ETV Bharat / city

ସରକାରୀ ସ୍କୁଲ ପିଲାଙ୍କ ପାଇଁ ସଂରକ୍ଷଣ ପ୍ରସଙ୍ଗ, ଗଠିତ ହେଲା ଉଚ୍ଚକ୍ଷମତା ସମ୍ପନ୍ନ କମିଟି

କ୍ୟାବିନେଟରେ ନିଷ୍ପତ୍ତି ହୋଇଥିବା ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ପର୍କରେ ଆବଶ୍ୟକ ସୁପାରିଶ କରିବା ପାଇଁ ଉଚ୍ଚ ସମ୍ପନ୍ନ କମିଟି ଗଠନ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Jan 7, 2021, 1:42 PM IST

Odisha govt. constitutes High Power Committee for recommendation regarding reservation of seats
ରାଜ୍ୟ ସରକାରଙ୍କ ସ୍ଥାନ ସଂରକ୍ଷିତ ନିଷ୍ପତ୍ତି ପ୍ରସଙ୍ଗ, ସୁପାରିଶ ପାଇଁ ଉଚ୍ଚ ଶକ୍ତି କମିଟି ଗଠିତ

ଭୁବନେଶ୍ବର: ରାଜ୍ୟର ମେଡ଼ିକାଲ ଓ ଇଞ୍ଜିନିୟରିଂ କଲେଜରେ ସରକାରୀ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ରଖାଯିବା ନେଇ ରାଜ୍ୟ କ୍ୟାବିନେଟ ବୈଠକରେ ଗତବର୍ଷ ଡିସେମ୍ବର 28 ତାରିଖରେ ନିଷ୍ପତ୍ତି ନିଆଯାଇଥିଲା । ତେବେ ଏହି ଛାତ୍ରଛାତ୍ରୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ସମ୍ବନ୍ଧରେ ଆବଶ୍ୟକ ସୁପାରିଶ କରିବା ପାଇଁ ଓଡିଶା ସରକାର ଗୁରୁବାର ଉଚ୍ଚକ୍ଷମତା ସମ୍ପନ୍ନ କମିଟି ଗଠନ କରିଛନ୍ତି ।

ତେବେ ରାଜ୍ୟ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଏ.କେ ମିଶ୍ର ଏହି କମିଟିର ଅଧ୍ୟକ୍ଷତା କରିବେ ବୋଲି ଜଣାପଡ଼ିଛି । ଏହା ସହ କମିଟିରେ ଅନ୍ୟ 5 ଜଣ ସଦସ୍ୟ ମଧ୍ୟ ରହିଛନ୍ତି। ଉକ୍ତ କମିଟିର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତନ କୂଳପତି ତଥା ଓଡ଼ିଶା ରାଜ୍ୟ ଉଚ୍ଚଶିକ୍ଷା ପରିଷଦର ସଦସ୍ୟ ପ୍ରଫେସର ଅଶୋକ କୁମାର ଦାସ, ଓଡିଶା ଡାକ୍ତରୀ ଶିକ୍ଷା ଏବଂ ତାଲିମର ନିର୍ଦ୍ଦେଶକ ପ୍ରଫେସର ସି. ବି. କେ ମହାନ୍ତି, ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଚେୟାରମ୍ୟାନ ବି. ଏସ ପୁନିଆ, ରାଜ୍ୟ ବୈଷୟିକ ଶିକ୍ଷା ଏବଂ ତାଲିମର ନିର୍ଦ୍ଦେଶକ ତଥା IAS ଜି. ରଘୁ ଓ ଓଡ଼ିଶା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଯୁଗ୍ମ ସଚିବ ଡକ୍ଟର ଏ. କେ ନାୟକ ପ୍ରମୁଖ ସଦସ୍ୟ ଭାବେ କମିଟିରେ ସାମିଲ ହୋଇଛନ୍ତି ।

ଗତ ଡିସେମ୍ବର 28 ତାରିଖରେ କ୍ୟାବିନେଟର ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଇଞ୍ଜିନିୟରିଂ ଏବଂ ମେଡିକାଲ ପାଠ୍ୟକ୍ରମରେ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ପାଇଁ ସିଟ୍ ସଂରକ୍ଷଣ ପାଇଁ ଏହି କମିଟି ସୁପାରିଶ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.