ETV Bharat / city

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ

ପରିବାରରେ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ପରେ ପରିବାରର ଯେକୌଣସି ଶିକ୍ଷିତ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରି ମିଳିବା ନେଇ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥିଲେ । କିନ୍ତୁ ସରକାରଙ୍କ ପକ୍ଷରୁ ଏହା କାର୍ଯ୍ୟକାରୀ ନହେବା କାରଣରୁ ସରକାରଙ୍କୁ ଅନୁରୋଧ କରିଛନ୍ତି ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ । ଅଧିକ ପଢନ୍ତୁ

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ
ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ
author img

By

Published : Aug 4, 2022, 9:37 AM IST

ଭୁବନେଶ୍ବର: ପରିବାରରେ ସରକାରୀ କର୍ମଚାରୀଙ୍କର ମୃତ୍ୟୁ ପରେ ପରିବାରର ଯେକୌଣସି ଶିକ୍ଷିତ ସଦସ୍ୟଙ୍କୁ ଯୋଗ୍ୟତା ଭିତ୍ତିରେ ଚାକିରି ମିଳିବା ନେଇ ରାଜ୍ୟ ସରକାର ଆଇନ ପ୍ରଣୟନ କରିଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିୟମ ପରେ ନିୟମ ପରିବର୍ତ୍ତନ କରାଯାଇଥିଲେ ସୁଦ୍ଧା ଆଜିଯାଏଁ ଆଶାୟୀ ବା ଯୋଗ୍ୟ ବ୍ୟକ୍ତିଙ୍କୁ ଚାକିରି ମିଳିପାରି ନାହିଁ । ଏହାକୁ ନେଇ ବୁଧବାର ଅନେକ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଶିକ୍ଷିତ ସଦସ୍ୟମାନେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି ।

ରାଜରାସ୍ତାକୁ ଓହ୍ଲାଇଲା ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘ

ନିୟମଅନୁସାରେ, ପରିବାରରେ କୌଣସି କର୍ମଚାରୀଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାର ସଦସ୍ୟ ଯେପରି ଅସହାୟ ଜୀବନ ଯାପନ ନକରିବେ ସେଥିପାଇଁ ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସିଭିଲ ସର୍ଭିସ ( Rehabilitation Assistance ) ୧୯୯୦ କାର୍ଯ୍ୟକାରୀ ହୋଇଥିଲା । ଏହି ନିୟମରେ ପରିବାର ସଦସ୍ୟଙ୍କ ଶିକ୍ଷା ଯୋଗ୍ୟତା ଅନୁସାରେ ସେମାନଙ୍କୁ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀରେ ଅନୁକମ୍ପା ମୂଳକ ନିଯୁକ୍ତି ପ୍ରଦାନ କରାଯିବାର ଆଇନ ରହିଆସିଛି । ଏହି ନିୟମ ଅନୁସାରେ ଅନେକ ମୃତ ସରକାରୀ କର୍ମଚାରୀଙ୍କ ପରିବାର ସଦସ୍ୟ ଚାକିରି ମଧ୍ୟ ପାଇଛନ୍ତି , କିନ୍ତୁ ୨୦୧୬ ମସିହାରେ ସରକାର ପୁଣି ଏହି ନିୟମକୁ ସଂଶୋଧନ କରିଲେ ।

୨୦୧୬ ମସିହାରେ କରାଯାଇଥିବା ନିୟମରେ ମଧ୍ୟ ପରିବାରରେ ଶିକ୍ଷା ଯୋଗ୍ୟତା ଅନୁସାରେ କୌଣସି ସଦସ୍ୟଙ୍କୁ ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀରେ ଚାକିରି ମିଳିବା ନେଇ ନିୟମ ରହିଛି । ୧୯୯୦ ମସିହା ଠାରୁ ଅବଶିଷ୍ଠ ଯେଉଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି , ସେମାନେ ମଧ୍ୟ ଏହି ୨୦୧୬ ସଂଶୋଧନ ନିୟମରେ ଅନ୍ତର୍ଭୁକ୍ତ ହେବା ସହିତ ନୂଆ ଆବେଦନକାରୀ ମାନେ ମଧ୍ୟ ଓଡ଼ିଶା ସିଭିଲ ସର୍ଭିସ ୨୦୧୬ ଆମେଣ୍ଟମେଣ୍ଟ ନିୟମରେ ଅନୁକମ୍ପାମୂଳକ ନିଯୁକ୍ତି ପାଇବା ନେଇ ନିୟମ ରହିଛି । ତେବେ ସରକାର ଏହାକୁ କାର୍ଯ୍ୟକାରୀ ନକରି ପୁଣି ୧୯୯୦ ନିୟମ ସହିତ ୨୦୧୬ ଆମେଣ୍ଟମେଣ୍ଟକୁ ଅକାମି କରି ଓଡ଼ିଶା ସିଭିଲ ସର୍ଭିସ ( Rehabilitation Assistance ) ନିୟମ ୨୦୨୦ କଲେ, ଯେଉଁଥରେ ୧୯୯୦ ଠାରୁ ନେଇ ବାକି ଥିବା ଆଶାୟୀ ଆବେଦନକାରୀମାନଙ୍କୁ ୨୦୨୦ ମସିହାର ନିୟମ ଅନୁଯାୟୀ ନୁଆ ଆବେଦନ ପତ୍ର ଦାଖଲ କରିବାକୁ ୨୦୨୦ ନିୟମରେ ଉଲ୍ଲେଖ ଅଛି ।

ଏହି ସମସ୍ତ ନିୟମକୁ ବିଚାରକୁ ନେଇ ସୁପ୍ରିମକୋର୍ଟ ଓ ହାଇକୋର୍ଟ ଅଫ ଓଡ଼ିଶା ଆବେଦନକାରୀ ମାନଙ୍କ ଆବେଦନ ପତ୍ରକୁ Date of Death ଅନୁସାରେ ବିଚାରକୁ ନେଇ ନିଯୁକ୍ତି ଦେବାର ନିର୍ଦ୍ଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଅନେକ ମୃତ ସରକାରୀ କର୍ମଚାରୀଙ୍କ ପରିବାରର ଶିକ୍ଷିତ ସଦସ୍ୟମାନେ ରାଜଧାନୀର ରାଜରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ମୂଖ୍ୟମନ୍ତ୍ରୀଙ୍କୁ ଅନୁକମ୍ପା ମୂଳକ ନିଯୁକ୍ତି ଦେବା ପାଇଁ ଅନୁରୋଧ କରିଛନ୍ତି । ତେବେ ଏହି ଆଶାୟୀ ସଦସ୍ଯଙ୍କ ସହିତ କଂଗ୍ରେସର ବିଧାୟକ ସୁର ରାଉତରାୟ ମଧ୍ୟ ଯୋଗଦାନ କରିଥିଲେ।

ଇଟିଭି ଭାରତ, ଭୁବନେଶ୍ବର

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.