ETV Bharat / city

ଦୀର୍ଘଦିନ ପରେ ଖୋଲିବ ଯାତ୍ରା ପେଣ୍ଡାଲ, ଶୁଭିବ କଳାକାରଙ୍କ ଦମଦାର ଡାଏଲଗ୍ - corona guideline

ଯାତ୍ରା ପରିବେଷଣ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଲା ଗ୍ରୀନ ସିଗନାଲ । କୋରୋନା ମାର୍ଚ୍ଚ ମାସ ଗାଇଡଲାଇନରେ ଯାତ୍ରା ପରିବେଷଣକୁ ନେଇ କଟକଣା କୋହଳ ହୋଇଛି । ଅଧିକ ପଢନ୍ତୁ...

ଦୀର୍ଘଦିନ ପରେ ଖୋଲିବ ଯାତ୍ରା ପେଣ୍ଡେଲ, ଶୁଭିବ କଳାକାରଙ୍କ ଡାଏଲଗ୍

author img

By

Published : Feb 27, 2021, 9:34 PM IST

Updated : Feb 27, 2021, 10:00 PM IST

ଭୁବନେଶ୍ବର: ପୁଣି ଶୁଭିବ ଯାତ୍ରା ଭିଲିଆନଙ୍କ ଦମଦାର୍ ଡାଏଲଗ୍, ଆଉ ଦର୍ଶକେ ପୁଣି ବିମୋହିତ ହେବେ ତାଙ୍କ ପ୍ରିୟକଳାକାରଙ୍କ ଅଭିନୟରେ । କାରଣ ରାଜ୍ୟ ସରକାର ମାର୍ଚ୍ଚ ମାସ ଗାଇଡ୍‌ଲାଇନ୍‌ ଜାରି କରି ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି । ଏହି ଗାଇଡ୍‌ ଲାଇନ୍‌ରେ ସରକାର ଯାତ୍ରାଠୁ ନେଇ ବିବାହ, ବ୍ରତ ଏବଂ ଶୁଦ୍ଧିକ୍ରିୟା କାର୍ଯ୍ୟ ପାଇଁ କଟକଣା କୋହଳ କରିଛନ୍ତି । ବିଶେଷ କରି ଯାତ୍ରା ପାଇଁ କଟକଣା କୋହଳ କରିଛନ୍ତି ସରକାର ।

ଦୀର୍ଘଦିନ ପରେ ଖୋଲିବ ଯାତ୍ରା ପେଣ୍ଡାଲ, ଶୁଭିବ କଳାକାରଙ୍କ ଦମଦାର ଡାଏଲଗ୍

ଯାତ୍ରା, ଅପେରା ପାଇଁ ସର୍ବାଧିକ ୨ ହଜାର ଦର୍ଶକଙ୍କୁ ଅନୁମତି ପ୍ରଦାନ କରାଯାଇଛି । ବିବାହ ଓ ଶ୍ରାଦ୍ଧ କାମ ପାଇଁ ୫୦୦ ଲୋକଙ୍କୁ ସରକାର ଅନୁମତି ପ୍ରଦାନ କରିଛନ୍ତି । ଏଥିପାଇଁ ଜିଲ୍ଲାପାଳ ଓ କମିଶନରଙ୍କ ଅନୁମତି ନେବାକୁ ପଡ଼ିବ । କୋରୋନାର ସମସ୍ତ ଗାଇଡଲାଇନ ମାନି ଯାତ୍ରା ପରିବେଷଣ କରାଯାଇପାରିବ । ସାମାଜିକ ଦୂରତ୍ୱ, ମାସ୍କ ପରିଧାନ, ଥର୍ମାଲ ସ୍କାନିଂ ବାଧ୍ୟତାମୂଳକ । ସିଟ୍ ମଧ୍ୟରେ ୬ ଫୁଟ ଦୂରତ୍ୱ ରହିବ । ରୋଗାକ୍ରାନ୍ତଙ୍କୁ ଅନୁମତି ମନା । ଇନଫ୍ଲୁଏଞ୍ଜା ଲକ୍ଷଣ ଥିବା ଦର୍ଶକଙ୍କୁ ଯାତ୍ରା ଦେଖିବାକୁ ଅନୁମତି ନାହିଁ । ଅନଲାଇନ ଟିକେଟ ବ୍ୟବସ୍ଥା କରିବାକୁ ଆୟୋଜକଙ୍କୁ ପରାମର୍ଶ ଦିଆଯାଇଛି । ସେହିପରି ଟିକେଟ କାଉଣ୍ଟରରେ ଭିଡ କମାଇବା ପାଇଁ ଅଧିକରୁ ଅଧିକ ଟିକେଟ କାଉଣ୍ଟର କରିବାକୁ ଆୟୋଜକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ମହାମାରୀ କରୋନା ପାଇଁ ବର୍ଷେରୁ ଅଧିକ ସମୟ ଧରି ମଞ୍ଚ ବନ୍ଦ ରହିଥିଲା । ଯାହାଫଳରେ କଳାକାରମାନେ ନାନା ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଯାତ୍ରା କଳାକାରଙ୍କ ଦାବି ପରେ ସରକାରଙ୍କ ପକ୍ଷରୁ ଏନେଇ ନିଷ୍ପତ୍ତି ଗ୍ରହଣ କରାଯାଇଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Feb 27, 2021, 10:00 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.