ETV Bharat / city

ଦୁର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ଯୋଗାଇବେ ସରକାର - ରାସ୍ତା ସୁରକ୍ଷା ପାଣ୍ଠି

ରାସ୍ତାରେ ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଚିକିତ୍ସା ସହାୟତା ଯୋଗାଇବେ ସରକାର । ମେଲ କିମ୍ବା ଫୋନ ଯୋଗେ ଜନସାଧାରଣ ମାଗିପାରିବେ ସହାୟତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର
author img

By

Published : Sep 7, 2019, 10:57 PM IST

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ଦୁର୍ଘଟଣାରେ ଗୁରୁତର ଆହତ ବ୍ୟକ୍ତିଙ୍କୁ ଜରୁରୀ ଚିକିତ୍ସା ପାଇଁ ନିଆଯାଇଛି ପଦକ୍ଷେପ। ଏପରିକି ବେସରକାରୀ ମେଡିକାଲରେ ବିନା ମୁଲ୍ୟରେ ଚିକିତ୍ସା କରିବା ପାଇଁ ସ୍ଥିର କରିଛନ୍ତି ସରକାର । ଚିକିତ୍ସା ବାବଦ ଅର୍ଥକୁ ରାଜ୍ୟ ସରକାର ‘ରାସ୍ତା ସୁରକ୍ଷା ପାଣ୍ଠି’ ରୁ ଭରଣା କରିବେ । ଏହି ଯୋଜନାକୁ ପ୍ରଥମେ ପ୍ରଥମେ କଟକ ଓ ଭୁବନେଶ୍ବରେ ଆରମ୍ଭ କରାଯିବ । ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହରରେ କାର୍ଯ୍ୟକାରୀ କରାଯିବ।

ଏହି ଯୋଜନାରେ ରାଜ୍ୟର ସମସ୍ତ ପ୍ରତିଷ୍ଠିତ ବେସରକାରୀ ହସ୍ପିଟାଲ ଯଥା ଆପୋଲ, ଆମ୍ରି, ଅଶ୍ଵିନୀ ହସ୍ପିଟାଲରେ ଉପଲବ୍ଧ ହେବ। ଏଥିପାଇଁ ପ୍ରାରମ୍ଭିକ ପର୍ଯ୍ୟାୟରେ 4 କୋଟି ଟଙ୍କାର ରାସ୍ତା ସୁରକ୍ଷା ପାଣ୍ଠିରୁ ସ୍ଵାସ୍ଥ୍ୟ ବିଭାଗ ପ୍ରଦାନ କରାଯିବ । ନିୟମ ଅନୁସାରେ ଆହତ ବ୍ୟକ୍ତି ନିକଟସ୍ଥ ପ୍ରାଇଭେଟ ହସ୍ପିଟାଲରେ ପହଞ୍ଚି ଚିକିତ୍ସା ପାଇଁ ଡିଏମଇଟିଙ୍କୁ ଜଣାଇବେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଡିଏମଇଟି ଖବର ପାଇବା ପରେ ଉକ୍ତ ହସପିଟାଲକୁ ଚିକିତ୍ସା ପାଇଁ ଆଦେଶ ଦେବେ । 48 ଘଣ୍ଟା ପରେ ସମ୍ପୃକ୍ତ ଡାକ୍ତରଖାନା ଉପଯୁକ୍ତ ଚିକିତ୍ସା ପ୍ରମାଣ ସହ ଚିକିତ୍ସା ଖର୍ଚ୍ଚ DMETଙ୍କୁ ଜଣାଇବେ ପରେ ଉକ୍ତ ହସପିଟାଲକୁ ଦେୟ ପ୍ରଦାନ କରିବ ସ୍ଵାସ୍ଥ୍ୟ ବିଭାଗ ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ପ୍ରୋଗ୍ରାମ ସହାୟକ ଉପରୋକ୍ତ ଯୋଜନା ଦାୟୀତ୍ବରେ ରହିବେ । ଏଥିପାଇଁ ସରକାର ମୋବାଇଲ ନମ୍ବର ସହ ଏକ ମେଲ ଆଇଡି ଜାରି କରିଛନ୍ତି । ଏହି ନମ୍ବରରେ ଚିକିତ୍ସା ସହାୟତା ଚାହୁଁଥିବା ବ୍ୟକ୍ତି ଯୋଗାଯୋଗ କରିପାରିବେ। ଜାରି ହୋଇଥିବା ଫୋନ ନମ୍ବର ଓ ମେଲ ଆଇଡି ହେଉଛି - ୯୪୩୯୯୯୧୧୭୦ ଓ ୯୪୩୭୨୩୨୯୮୭ ଏବଂ ଇମେଲ - fttdmet@gmail.com

