ETV Bharat / city

ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ, ସ୍କୁଲ୍‌ରେ ମିଳିବ ଅଲିମ୍ପିକ୍ ଶିକ୍ଷା

author img

By

Published : May 24, 2022, 10:34 PM IST

ସ୍କୁଲ୍‌ ସ୍ତରରେ ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । କାରଣ ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଅଧିକ ପଢ଼ନ୍ତୁ

ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ, ସ୍କୁଲ୍‌ରେ ମିଳିବ ଅଲିମ୍ପିକ୍ ଶିକ୍ଷା
ତୃଣମୂଳ ସ୍ତରରେ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ, ସ୍କୁଲ୍‌ରେ ମିଳିବ ଅଲିମ୍ପିକ୍ ଶିକ୍ଷା

ଭୁବନେଶ୍ବର: ସ୍କୁଲ୍‌ ସ୍ତରରେ ଅଲିମ୍ପିକ୍ ଗେମ୍ସ ପାଇଁ ପ୍ରସ୍ତୁତ ହେବେ ଛାତ୍ରଛାତ୍ରୀ । କାରଣ ଅଲମ୍ପିକ ସମ୍ପର୍କିତ ଶିକ୍ଷା ଦେବାକୁ ଯୋଜନା କରିଛନ୍ତି ରାଜ୍ୟ ସରକାର । ଏଣୁ ଅଲିମ୍ପିକ୍ସ ମୂଲ୍ୟବୋଧ ଶିକ୍ଷା ପ୍ରଚଳନ କରାଯିବ । ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ପ୍ରାଥମିକ ସ୍ତରରେ ରାଜ୍ୟର ଦୁଇ ସ୍ମାର୍ଟସିଟିର ୯୦ଟି ସ୍କୁଲରେ ଏହି ଯୋଜନା ଆରମ୍ଭ ହେବ ।

ଚୀନ ଓ ଜାପାନ ମଡେଲ ନେଇ ରାଜ୍ୟରେ ଖେଳାଳି ସୃଷ୍ଟି କରିବା ଉଦ୍ଦେଶ୍ୟରେ ଏହି ଯୋଜନା ଆରମ୍ଭ କରାଯାଇଛି । ରାଜ୍ୟରେ ତୃଣମୂଳସ୍ତରରୁ ପିଲାଙ୍କୁ ଅଲିମ୍ପିକ ସମ୍ପର୍କରେ ଶିକ୍ଷା ଦିଆଯିବ। ସାରା ଦେଶରେ ଓଡ଼ିଶା ପ୍ରଥମ ରାଜ୍ୟ ଭାବେ ଏଭଳି ନିଷ୍ପତ୍ତି ନେଇଛି । ଏହି କ୍ରମରେ ସ୍କୁଲ ପିଲାଙ୍କୁ ଅଲିମ୍ପିକ୍ସ ମୂଲ୍ୟବୋଧ ବିଷୟରେ ଅବଗତ କରାଯିବା । ତାସହ ବିଭିନ୍ନ ଗୋଷ୍ଠୀ କ୍ରୀଡ଼ା ପାଇଁ ସେମାନଙ୍କୁ ପ୍ରଶିକ୍ଷଣ ଦେବା ଉଦ୍ଦେଶ୍ୟରେ ଏଭଳି ଯୋଜନା କରିଛନ୍ତି ରାଜ୍ୟ ସରକାର ।

ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ ରାଉରକେଲା ସହରର ୯୦ଟି ସ୍କୁଲରେ ଆରମ୍ଭ ହେବ ଏହି ଯୋଜନା । ରାଉରକେଲାର ୨୭ଟି ଓ ଭୁବନେଶ୍ୱରର ୬୩ ସ୍କୁଲରେ ଏହି ଯୋଜନା ଆରମ୍ଭ ହେବ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.