ETV Bharat / city

ଗବେଷଣା ପାଇଁ ସହାୟତା ଯୋଗାଇବେ ସରକାର, ଦୁଇ ବର୍ଷରେ ମିଳିବ 5 ଲକ୍ଷ - odisha government will give 5 lakh rupees

ଗବେଷଣାଲବ୍ଧ ଜ୍ଞାନ ଦ୍ବାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ କରିହେବ । ଗବେଷକମାନେ ଦେଶରେ ଉନ୍ନତିରେ ସହାୟକ ହୋଇପାରିବେ । ସେଥିଲାଗି ରାଜ୍ୟରେ ଯୁବ ଗବେଷକମାନଙ୍କୁ ଗବେଷଣା ପାଇଁ ସରକାର ପ୍ରୋତ୍ସାହନ ଦେଇଛନ୍ତି ।

arun sahoo
ଗବେଷଣା ପାଇଁ ସହାୟତା ଯୋଗାଇବେ ସରକାର, ଦୁଇ ବର୍ଷରେ ମିଳିବ 5 ଲକ୍ଷ ଟଙ୍କା
author img

By

Published : Nov 28, 2019, 4:19 AM IST

ଭୁବନେଶ୍ବର: ଗବେଷଣାଲବ୍ଧ ଜ୍ଞାନ ଦ୍ବାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ କରିହେବ । ଗବେଷକମାନେ ଦେଶରେ ଉନ୍ନତିରେ ସହାୟକ ହୋଇପାରିବେ । ସେଥିଲାଗି ରାଜ୍ୟରେ ଯୁବ ଗବେଷକମାନଙ୍କୁ ଗବେଷଣା ପାଇଁ ସରକାର ପ୍ରୋତ୍ସାହନ ଦେଇଛନ୍ତି ।

ବୁଧବାର, ଭୁବନେଶ୍ବରରେ ଓଡିଶା ବିଶ୍ବବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବୀକରଣ ପ୍ରୋତ୍ସାହନ ଯୋଜନାରେ ବିବିଧ କ୍ଷେତ୍ରରେ ଗବେଷଣା ଜାରି ରଖିଥିବା 40 ଜଣ ଯୁବ ଗବେଷକଙ୍କୁ ରାଜ୍ୟ ସରକାର ଗବେଷଣା ସହାୟତା ପାଇଁ ସିଡ ଫଣ୍ଡିଂ ଓ ରିସର୍ଚ୍ଚ ଫେଲୋଶିପ ପ୍ରଦାନ କରିଛନ୍ତି । ସହାୟତା ପ୍ରୋତ୍ସାହନ ରାଶି ସ୍ବରୂପ ଚୟନ ହୋଇଥିବା ପ୍ରତ୍ୟେକ ଗବେଷକଙ୍କୁ ଦୁଇ ବର୍ଷରେ ଏନେଇ ମିଳିବ 5ଲକ୍ଷ ଟଙ୍କା । ରାଜ୍ୟରେ ନୂଆକରି ହୋଇଥିବା ଓଡିଶା ୟୁନିଭର୍ସିଟି ରିସର୍ଚ୍ଚ ଏବଂ ଇନୋଭେସନ ପ୍ରୋତ୍ସାହନ ଯୋଜନା (ଓୟୁଆରଆଇଆଇପି) ଅଧୀନରେ ଏହି ମୌଳିକ ଗବେଷଣା ଏବଂ ଛାତ୍ରବୃତ୍ତି ସମ୍ମାନ ଦେବାକୁ ସ୍ଥିର କରଛନ୍ତି ରାଜ୍ୟ ସରକାର ।

ଗବେଷଣା ପାଇଁ ସହାୟତା ଯୋଗାଇବେ ସରକାର, ଦୁଇ ବର୍ଷରେ ମିଳିବ 5 ଲକ୍ଷ ଟଙ୍କା

ରାଜ୍ୟରେ 40 ବର୍ଷରୁ କମ, 40 ଜଣ ଯୁବ ଗବେଷକଙ୍କୁ ଏନେଇ ସରକାର ଚିହ୍ନଟ କରିଛନ୍ତି । ସେମାନେ ବିଭିନ୍ନ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବାବେଳେ ନୂତନ ଗବେଷଣା ପାଇଁ ସରକାର ସିଡ ଫଣ୍ଡ ଆକାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ । ତେବେ ସେମାନଙ୍କୁ ପ୍ରତ୍ୟେକ 2ବର୍ଷରେ 5 ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କହିଛନ୍ତି ।

ସେହିପରି ରାଜ୍ୟରେ ରିସର୍ଚ୍ଚ ଫେଲୋସିପ କାର୍ଯ୍ୟକ୍ରମରେ ଏନଆଇଟିରେ କୃତକାର୍ଯ୍ୟଙ୍କୁ ଗବେଷଣା ନିମନ୍ତେ ମାସିକ 15 ହଜାର ଟଙ୍କାର ଆର୍ଥିକ ସହାୟତା 4 ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ । ଏଥି ସହିତ କଣ୍ଟିଜେନ୍ସି ବାବଦକୁ ବିଜ୍ଞାନରେ ବର୍ଷକୁ 25 ହଜାର ଟଙ୍କା ଏବଂ କଳା ଆଦି ବିଭାଗ ନିମନ୍ତେ 15 ହଜାର ଟଙ୍କା ଯୋଗାଇ ଦିଆଯିବାର ସୁବିଧା ରହିଛି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Intro:ଗବେଷକ ବିକାସମୁଖୀ ହୁଅନ୍ତୁ ,ସରକାର ଙ୍କ ସ୍ୱତନ୍ତ୍ର ପ୍ରୋତ୍ସାହନ।

