ଭୁବନେଶ୍ବର: କୋରୋନା ଭାଇରସକୁ ନେଇ କ୍ୟାବିନେଟ ସଚିବଙ୍କ ସମୀକ୍ଷା । ସମୀକ୍ଷା ପରେ ସ୍ଵାସ୍ଥ୍ୟ ସଚିବ ନିକୁଞ୍ଜ ଧଳଙ୍କ ପ୍ରତିକ୍ରିୟା । ମାଲେସିଆରୁ ଦୁଇଜଣ ଯାତ୍ରୀ ଆସିଥିଲେ ସେମାନଙ୍କ ବ୍ଲଡ ସଂଗ୍ରହ କରାଯାଇଛି । ଯେହେତୁ ସେମାନେ ଗତ ମାସେ ମଧ୍ୟରେ ଚୀନକୁ ଯାଇଥିବା ନେଇ ସେଲ୍ଫ ଡିକ୍ଲାରେସନ ଫର୍ମରେ ଉଲ୍ଲେଖ କରିଥିଲେ, ତେଣୁ ସେମାନଙ୍କ ବ୍ରେନ ସ୍କ୍ରିନି କରିବା ସହ ରକ୍ତ ନମୁନା ସଂଗ୍ରହ ହୋଇଛି । ତେବେ କୋରୋନା ଭାଇରସର ଲକ୍ଷଣ ସେମାନଙ୍କ ନିକଟରେ ଦେଖିବାକୁ ମିଳିନାହିଁ ବୋଲି କହିଛନ୍ତି ସେ।
ଏହାସହ ସେମାନେ 15 ଦିନ ପର୍ଯ୍ୟନ୍ତ ହୋମ୍ ଆଇସୋଲେସନ ହୋଇ ରହିବେ । ତାଙ୍କ ସହ ସ୍ଵାସ୍ଥ୍ୟ ବିଭାଗର ଅଧିକାରୀମାନେ ନିୟମିତ ଯୋଗାଯୋଗରେ ରହିଛନ୍ତି ବୋଲି ମଧ୍ୟ ସେ ଉଲ୍ଲେଖ କରିଛନ୍ତି ।
ସେହିପରି ଏସସିବି ଓ ଆରଏମଆରସିରେ ରକ୍ତ ନମୁନା ସଂଗ୍ରହ କରାଯାଉଛି । ତେବେ ସବୁ ରକ୍ତ ନମୁନାକୁ ଏନଆଇବି ପୁନେକୁ ପଠାଯିବାର ବ୍ୟବସ୍ଥା ରହିଛି ବୋଲି ସେ କହିଛନ୍ତି । ଏବେ ଓଡିଶାରେ ସେଭଳି କୌଣସି ଭୂତାଣୁ ଲକ୍ଷଣ ଦେଖିବାକୁ ମିଳିନାହିଁ । କୋରୋନା ଭାଇରସର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛନ୍ତି ବୋଲି ସ୍ଵାସ୍ଥ୍ୟ ସଚିବ ଦର୍ଶାଇଛନ୍ତି।
ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