ETV Bharat / city

10Th Summative Exam: ପରୀକ୍ଷାକେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଆଜିଠୁ ରାଜ୍ୟରେ ମାଟ୍ରିକ ସମେଟିଭ ପରୀକ୍ଷା (10Th Summative Exam)। ଏନେଇ ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ପରଖିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଅଧିକ ପଢ଼ନ୍ତୁ

education minister visit to matric summative exam center
ଆରମ୍ଭ ହେଲା ଦଶମ ସମେଟିଭ ପରୀକ୍ଷା, ପରୀକ୍ଷା କେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ
author img

By

Published : Jan 5, 2022, 11:57 AM IST

Updated : Jan 5, 2022, 4:56 PM IST

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ମାଟ୍ରିକ ସମେଟିଭ ପରୀକ୍ଷା (10Th Summative Exam)ଆରମ୍ଭ ହୋଇଛି । ଏହି ଅବସରରେ ବିଭିନ୍ନ ପରୀକ୍ଷା କେନ୍ଦ୍ର ବୁଲି ସ୍ଥିତି ପରଖିବେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ଏହି କ୍ରମରେ ପରୀକ୍ଷାର ପ୍ରଥମ ଦିନରେ ପିିପିଲିର ନୋଡାଲ ସେଣ୍ଟରରେ ପହଞ୍ଚିଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

10Th Summative Exam: ପରୀକ୍ଷାକେନ୍ଦ୍ର ବୁଲିଲେ ଗଣଶିକ୍ଷା ମନ୍ତ୍ରୀ

ଏହି ପରୀକ୍ଷା କେନ୍ଦ୍ରରେ ୧୪୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ପିପିଲି ବ୍ଲକରେ ୨୨୭୮ ଜଣ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି। ତେବେ ନୋଡାଲ ହାଇସ୍କୁଲ ସେଣ୍ଟରରେ କୌଣସି କାରଣବଶତଃ 6ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଛନ୍ତି ।

କୋଭିଡ କଟକଣା ମଧ୍ୟରେ ଏହି ସମେଟିଭ୍‌ ପରୀକ୍ଷା ଆରମ୍ଭ ହୋଇଛି । ତେବେ ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ପ୍ରଶାସନ ପକ୍ଷରୁ କରାଯାଇଥିବା ବିଭିନ୍ନ ବ୍ୟବସ୍ଥା ଉପରେ ନଜର ପକାଇଛନ୍ତି ମନ୍ତ୍ରୀ । ତା ସହିତ ପରୀକ୍ଷାକୁ ଯାଞ୍ଚ ମଧ୍ୟ କରିଛନ୍ତି ।

ଚଳିତ ବର୍ଷ ରାଜ୍ୟରେ ମୋଟ ୫ ଲକ୍ଷ ୭୧ ହଜାର ୯୩୫ ଜଣ ମାଟ୍ରିକ ଛାତ୍ରଛାତ୍ରୀ ସମେଟିଭ୍‌ ପରୀକ୍ଷା ଦେଉଛନ୍ତି । ମୋଟ ୩୦୯୩ କେନ୍ଦ୍ରରେ ମାଟ୍ରିକ ସମେଟିଭ ପରୀକ୍ଷା କରୁଛି ବିଭାଗ । ଆଜି(ବୁଧବାର)ଠାରୁ ପରୀକ୍ଷା ଆରମ୍ଭ ହୋଇ ଜାନୁଆରୀ ୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୨ଟି ସିଟିଂରେ ୫୦ ନମ୍ବର ବିଶିଷ୍ଟ ଅବଜେକ୍ଟିଭ ପରୀକ୍ଷା ଦେଉଛନ୍ତି ଛାତ୍ରଛାତ୍ରୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ ଓ ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jan 5, 2022, 4:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.