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:ରାଜ୍ୟ ସରକାରଙ୍କ ପକ୍ଷରୁ ରାସ୍ତା ଦୁର୍ଘଟଣା ରେ ଗୁରୁତର ଆହତ ବ୍ୟକ୍ତି ଙ୍କୁ ଜରୁରୀ ଚିକିତ୍ସା ପାଇଁ ଅନେକ ପଦକ୍ଷେପ ନେଇଛନ୍ତି ।ଏପରିକି ବେସରକାରୀ ମେଡିକାଲ ମାନଙ୍କରେ ବିନା ମୁଲ୍ୟ ରେ ଚିକିତ୍ସା କରିବା ପାଇଁ ସରକାର ସ୍ତିର କରିଛନ୍ତି । ଏହି ଖର୍ଚ୍ଚ କୁ ରାଜ୍ୟ ସରକାର "ରାସ୍ତା ସୁରକ୍ଷା ପାଣ୍ଠି "ରୁ ଭରଣା କରାଯିବ ।Body:ପ୍ରଥମେ କଟକ ଓ ଭୁବନେଶ୍ୱର ରେ କରାଯିବ ।ଏହା ସହ ପରବର୍ତ୍ତୀ ପର୍ଯ୍ୟାୟରେ ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଭଳି ସହର ମାନଙ୍କରେ ଏହି ସୁବିଧା ଯୋଗାଇ ଦିଆଯିବ ।ଏହି ସ୍କିମ୍ ରେ ରାଜ୍ୟର ବଡ ବଡ ପ୍ରାଇଭେଟ୍ ହସପିଟାଲ ଯଥା ଆପୋଲ ,ଆମ୍ରି,ଓ ଅଶ୍ଵୀନ ହସ୍ପିଟାଲରେ ଉପଲବ୍ଧ ହେବ ।ଏଥିପାଇଁ ୪ କୋଟି ଟଙ୍କା ର ରାସ୍ତା ସୁରକ୍ଷା ପାଣ୍ଟି ରୁ ସ୍ଵାଥ୍ୟ ବିଭାଗ କୁ ଦିଆଯିବ ।

Conclusion:ଏହି ନିୟମ ଅନୁସାରେ
ଆହାତ ବ୍ଯକ୍ତି ,ନିକଟସ୍ଥ ପ୍ରାଇଭେଟ୍ ହସ୍ପିଟାଲରେ ପହଞ୍ଚାଇବା ସହ ଚିକିତ୍ସା କରି dmet କୁ ଜଣାଇବେ

ଏହି ଖବର dmet ଖବର ପାଇବା ପରେ ଏକ formal ଆଦେଶ ଦେବେ ଉକ୍ତ ହସପିଟାଲ କୁ

୪୮ ଘଣ୍ଟା ପରେ ସମ୍ପୃକ୍ତ ଡାକ୍ତରଖାନା ସମୃକ୍ତ ଡାକ୍ତର ଖାନା କତୃପକ୍ଷ ଉପଯୁକ୍ତ ଚିକିତ୍ସା ପ୍ରମାଣ ସହ ଚିକିତ୍ସା ଖର୍ଚ୍ଚ DMET କୁ ଜଣାଇବେ ପରେ ଉକ୍ତ ହସପିଟାଲ କୁ ଦେୟ ପ୍ରଦାନ କରିବେ ସ୍ଵାସ୍ଥ୍ୟ ବିଭାଗ ।

ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଜଣେ ନୋଡାଲ ଅଫିସର ଓ ପ୍ରୋଗ୍ରାମ ସହାୟକ ଉପରୋକ୍ତ ସ୍କିମ ଦାଇତ୍ୱ ରେ ରହିବେ ।ସେମାନଙ୍କ ୯୪୩୯୯୯୧୧୭୦ ଓ ୯୪୩୭୨୩୨୯୮୭ କିମ୍ବା fttdmet@gmail.com ଖବର ଦେଇ ପାରିବେ
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.