ETV Bharat / city

ବନ୍ୟା ବିଭୀଷିକା: 20 ଜିଲ୍ଲାର 14 ଲକ୍ଷ ଲୋକ ପ୍ରଭାବିତ, 17 ମୃତ - ବନ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ବନ୍ୟାରେ ରାଜ୍ୟରେ ମୋଟ 17 ଜଣଙ୍କ ଜୀବନ ଯାଇଥିବାବେଳେ 10,382 ଘର ନଷ୍ଟ ହୋଇଛି । ଏହାସହ 1 ଲକ୍ଷ 68 ହଜାର 904 ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

Situation report
ବନ୍ୟା ବିଭୀବନ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟଷିକା
author img

By

Published : Aug 30, 2020, 6:10 PM IST

Updated : Aug 30, 2020, 10:47 PM IST

ଭୁବନେଶ୍ବର: ରାଜ୍ୟରେ ବନ୍ୟା ବିଭୀଷିକାରେ ସାମାନ୍ୟ ସୁଧାର ଆସିଛି । ଏପଟେ ଆସିଲା ବନ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ। ବନ୍ୟାରେ ରାଜ୍ୟରେ ମୋଟ 17 ଜଣଙ୍କ ଜୀବନ ଯାଇଥିବାବେଳେ ୨୦ ଜିଲ୍ଲା ପ୍ରଭାବିତ ହୋଇଛି । ବନ୍ୟାରେ 10,382 ଘର ନଷ୍ଟ ହୋଇଛି । ଏହାସହ 1 ଲକ୍ଷ 68 ହଜାର 904 ହେକ୍ଟର ଚାଷଜମି ନଷ୍ଟ ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ପ୍ରଦୀପ ଜେନା ।

ବନ୍ୟା ବିଭୀଷିକା

ଏହାବାଦ ବନ୍ୟାରେ 340 ଗାଁ ଜଳବନ୍ଦୀରେ ରହିଥିବାବେଳେ ମୋଟ 14 ଲକ୍ଷ 32 ହଜାର 721 ଲୋକ ପ୍ରଭାବିତ ହୋଇଛନ୍ତି । 112 ବ୍ଲକ, 896 ପଞ୍ଚାୟତ ଓ 3,256 ଗାଁ ପ୍ରଭାବିତ ହୋଇଛି । ଏହାସହ 21 ସହରାଞ୍ଚଳରେ ବନ୍ୟାର ତାଣ୍ଡବ ଦେଖିବାକୁ ମିଳିଛ। 75 ୱାର୍ଡରେ ପ୍ରଭାବ ପଡିଛି ।

Situation report
ବନ୍ୟାରେ କ୍ଷୟକ୍ଷତିର ପ୍ରାଥମିକ ରିପୋର୍ଟ

ଚଳିତ ବନ୍ୟାରେ ମୋଟ 14 ଲକ୍ଷ 32 ହଜାର 721 ଲୋକ ପ୍ରଭାବିତ ହୋଇଛନ୍ତି । 2 ଲକ୍ଷ 65 ହଜାର 723 ଲୋକ ଜଳବନ୍ଦୀ ରହିଛନ୍ତି । ଯାହାକୁ ଆଖି ଆଗରେ ରଖି 357 ଟି ରନ୍ଧାଖାଦ୍ୟ କେନ୍ଦ୍ର ଖୋଲାଯାଇ 57 ହଜାର 824 ଲୋକଙ୍କୁ ଖାଇବା ଯୋଗାଇ ଦିଆଯାଇଛି ।

ଏହାସହ ସହାୟତା ପାଇଁ 45 ଡାକ୍ତରୀ ଟିମ, 42 ପଶୁ ଡାକ୍ତର ଟିମ, 22 ଫାୟାର ଟିମ, 254 ବୋଟ, 11 ଜିଲ୍ଲାର 107 ରାସ୍ତା ବିଚ୍ଛିନ୍ନ, 5 ଜିଲ୍ଲାର 32 ନଦୀବନ୍ଧ ଘାଇ ସୃଷ୍ଟି ହୋଇଥିବା ସୂଚନା ଦେଇଛନ୍ତି ଏସଆରସି ।

ବନ୍ୟାରେ ପ୍ରଭାବିତ ହୋଇଥିବା ୨୦ ଜିଲ୍ଲା ହେଉଛି- ଅନୁଗୁଳ, ବାଲେଶ୍ବର, ବରଗଡ଼, ଭଦ୍ରକ, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, କେନ୍ଦୁଝର, ଖୋର୍ଦ୍ଧା,ମୟୂରଭଞ୍ଜ, ନୟାଗଡ଼, ନୂଆପଡ଼ା, ପୁରୀ, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Aug 30, 2020, 10:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.