ETV Bharat / city

9 ଶିଳ୍ପକୁ ମଞ୍ଜୁରୀ, ମିଳିବ 2755 ନିଯୁକ୍ତି - ସିଙ୍ଗଲ ଉଇଣ୍ଡୋ କ୍ଲିଅରାନସ କମିଟି

2570 କୋଟି ଟଙ୍କା ପୁଞ୍ଜି ନିବେଶରେ ଓଡିଶାରେ ହେବ 9 ନୂଆ ଶିଳ୍ପ । ଫଳରେ ସୃଷ୍ଟି ହେବ 2755 ନିଯୁକ୍ତି ସୁଯୋଗ । ଅଧିକ ପଢନ୍ତୁ..

9 ଶିଳ୍ପକୁ ମଞ୍ଜୁରୀ , ମିଳିବ 2755 ନିଯୁକ୍ତି
9 ଶିଳ୍ପକୁ ମଞ୍ଜୁରୀ , ମିଳିବ 2755 ନିଯୁକ୍ତି
author img

By

Published : Apr 28, 2021, 9:20 PM IST

Updated : Apr 28, 2021, 9:58 PM IST

ଭୁବନେଶ୍ବର: ଓଡିଶା ଆଡକୁ ଆକୃଷ୍ଠ ନିବେଶକ । ରାଜ୍ୟରେ ହେବ ନିବେଶର ପୁଞ୍ଜି ବର୍ଷା । 9 ନୂଆ ଶିଳ୍ପକୁ ମଞ୍ଜୁରୀ ଦେଲା ରାଜ୍ୟ ସିଙ୍ଗଲ ଉଇଣ୍ଡୋ କ୍ଲିଅରାନସ କମିଟି । ଏହି 9ଟି ଶିଳ୍ପ ପାଇଁ 2570 କୋଟି ଟଙ୍କାର ପୁଞ୍ଜି ନିବେଶ ହେବ । ଏହା ଦ୍ବାରା 2755 ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏ ନେଇ ବୁଧବାର ଘୋଷଣା କରିଛନ୍ତି ସରକାର ।

ବୁଧବାର ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ 100 ତମ ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ କମିଟି ଏହି ଶିଳ୍ପ ପ୍ରକଳ୍ପକୁ ସବୁଜ ସଙ୍କେତ ଦେଇଛି । ମେଟାଲ୍ ଏବଂ ମେଟାଲ୍ ଡାଉନ ଷ୍ଟ୍ରିମ୍, ଉତ୍ପାଦନ, ପ୍ଲାଷ୍ଟିକ୍, ସିମେଣ୍ଟ, ରାସାୟନିକ ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପକୁ ଅନୁମୋଦନ କରିଛି କମିଟି । ଏହି ଶିଳ୍ପ ପ୍ରକଳ୍ପଗୁଡିକ ପୁର୍ଣ୍ଣ କାର୍ଯ୍ୟକ୍ଷମ ହେଲେ 2755 ଜଣ ପାଇଁ ରୋଜଗାର ।

କେନ୍ଦୁଝର ଜିଲ୍ଲା ଯୋଡାରେ 882 କୋଟି ବିନିଯୋଗ ଅମାଲଗମ୍ ରିସୋର୍ସ ପ୍ରାଇଭେଟ ଲିମିଟେଡ୍ ଦୁଇଟି ପର୍ଯ୍ୟାୟରେ 15 MTPA ବେନିଫିକେସନ୍ ପ୍ଲାଣ୍ଟ ପ୍ରସ୍ତୁତ କରିବ । ଯେଉଁଥିରେ 702 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ସେହିପରି କେନ୍ଦୁଝର ବଂଶପାଳରେ ଏକ 3 MTPA ଆଇରନ୍ ଓର ସାଟେଲାଇଟ୍ ଗ୍ରାଇଣ୍ଡିଂ ୟୁନିଟ୍ ଏବଂ 3 MTPA ସ୍ଲୁରି ପାଇପଲାଇନ ଶିଳ୍ପ ପ୍ରତିଷ୍ଠା କରିବ ଆର୍ଡେଣ୍ଟ ଷ୍ଟିଲ୍ ଲିମିଟେଡ୍ । ଏଥିରେ ବିନିଯୋଗ ହେବ ପ୍ରାୟ 81 କୋଟି ଟଙ୍କା । 60ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ଖୋର୍ଦ୍ଧାରେ 100 କୋଟି ବିନିଯୋଗରେ ଶେଭିଂ ବ୍ଲେଡ଼ ୟୁନିଟ ପ୍ରତିଷ୍ଠା କରିବ ସେଫ୍ ଲାନସେଟ୍ ଇଞ୍ଜିନିୟରିଂ ପ୍ରାଇଭେଟ ଲିମିଟେଡ୍ । ଯାହା ଦ୍ୱାରା 90 ନିଯୁକ୍ତି ସୃଷ୍ଟି ହେବ ।

