ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ରାଜ୍ୟ ସରକାର ପ୍ରସ୍ତୁତ ହେଉଛନ୍ତି । ଆଦର୍ଶ ଆଚରଣ ବିଧି ଲାଗୁ କରିବା ନେଇ ଚୂଡ଼ାନ୍ତ ପ୍ରସ୍ତୁତି କରିଛନ୍ତି । ଏଥିପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଚଳିତ ମାସରେ ପ୍ରକାଶ ପାଇବ ଆଗାମୀ ବର୍ଷ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବିଜ୍ଞପ୍ତି ।
ବିଜ୍ଞପ୍ତି ପ୍ରକାଶ ପାଇବା ପରଠୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଅବାଧ ଓ ସ୍ବଚ୍ଛ ନିର୍ବାଚନ ପାଇଁ କମିଶନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି କୋଡ୍ ଅଫ୍ କଣ୍ଡକ୍ଟ । ବିଜ୍ଞପ୍ତି ପ୍ରକାଶ ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ । ଭୋଟ ଗଣତି ଶେଷ ପର୍ଯ୍ୟନ୍ତ କୋଡ୍ ଅଫ୍ କଣ୍ଡକ୍ଟ ବଳବତ୍ତର ରହିବ । ଉଭୟ ଇଂରାଜୀ ଓ ଓଡ଼ିଆ ଭାଷାରେ ଆଚାର ସଂହିତା ମାର୍ଗଦର୍ଶିକା ପ୍ରକାଶ ପାଇବ ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