Body:ଗବେଷଣାଲବ୍ଧ ଜ୍ଞାନ ଦ୍ୱାରା ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ବିକାଶ କରିହେବ।ଗବେଷକ ମାନେ ଦେଶରେ ଉନ୍ନତିରେ ସହାୟକ ହୋଇପାରିବେ।ରାଜ୍ୟରେ ଯୁବ ଗବେଷକ ମାନଙ୍କୁ ସରକାରଙ୍କ ପ୍ରୋତ୍ସାହନ।ଉଚ୍ଚ ଶିକ୍ଷାରୁ ଗବେଷଣା ,ଗବେଷଣାରୁ ବିକାଶକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର।ବୁଧବାର ଭୁବନେଶ୍ୱର ରେ ଓଡିଶା ବିଶ୍ୱବିଦ୍ୟାଳୟ ଅନୁସନ୍ଧାନ ଏବଂ ଅଭିନବିକରଣ ପ୍ରୋତ୍ସାହନ ଯୋଜନାରେ ବିବିଧ କ୍ଷେତ୍ରରେ ଗବେଷଣା ଜାରି ରଖିଥିବା ୪୦ ଜଣ ଯୁବ ଗବେଷକଙ୍କୁ ରାଜ୍ୟ ସରକାର ଗବେଷଣା ସହାୟତା ପାଇଁ ସିଡ ଫଣ୍ଡିଙ୍ଗ ଓ ରିସର୍ଚ୍ଚ ଫେଲୋଶିପ ପ୍ରଦାନ କରିଛନ୍ତି।ସହାୟତା ପ୍ରୋତ୍ସାହନ ରାଶି ସ୍ୱରୂପ ଚୟନ ହୋଇଥିବା ପ୍ରତ୍ୟକ ଗବେଷକଙ୍କୁ ଦୁଇ ବର୍ଷରେ ମିଳିବ ୫ଲକ୍ଷ ଟଂକା।ରାଜ୍ୟରେ ନୂଆକରି ହୋଇଥିବା ଓଡ଼ିଶା ୟୁନିଭରସିଟି ରିସର୍ଚ୍ଚ ଏବଂ ଇନୋଭେଶନ(ଓୟୁଆର ଆଇ ଆଇ ପି) ପ୍ରୋତ୍ସାହନ ଯୋଜନା ଅଧୀନରେ ଏହି ମୌଳିକ ଗବେଷଣା ଏବଂ ଛାତ୍ରବୃତି ସମ୍ମାନ ଦେବାକୁ ସ୍ଥିର କରଛନ୍ତି ରାଜ୍ୟସରକାର।

ଅର୍ଥନୀତି ବିକାଶରେ ଗବେଷଣାର ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରଭାବ ଥିବାରୁ ଏ ଦିଗରେ ଅଧିକ ପୁଞ୍ଜି ବ୍ୟୟ ହେବାର ଆବଶ୍ୟକତା ରହିଛି।ତେଣୁ ବିଶ୍ୱବିଦ୍ୟାଳୟରେ ଗବେଷଣା କୁ ଗୁରୁତ୍ୱ ଦେବା ଦରକାର।ରାଜ୍ୟରେ ୪୦ ବର୍ଷରୁ କମ ,୪୦ ଜଣ ଯୁବ ଗବେଷକଙ୍କୁ ସରକାର ଚିହ୍ନଟ କରିଛନ୍ତି।ସେମାନେ ବିଭିନ୍ନ ଗବେଷଣା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ସେ ନେଇ ନୂତନ ଗବେଷଣା ପାଇଁ ସରକାର ସିଡ ଫଣ୍ଡ ଆକାରରେ ପ୍ରୋତ୍ସାହନ ରାଶି ପ୍ରଦାନ କରିବେ।୨ବର୍ଷରେ ଏହି ରାଶି ୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ଡ଼ ଅରୁଣ ସାହୁ କହିଛନ୍ତି।

ରାଜ୍ୟରେ ରିସର୍ଚ୍ଚ ଫେଲୋସିପ କାର୍ଯ୍ୟକ୍ରମ ରେ ଏନଇଟିରେ କୃତକାର୍ଯ୍ୟ ଙ୍କୁ ଗବେଷଣା ନିମନ୍ତେ ମାସିକ ୧୫ ହଜାର ଟଙ୍କାର ଆର୍ଥିକ ସହାୟତା ୪ ବର୍ଷ ପର୍ଯ୍ୟନ୍ତ ଯୋଗାଇ ଦିଆଯିବ।ଏଥି ସହିତ କଣ୍ଟିଜେନ୍ସି ବାବଦକୁ ବିଜ୍ଞାନରେ ବର୍ଷକୁ ୨୫ ହଜାର ଟଙ୍କା ଏବଂ କଳା ଆଦି ବିଭାଗ ନିମନ୍ତେ ୧୫ ହଜାର ଟଙ୍କା ଯୋଗାଇ ଦିଆଯିବାର ସୁବିଧା ରହିଛି।ଏହି କାର୍ଯ୍ୟକ୍ରମ ରେ ଉଚ୍ଚ ଶିକ୍ଷା ସଚିବ ଶାଶ୍ୱତ ମିଶ୍ର,ଉଚ୍ଚ ଶିକ୍ଷା ପରିଷଦ ର ଉପାଧ୍ୟକ୍ଷ ପ୍ରଫେସର ଅଶୋକ ଦାସ ଉପସ୍ଥିତ ଥିଲେ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.