ଭୁବନେଶ୍ବର: ପ୍ରତିବର୍ଷ ପ୍ରାକୃତିକ ବିପର୍ଯ୍ୟୟର ସାମ୍ନା କରୁଛି ଓଡ଼ିଶା । ଏଥିପାଇଁ ରାଜ୍ୟରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ଘଟୁଛି । ଦୀର୍ଘମିଆଦୀ ଯୋଜନା କରି ଏହାକୁ ପ୍ରତିରୋଧ କରିବା ଲାଗି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ଏନେଇ ସୂଚନା ଦେଇଛନ୍ତି ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଜ୍ୟୋତିର୍ମୟ ରଥ ।
ବିଶ୍ଵବ୍ୟାଙ୍କ ସହାୟତାରେ ସମୁଦ୍ର ଜୁଆର ପାଣି ରୋକିବାକୁ ରାଜ୍ୟ ସରକାର ଏହି ଦୀର୍ଘ ମିଆଦି ଯୋଜନା ଆରମ୍ଭ କରିଛନ୍ତି । ଜଳ ସମ୍ପଦ ବିଭାଗର ତତ୍ୱାବଧାନରେ ପ୍ରସ୍ତୁତ କରୁଛି ଡିପିଆର । 1944 କୋଟି ଟଙ୍କାର ପ୍ରକଳ୍ପ ପାଇଁ ଡିପିଆର ପ୍ରସ୍ତୁତ କରୁଛି ଜଳ ସମ୍ପଦ ବିଭାଗ । ପ୍ରଥମ ପର୍ଯ୍ୟାୟରେ 380 କିମି ସମୁଦ୍ର ତଟବର୍ତ୍ତୀ ଅଞ୍ଚଳରେ ପଥର ବନ୍ଧ ବାନ୍ଧିବାକୁ ଯୋଜନା କରୁଛନ୍ତି ସରକାର । ସେହିପରି ଏହା ଉପରେ ଜାଲ ପକାଇ ପବନକୁ ରୋକିବାକୁ ଗଛ ଲଗାଇବାକୁ ଯୋଜନା କରୁଛନ୍ତି ସରକାର । ଏଥିପାଇଁ 153 କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହାପରେ 1680 କିମି ଲୁଣା ବନ୍ଧକୁ ସୁଦୃଢ଼ୀକରଣ କରାଯିବ । ସେଥିପାଇଁ ଖର୍ଚ୍ଚ ହେବ 6 ରୁ 7 ହଜାର କୋଟି ।
ଏହା ପୂର୍ବରୁ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ ଓ ଗଞ୍ଜାମରେ ବିଶ୍ଵବ୍ୟାଙ୍କ ସହାୟତାରେ ୨୦୧୩-୧୬ ମଧ୍ୟରେ ୫୨ କିଲୋମିଟର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ସୁଦୃଢ଼ୀକରଣ କରାଯାଇଥିଲା । ପ୍ରାୟ 3ଟି ବାତ୍ୟା ସମ୍ମୁଖୀନ ହେବେ ପରେ ବି ଏହା ଏବେ ସୁରକ୍ଷିତ ରହିଛି ବୋଲି ଜ୍ୟୋତିର୍ମୟ ରଥ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