୍ୟରେ ବେଆଇନ ଡ୍ରଗ୍ସ ଚାଲାଣ, କାରବାରକୁ ରୋକିବା ଟାକ୍ସ ଫୋର୍ସର ମୁଖ୍ୟ କାମ ହେବ । ଏହାସହ ଡ୍ରଗ୍ସର କୁ-ପ୍ରଭାବ, ସାମାଜିକ ସମସ୍ୟା ସମ୍ପର୍କରେ ସଚେତନତା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ କରିବ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.