ETV Bharat / city

Economic Survey 2021-22: ରାଜ୍ୟର ଅଭିବୃଦ୍ଧି ହାର 10.1%, ବଢିଛି ମୁଣ୍ଡ ପିଛା ଆୟ

author img

By

Published : Mar 29, 2022, 4:44 PM IST

ଆସିଲା 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ରାଜ୍ୟର ଅଭିବୃଦ୍ଧି ହାର 2021-22 ରେ 10.1 ରହିଛି । 2020-21 ରେ ଆର୍ଥିକ ଅଭିବୃଦ୍ଧି ହାର -5.3% ଥିଲା । ଅଧିକ ପଢ଼ନ୍ତୁ

ଅର୍ଥନୈତିକ ସର୍ଭେ ରିପୋର୍ଟ 2021-22 ଆଗତ, GSDPରେ 10.1 ପ୍ରତିଶତ ବୃଦ୍ଧି ଆଶା

ଭୁବନେଶ୍ବର: ଆର୍ଥିକ ବର୍ଷ 2021-22ରେ କୋଭିଡ ମହାମାରୀ ସତ୍ତ୍ବେ ରାଜ୍ୟର ଅର୍ଥନୀତି ଟ୍ରାକକୁ ଫେରିଛି । ଗତ ଆର୍ଥିକ ବର୍ଷରେ ରାଜ୍ୟର GSDP (ସାମଗ୍ରୀକ ରାଜ୍ୟ ଘରୋଇ ଉତ୍ପାଦ) 5.3% ତଳେ ( -5.3% ) ଥିବା ବେଳେ ଚଳିତ ଆର୍ଥିକ ବର୍ଷରେ ଏଥିରେ ସୁଧାର ଆସିଛି । GSDPରେ ବୃଦ୍ଧି ଘଟିଛି ଏବଂ ଏହା ଚଳିତ ଆର୍ଥିକ ବର୍ଷରେ 10.1%ରେ ପହଞ୍ଚିବା ନେଇ ଆକଳନ ହୋଇଛି ।

ବଢିଛି ମୁଣ୍ଡ ପିଛା ଆୟ
ବଢିଛି ମୁଣ୍ଡ ପିଛା ଆୟ

ବିଧାନସଭାରେ ଆଜି ଆଗତ ହୋଇଥିବା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି । ଉଦ୍ୟୋଗ କ୍ଷେତ୍ରରେ ୧୪.୫ ପ୍ରତିଶତ ବୃଦ୍ଧି ହୋଇଥିବା ବେଳେ ସର୍ଭିସ ସେକ୍ଟରରେ ୭.୯ ପ୍ରତିଶତ ବୃଦ୍ଧି ଘଟିଛି । ତା ସହିତ କୃଷି ବା ଏହି ସମ୍ବନ୍ଧିତ କ୍ଷେତ୍ରରେ ୩.୪ ପ୍ରତିଶତ ନକରାତ୍ମକ ଅଭିବୃଦ୍ଧି ହୋଇଛି । ମରୁଡ଼ି, ଅଦିନିଆ ବର୍ଷା, ବାତ୍ୟା ଜୱାଦ ଯୋଗୁଁ ଏହି କ୍ଷେତ୍ରରେ ଅଭିବୃଦ୍ଧି ହୋଇ ପାରିନାହିଁ ।

ବଢିଛି ମୁଣ୍ଡ ପିଛା ଆୟ
ବଢିଛି ମୁଣ୍ଡ ପିଛା ଆୟ

ରାଜ୍ୟ ବଜେଟ ପୂର୍ବରୁ ଆସିଲା 2021-22 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ । ରିପୋର୍ଟ ଅନୁଯାୟୀ ଆକଳନ କରାଯାଉଛି ରାଜ୍ୟର ଅଭିବୃଦ୍ଧି ହାର 2021-22 ରେ 10.1 ପ୍ରତିଶତ ରହିବ । ଜାତୀୟ ହାର 8.8 ପ୍ରତିଶତ ରହିଥିବା ବେଳେ ଓଡ଼ିଶା ଭଲ ସ୍ଥିତି ରେ ଅଛି । ଏହା ସମ୍ଭବ ହୋଇଛି ଓଡ଼ିଶାର ବିକାଶ ମୂଳକ ପଦକ୍ଷେପ, ଦକ୍ଷତାର ସହ କୋଭିଡ ପରିଚାଳନା, ଟୀକାକରଣ ଭଳି କାରଣ ପାଇଁ । 2020-21 ରେ ରାଜ୍ୟର ଅଭିବୃଦ୍ଧି ହାର - 5.3 ଥିଲା । କୋଭିଡ ମହାମାରୀ ପାଇଁ ଏହା ପ୍ରଭାବିତ ହୋଇଥିଲା । ସେପଟେ ବଢିଛି ରାଜ୍ୟର ମୁଣ୍ଡ ପିଛା ଆୟ । 2011-12 ରେ ଏହା 48 ହଜାର 499 ଥିବା ବେଳେ 22021-22 ରେ 1 ଲକ୍ଷ 27 ହଜାର 383ରେ ପହଁଚିଛି ।