ସମ୍ବଲପୁର ରେଙ୍ଗାଲିରେ ପ୍ରତିଷ୍ଠା ହେବ ଇଣ୍ଟିଗ୍ରେଟେଡ୍ କାର୍ବନ କମ୍ପ୍ଲେକ୍ସ । 9 ଶହ କୋଟି ଟଙ୍କା ବିନିଯୋଗରେ ଏପସିଲନ୍ କାର୍ବନ୍ ଅଶୋକା ପ୍ରା ଲିମିଟେଡ଼ ପକ୍ଷରୁ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପରେ 600 ରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇବେ ।

162 କୋଟି ଟଙ୍କା ବିନିଯୋଗରେ ଝାରସୁଗୁଡା ବ୍ରଜରାଜନଗରରେ ଓରିଏଣ୍ଟ ପେପର ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ ପକ୍ଷରୁ ପ୍ରତିଷ୍ଠା ହେବ ପେପର ଶିଳ୍ପ । ସେଥିରେ 338 ରୁ ଅଧିକ ବ୍ୟକ୍ତି ନିଯୁକ୍ତି ପାଇବେ ।

ଗଜପତି ଜିଲ୍ଲାରେ 200 କୋଟି ଟଙ୍କା ବିନିଯୋଗରେ ଇଥାନଲ ଉତ୍ପାଦନ ପାଇଁ 200 KLPD କ୍ଷମତା ବିଶିଷ୍ଟ ଶସ୍ୟ-ଆଧାରିତ ଡିଷ୍ଟିଲରି ୟୁନିଟ୍ ପ୍ରତିଷ୍ଠା ହେବ । କୋଷ୍ଟାଲ୍ ବାୟୋଟେକ୍ ପ୍ରାଇଭେଟ ଲିମିଟେଡ୍ ଦ୍ବାରା ଦୁଇଟି ପର୍ଯ୍ୟାୟରେ ପ୍ରତିଷ୍ଠା ହେବାକୁ ଥିବା ଶିଳ୍ପରେ 400 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ।

ରାୟାଗଡାରେ 129 କୋଟି ବିନିଯୋଗରେ ରାମକି ଏନଭିରୋ ଇଞ୍ଜିନିୟର୍ସ ଲିମିଟେଡ୍ ଦ୍ୱାରା ପ୍ରତିଷ୍ଠା ହେବ । ଏକ ସମନ୍ୱିତ ସାଧାରଣ ବିପଜ୍ଜନକ ବର୍ଜ୍ୟବସ୍ତୁ ଚିକିତ୍ସା, ସଂରକ୍ଷଣ ଏବଂ ନିଷ୍କାସନ ସୁବିଧା ଶିଳ୍ପ । ଯେଉଁଠି 50 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ।

ବାଲେଶ୍ଵରରେ 64 କୋଟି ବିନିଯୋଗରେ AAC ବ୍ଲକ୍ ଏବଂ ସିମେଣ୍ଟ ସ୍ୟାଣ୍ଡୱିଚ୍ ପ୍ୟାନେଲ ଉତ୍ପାଦନ ପାଇଁ ଉତ୍ପାଦନ ୟୁନିଟ୍ । 265 ସମ୍ଭାବ୍ୟ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ଏହି ଶିଳ୍ପ ।

ଖୋର୍ଦ୍ଧାରେ 54 କୋଟି ବିନିଯୋଗରେ ଗଦି ଏବଂ ଫାଇବର ତକିଆ ଉତ୍ପାଦନ ପାଇଁ ODISHA NEW OPPORTUNITIEE ପ୍ରତିଷ୍ଠା କରିବ ଉତ୍ପାଦନ ୟୁନିଟ । 250 ରୁ ଅଧିକ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ସୁଯୋଗ ରହିଛି ।

ବର୍ଷ ବର୍ଷ ଧରି ଇସ୍ପାତ ଏବଂ ଅନ୍ୟାନ୍ୟ ଧାତୁ ଏବଂ ଧାତୁ ଡାଉନଷ୍ଟ୍ରିମ୍ ସାମଗ୍ରୀର ଉତ୍ପାଦନରେ ଓଡିଶା ଯଥେଷ୍ଟ ଉନ୍ନତି କରିଛି । ଡାକ୍ତରୀ ଅମ୍ଳଜାନର ତୀବ୍ର ଅଭାବ ମଧ୍ୟରେ ଏହି ଇଣ୍ଡଷ୍ଟ୍ରିଜ୍ ବର୍ତ୍ତମାନ ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଯୋଗାଉଛି ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

Last Updated : Apr 28, 2021, 9:58 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.