ETV Bharat / city

ଲକଡାଉନରେ ଶିଶୁଙ୍କ ଚିନ୍ତା, ଆରମ୍ଭ ହେବ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ

author img

By

Published : Apr 2, 2020, 8:17 PM IST

ଲକଡାଉନ ସମୟରେ ଘରେ ବସିଥିବା ଶିଶୁଙ୍କ କଥା ବିଚାର କରିଛନ୍ତି ରାଜ୍ୟ ସରକାର । ଏନେଇ ଘୋଷଣା କରିଛନ୍ତି ନୂଆ ଯୋଜନା ‘ମୋ ପ୍ରତିଭା’ । ଅଧିକ ପଢନ୍ତୁ...

lockdown, odisha government, state government's new scheme, mo pratibha programe, lockdown in odisha, ରାଜ୍ୟ ସରକାରଙ୍କ ନୂଆ ଯୋଜନା, ଓଡିଶା ସରକାର, ମୋ ପ୍ରତିଭା କାର୍ଯ୍ୟକ୍ରମ, ଲକଡାଉନ, ଓଡିଶାରେ ଲକଡାଉନ
ଲକଡାଉନରେ ଶିଶୁଙ୍କ ଚିନ୍ତା, ଆରମ୍ଭ ହେବ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମ

ଭୁବନେଶ୍ବର: ସଂପ୍ରତି କୋଭିଡ-19 ପରିପ୍ରେକ୍ଷୀରେ ଲକଡାଉନ ଚାଲିଥିବାରୁ ଏହାଦ୍ବାରା ସବୁଠାରୁ ବେଶି ପ୍ରଭାବିତ ହୋଇଛନ୍ତି କୋମଳମତି ଶିଶୁ, ବାଳକ ବାଳିକା ଏବଂ ଛାତ୍ରଛାତ୍ରୀ । ସ୍କୁଲଗୁଡ଼ିକ ବନ୍ଦ ରହିଥିବାରୁ ପିଲାମାନେ ପୂରା ସମୟ ଘରେ ରହୁଛନ୍ତି । ତେଣୁ ଶିଶୁ, କିଶୋର ଏବଂ ଛାତ୍ରଛାତ୍ରୀମାନଙ୍କୁ ଏହି ଲକଡାଉନ ସମୟରେ ସୃଜନଶୀଳ କାର୍ଯ୍ୟରେ ନିୟୋଜିତ ରଖିବା ତଥା ସେମାନଙ୍କ ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ଓଡ଼ିଶା ସରକାରଙ୍କ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗ ତଥା ୟୁନିସେଫର ମିଳିତ ସହଯୋଗରେ ‘ମୋ ପ୍ରତିଭା’ ଶୀର୍ଷକ ଏକ ଅନଲାଇନ ପ୍ରତିଯୋଗିତାର ଆୟୋଜନ କରୁଛନ୍ତି ।

5-18 ବର୍ଷ ବୟସର ଶିଶୁ ତଥା କିଶୋର କିଶୋରୀମାନଙ୍କ ପାଇଁ ‘ଲକଡାଉନ ସମୟରେ ଘର ଭିତରେ ରହିବାର ଅନୁଭବ’ ଓ ‘ଜଣେ ଯୁବ ନାଗରିକ ହିସାବରେ କୋଭିଡ-19 ସମୟରେ ମୋର କର୍ତ୍ତବ୍ୟ’ ପ୍ରସଙ୍ଗ ଉପରେ ଚିତ୍ରାଙ୍କନ, ପୋଷ୍ଟର ତିଆରି, ସ୍ଳୋଗାନ ରଚନା, କ୍ଷୁଦ୍ରଗଳ୍ପ (500 ଶବ୍ଦ ମଧ୍ୟରେ) ଓ କବିତା ରଚନା ପ୍ରତିଯୋଗିତା କରାଯିବ । ପଠାଯାଇଥିବା ବିଷୟ ସଂପୂର୍ଣ୍ଣ ନିଜସ୍ବ ହେବା ଆବଶ୍ୟକ ।

ଏହି ପ୍ରତିଯୋଗିତାରେ 5-10 ବର୍ଷ, 11-16 ବର୍ଷ ଏବଂ 16-18 ବର୍ଷ 3ଟି ବର୍ଗରେ କରାଯିବ । ବିଜେତାଙ୍କ ନାମ ପ୍ରତି ଗୁରୁବାର ଘୋଷଣା କରାଯିବ । ସମସ୍ତ ବିଷୟ ପ୍ରତିଦିନ ସକାଳ 10ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଅନଲାଇନରେ ପଠାଇବାକୁ ହେବ । ଓଡ଼ିଶା ସରକାର ଏବଂ ୟୁନିସେଫ ତରଫରୁ ବିଜେତାମାନଙ୍କୁ ମାନପତ୍ର ପ୍ରଦାନ କରାଯିବା ସହ ଶ୍ରେଷ୍ଠ ନିର୍ବାଚିତ ପ୍ରସଙ୍ଗଗୁଡ଼ିକ କୋଭିଡ-19 ସୂଚନା ପ୍ରଚାର ପ୍ରସାର ଅଭିଯାନରେ ବ୍ୟବହୃତ ହେବ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.