ETV Bharat / city

ଚାଷୀ ଆନ୍ଦୋଳନକୁ ସମର୍ଥନ, ସିଂଘୁ ସୀମାରେ ଲଣ୍ଡା ହେଲେ ଓଡିଆ ଚାଷୀ - singhu boarder farmer protest

ସିଂଘୁ ସୀମାରେ ଆନ୍ଦୋଳନରତ ଜଣେ ଓଡିଆ ଚାଷୀଙ୍କ ଅଜବ କାରନାମା ଦେଖିବାକୁ ମିଳିଛି । ସୋମବାର ଆନ୍ଦୋଳନ ସମୟରେ ଓଡିଶାର ଜଣେ ଚାଷୀ ଲଣ୍ଡା ହୋଇଛନ୍ତି । ଅଧିକ ପଢନ୍ତୁ...

କୃଷି ଆଇନକୁ ମୃତ କହି ସିଂଘୁ ସୀମାରେ ଲଣ୍ଡା ହେଲେ ଓଡିଆ ଚାଷୀ

author img

By

Published : Dec 14, 2020, 9:52 PM IST

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି 19 ଦିନରେ ପହଞ୍ଚିଛି ଦେଶବ୍ୟାପୀ ଚାଷୀ ଆନ୍ଦୋଳନ । ନିଜ ଦାବିରେ ଚାଷୀ ଆନ୍ଦୋଳନରୁ ଓହରିବାକୁ ନାରାଜ । ଏହାରି ମଧ୍ୟରେ ଦିଲ୍ଲୀର ସିଂଘୁ ସୀମାରେ ଆନ୍ଦୋଳନରତ ଜଣେ ଓଡିଆ ଚାଷୀଙ୍କ ଅଜବ କାରନାମା ଦେଖିବାକୁ ମିଳିଛି । ସୋମବାର ଆନ୍ଦୋଳନ ସମୟରେ ଓଡିଶାର ଜଣେ ଚାଷୀ ଲଣ୍ଡା ହୋଇଛନ୍ତି ।

କୃଷି ଆଇନକୁ ବିରୋଧ କରି ଲଣ୍ଡା ହୋଇଥିବା ଓଡିଆ ଚାଷୀ ପାର୍ଥସାରଥି ଜେନା କହିଛନ୍ତି, କେନ୍ଦ୍ର ସରକାର 3ଟି କୃଷି ଆଇନ ଆଣିଛନ୍ତି । ଏହା ବିରୋଧରେ ଚାଷୀ ସ୍ବର ଉତ୍ତୋଳନ କରୁଥିବା ବେଳେ ସରକାର ବଧିର ପାଲଟିଯାଇଛନ୍ତି । ଏହି ଆଇନ ମୃତ ପ୍ରାୟ ଲାଗୁଥିବାରୁ ଏନେଇ ଲଣ୍ଡା ହେଉଥିବା କହିଛନ୍ତି ପାର୍ଥସାରଥି ।

ପାର୍ଥ ଆହୁରି ମଧ୍ୟ କହିଛନ୍ତି, ମୋର ଲଣ୍ଡା ହେବା କେନ୍ଦ୍ରକୁ ଏକ ଦୃଢ ସନ୍ଦେଶ ଦେବ । ତେବେ 3ଟି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ଏହାରି ମଧ୍ୟରେ ଚାଷୀମାନେ ଦିନିକିଆ ଅନଶନ ଶେଷ କରିଛନ୍ତି । ଗୁରୁ ନାନକଙ୍କ ପ୍ରାର୍ଥନା କରି ଖାଦ୍ୟ ଗ୍ରହଣ କରିଛନ୍ତି ଚାଷୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.