ETV Bharat / city

ଯକ୍ଷ୍ମା ନିୟନ୍ତ୍ରଣରେ ଆଗେଇଛି ଓଡିଶା, ମିଳିଲା 13ତମ ସ୍ଥାନ

ଯକ୍ଷ୍ମାରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାକୁ ମିଳିଛି 13ତମ ସ୍ଥାନ । ଯକ୍ଷ୍ମାରୋଗ ନିୟନ୍ତ୍ରଣ ପାଇଁ ଜାତୀୟ ଯକ୍ଷ୍ମାରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନଟିସିପି) ସଫଳତାର ସହିତ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ଗତବର୍ଷ ଯକ୍ଷ୍ମାରୋଗ ନିୟନ୍ତ୍ରଣ କ୍ଷେତ୍ରରେ 24 ତମ ସ୍ଥାନରେ ଥିଲା ଓଡିଶା ।

ଫଟୋ ସୌଜନ୍ୟ :ସମ୍ବାଦଦାତା, ଭୁବନେଶ୍ବର
author img

By

Published : Oct 4, 2019, 11:10 PM IST

ଭୁବନେଶ୍ବର: ଯକ୍ଷ୍ମାରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଓଡିଶାକୁ ମିଳିଛି 13ତମ ସ୍ଥାନ । ଆରଏନଟିସିପି ରାଜ୍ୟ ସ୍ତରୀୟ ସମୀକ୍ଷା ବୈଠକରେ ଜାତୀୟ ସ୍ବାସ୍ଥ୍ୟ ମିଶନର ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ ସୂଚନା ଦେଇଛନ୍ତି । ଯକ୍ଷ୍ମାରୋଗ ନିୟନ୍ତ୍ରଣ ପାଇଁ ଜାତୀୟ ଯକ୍ଷ୍ମାରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ (ଆରଏନଟିସିପି) ସଫଳତାର ସହିତ ରାଜ୍ୟରେ କାର୍ଯ୍ୟକାରୀ କରାଯାଇଛି । ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡିକରେ ଯକ୍ଷ୍ମାରୋଗ ନିୟନ୍ତ୍ରଣ ଯୋଜନା ବେଶ ସଫଳତା ପାଇଛି ।

ରାଜ୍ୟରେ ଯକ୍ଷ୍ମାରୋଗୀଙ୍କୁ ଚିହ୍ନଟ କରି ସେମାନଙ୍କୁ ଗୁଣାତ୍ମକ ଔଷଧ ପ୍ରଦାନ କରାଯାଉଛି । ସେବା ମନୋଭାବ ନେଇ ସ୍ବାସ୍ଥ୍ୟକର୍ମୀମାନେ ପ୍ରତ୍ୟେକ ରୋଗୀଙ୍କ ପାଖକୁ ପହଞ୍ଚି ଉତ୍ତମ ବ୍ୟବହାର ସହିତ ଚିକିତ୍ସା କରିବା ଦ୍ବାରା ଯକ୍ଷ୍ମାରୋଗ ନିୟନ୍ତ୍ରଣ କ୍ଷେତ୍ରରେ ଆରଏନଟିସିପି କୁ ଏହି ସଫଳତା ମିଳିଛି । ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ,ରାୟଗଡା ଓ କଟକ ଜିଲ୍ଲାରେ ଯକ୍ଷ୍ମାରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ବେଶ ସଫଳ ହୋଇପାରିଛି ।

ରାଜ୍ୟରେ ଯକ୍ଷ୍ମାରୋଗ ଚିକିତ୍ସାର ହାର, ରୋଗ ଚିହ୍ନଟ , ନିଶ୍ଚୟ ପୋଷଣ ଯୋଜନାରେ ମାଧ୍ୟମରେ ଯକ୍ଷ୍ମାରୋଗୀ ମାନଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ଅର୍ଥ ପ୍ରଦାନ କରାଯାଉଛି । ଏଚଆଇଭି ଆକ୍ରାନ୍ତମାନେ ସହଜରେ ଯକ୍ଷ୍ମାରୋଗରେ ଶିକାର ହେଉଛନ୍ତି । ରାଜ୍ୟ ଏଡସ ନିୟନ୍ତ୍ରଣ ସମିତି ଓ ଆରଏନଟିସିପିର ପଦାଧିକାରୀମାନେ ନିଜ ଭିତରେ ସମନ୍ବୟ ରକ୍ଷା କରି ଟିବି ଓ ଏଚଆଇଭି ରୋଗୀଙ୍କ ମୃତ୍ୟୁହାର ହ୍ରାସ କରିବା ପାଇଁ କୁହାଯାଇଛି । ଯକ୍ଷ୍ମା ନମୂନା ସଂଗ୍ରହ ବ୍ୟବସ୍ଥାକୁ ଅଧିକ ବ୍ୟାପକ ସୁବ୍ୟବସ୍ଥିତ କରାଯିବା ପାଇଁ କୁହାଯାଇଛି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Intro:Body:

prabir 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.