ETV Bharat / city

DAV ସ୍କୁଲରେ ଅଫ୍‌ଲାଇନ୍ ପରୀକ୍ଷା ବାଧ୍ୟତାମୂଳକ ଘଟଣା, କାରଣ ଦର୍ଶାଅ ନୋଟିସ ପଠାଇଲେ ସରକାର - ଡିଏଭି ସ୍କୁଲକୁ କାରଣ ଦର୍ଶାଅ ନୋଟିସ୍

DAV ପବ୍ଲିକ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ମୋଡ଼ରେ ପରୀକ୍ଷା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗ । କାରଣ ଦର୍ଶାଅ ନୋଟିସ୍ ଜାରି କଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ

DAV ସ୍କୁଲରେ ଅଫ୍‌ଲାଇନ୍ ପରୀକ୍ଷା ବାଧ୍ୟତାମୂଳକ ଘଟଣା, କାରଣ ଦର୍ଶାଅ ନୋଟିସ ପଠାଇଲେ ସରକାର

author img

By

Published : Feb 9, 2022, 8:48 PM IST

ଭୁବନେଶ୍ୱର: DAV ପବ୍ଲିକ ସ୍କୁଲ୍ ଛାତ୍ରଛାତ୍ରୀଙ୍କୁ ଅଫଲାଇନ୍ ମୋଡ଼ରେ ପରୀକ୍ଷା ଦେବାକୁ ବାଧ୍ୟ କରୁଥିବା ଅଭିଯୋଗକୁ ଗୁରୁତର ଭାବେ ନେଲେ ରାଜ୍ୟ ସରକାର । ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର DAV ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

DAV ସ୍କୁଲରେ ଅଫ୍‌ଲାଇନ୍ ପରୀକ୍ଷା ବାଧ୍ୟତାମୂଳକ ଘଟଣା, କାରଣ ଦର୍ଶାଅ ନୋଟିସ ପଠାଇଲେ ସରକାର
DAV ସ୍କୁଲରେ ଅଫ୍‌ଲାଇନ୍ ପରୀକ୍ଷା ବାଧ୍ୟତାମୂଳକ ଘଟଣା, କାରଣ ଦର୍ଶାଅ ନୋଟିସ ପଠାଇଲେ ସରକାର

୨ ବର୍ଷ ଧରି କୋରୋନା ମହାମାରୀ କାରଣରୁ ପିଲାମାନଙ୍କ ପାଠପଢ଼ା ବନ୍ଦ ଥିଲା । ମହାମାରୀର ପ୍ରଭାବ କମିବା ପରେ ଗତ ଫେବୃଆରୀ ୭ ତାରିଖ ଠାରୁ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିଛି । ସେହିପରି ଆଗାମୀ ୧୪ ତାରିଖରୁ ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି । ଦୀର୍ଘଦିନ ଧରି ଅଫ୍‌ଲାଇନ ପାଠପଢ଼ା ବନ୍ଦ ଥିବାରୁ କିଛି ଛାତ୍ରଛାତ୍ରୀଙ୍କ ମଧ୍ୟରେ ସାମାଜିକ ଓ ଭାବନାତ୍ମକ ସ୍ତରରେ ଅନେକ ସମସ୍ୟା ସୃଷ୍ଟି ହୋଇଥିବାର ସମ୍ଭାବନା ମଧ୍ୟ ରହିଛି ।

ଏହାକୁ ଦୃଷ୍ଟିରେ ରଖି ସ୍ଵତନ୍ତ୍ର ରିଲିଫ କମିଶନର ଫେବ୍ରୁଆରୀ ୩ ରେ ସ୍କୁଲ ଗୁଡ଼ିକ ପାଇଁ ଏକ ନିର୍ଦ୍ଦେଶାବଳୀ ଜାରି କରିଥିଲେ । ଏଥିରେ ପିଲାମାନେ ତାଙ୍କ ଇଚ୍ଛା ଅନୁଯାୟୀ ଅଫ୍‌ଲାଇନ୍, ଅନ୍‌ଲାଇନ୍ କିମ୍ବା ଉଭୟ ମୋଡ୍‌ରେ ପରୀକ୍ଷା ଦେଇପାରିବେ ବୋଲି ସ୍ପଷ୍ଟ କରାଯାଇଥିଲା ।

କିନ୍ତୁ ଚନ୍ଦ୍ରଶେଖରପୁର DAV ବିଦ୍ୟାଳୟ ଏହି ନିର୍ଦ୍ଦେଶର ଅବମାନନା କରି ଫେବୃଆରୀ ୧୨ ତାରିଖରୁ ଆରମ୍ଭ ହେଉଥିବା ଆସେସ୍‌ମେଣ୍ଟ ପରୀକ୍ଷାକୁ ଅଫଲାଇନ୍ ମୋଡ଼ରେ କରିବା ପାଇଁ ବାଧ୍ୟ କରୁଥିବା ଅଭିଯୋଗ ହୋଇଛି । ତେଣୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକ ସତ୍ୟ ରଞ୍ଜନ ସାହୁ ଚନ୍ଦ୍ରଶେଖରପୁର DAV ବିଦ୍ୟାଳୟର ଅଧ୍ୟକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.