ETV Bharat / city

ଆସନ୍ତାକାଲିଠୁ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ

କାଲିଠାରୁ ରାଜ୍ୟରେ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ । କୋଭିଡ ପ୍ରୋଟୋକଲ ଅନୁସାରେ ନାମ ଲେଖା ପ୍ରକ୍ରିୟା ଜାରି ରଖିବାକୁ ରହିଛି ନିର୍ଦ୍ଦେଶ । ଅଧିକ ପଢନ୍ତୁ..

କାଲିଠୁ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ  ନାମଲେଖା ଆରମ୍ଭ

author img

By

Published : Apr 26, 2021, 4:46 PM IST

ଭୁବନେଶ୍ବର: ମଙ୍ଗଳବାର ଠାରୁ ରାଜ୍ୟରେ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ପକ୍ରିୟା ଆରମ୍ଭ। ନାମଲେଖା ପାଇଁ ଗଣଶିକ୍ଷା ବିଭାଗର ଅତିରିକ୍ତ ସଚିବଙ୍କ ଚିଠି ଲେଖିଛନ୍ତି। ମେ 31 ସୁଦ୍ଧା ସମସ୍ତ ସ୍କୁଲରେ ନାମଲେଖା କାମ ସାରିବାକୁ ନିର୍ଦ୍ଦେଶ ରହିଛି ।

କାଲିଠୁ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ  ନାମଲେଖା ଆରମ୍ଭ
କାଲିଠୁ ମାଧ୍ୟମିକ ଓ ପ୍ରାଥମିକ ସ୍କୁଲରେ ନାମଲେଖା ଆରମ୍ଭ
ଏହି ନାମଲେଖା ପକ୍ରିୟା ସକାଳ 7ଟାରୁ 9ଟା 30 ପର୍ଯ୍ୟନ୍ତ ଜାରି ରହିବ । ଏନେଇ ସବୁ ଜିଲ୍ଲା ଶିକ୍ଷାଧିକାରୀ ଓ ପ୍ରକଳ୍ପ ସଂଯୋଜକଙ୍କୁ ରାଜ୍ୟ ସରକାର ଚିଠି ଲେଖିଛନ୍ତି ।

ଅନ୍ୟପଟେ ରାଜ୍ୟରେ ନାମଲେଖା ପକ୍ରିୟା ଚାଲୁ ରହିଥିବାବେଳେ କୋଭିଡ କଟକଣା ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟ କରାଯିବ । ସେହିଭଳି ସମସ୍ତ ମାସ୍କ ସାନିଟାଇଜ ଓ ସାମାଜିକ ଦୂରତା ଅବଲମ୍ବନ କରିବା ସହ କୋଭିଡ ନିୟମକୁ ନେଇ ସଚେତନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଯେଉଁଠି ପଦୋନ୍ନତି ଛାତ୍ର-ଛାତ୍ରୀ ଗୋଟିଏ ବିଦ୍ୟାଳୟରୁ ଅନ୍ୟ ବିଦ୍ୟାଳୟକୁ ଯିବାକୁ ଆବଶ୍ୟକ କରନ୍ତି, ସେହିଭଳି ସ୍ଥିତିରେ ସମ୍ପ୍ରତ୍ତି ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନମ୍ବର ସହିତ ପିତାମାତାଙ୍କ ଇମେଲ୍ ମାଧ୍ୟମକୁ ପଠାଇବେ। ଯଦି ଛାତ୍ର-ଛାତ୍ରୀଙ୍କୁ ବିଦ୍ୟାଳୟ ବଦଳାଇବାକୁ ପଡିବ, ତେବେ ଅଭିଭାବକ ବର୍ତ୍ତମାନର ବିଦ୍ୟାଳୟରୁ ଟିସି ନେଇପାରିବେ ଏବଂ ନାମଲେଖା ପାଇଁ ନୂତନ ବିଦ୍ୟାଳୟରେ ଟିସି ଦାଖଲ କରିପାରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.