ବଢିଛି ମୁଣ୍ଡ ପିଛା ଆୟ
ବଢିଛି ମୁଣ୍ଡ ପିଛା ଆୟ

ରାଜ୍ୟର ମୁଣ୍ଡ ପିଛା ହାର16.8 ପ୍ରତିଶତ ହାରରେ ବଢ଼ିଛି । ଦ୍ରୁତ ଅଭିବୃଦ୍ଧି ହାର, ପୁଞ୍ଜି ନିବେଶ, ନିଯୁକ୍ତି ସୁଯୋଗ ସୃଷ୍ଟି ଓ ଜନସଂଖ୍ୟାରେ ସ୍ତିରତା ଯୋଗୁ ବଢିଛି ମୁଣ୍ଡ ପିଛା ଆୟ । ଓଡିଶା ଖଣି କ୍ଷେତ୍ରରେ ବହୁତ ଭଲ ଉତ୍ପାଦନ ହୋଇଛି । ବହୁ ସଂଖ୍ୟାରେ ଶିଳ୍ପାନୁଷ୍ଠାନ ଓଡିଶା ଆସୁଛନ୍ତି । ଯାହା ଦ୍ୱାରା ନିଯୁକ୍ତି ସମ୍ଭାର ବି ସୃଷ୍ଟି ହୋଇଛି । ମିଶନ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ନୂଆ ଓଡିଶା ସଶକ୍ତି ଓଡିଶା ଗଠନ ଦିଗରେ ପ୍ରମୁଖ ଭୂମିକା ନିଭାଇଛି । କିନ୍ତୁ କୃଷି ଅଭିବୃଦ୍ଧି ହାର କମ ହୋଇଛି । ଏହା -3.37 ରେ ପହଁଚିଛି । ଏହା ପ୍ରାକୃତିକ ବିପର୍ଯ୍ୟୟ ଯେମିତି କି ପ୍ରବଳ ବର୍ଷା, ବାତ୍ୟା, ବନ୍ୟା କାରଣରୁ ଏଭଳି ହୋଇଛି । ରାଜ୍ୟ ଅର୍ଥନୀତି କୁ କୃଷି କ୍ଷେତ୍ରର ଯୋଗଦାନ ରହିଛି 20.61 ଓ ଶିଳ୍ପ କ୍ଷେତ୍ରର ଯୋଗଦାନ 39.51 ଓ ସେବା କ୍ଷେତ୍ରର ଯୋଗଦାନ 39.88 ରହିଛି । କୋଭିଡ ସତେ ରାଜ୍ୟ ଶିଳ୍ପାୟନ କ୍ଷେତ୍ରରେ ସ୍ଥିରତା ରହିଛି । ଆର୍ଥିକ ପରିଚଳନା କ୍ଷେତ୍ରରେ ଓଡ଼ିଶାର ଭଲ ସ୍ଥିତି ରହିଛି ।

ବଢିଛି ମୁଣ୍ଡ ପିଛା ଆୟ
ବଢିଛି ମୁଣ୍ଡ ପିଛା ଆୟ
  • ୧୦ ବର୍ଷରେ ୨ ଗୁଣାରୁ ଅଧିକ ବଢିଛି ମୁଣ୍ଡ ପିଛା ଆୟ
  • ରାଜ୍ୟର ଅଭିବୃଦ୍ଧି ହାର ଜାତୀୟ ଅଭିବୃଦ୍ଧି ହାର ଠାରୁ ଆଗରେ ।
  • ବିଧାନସଭାରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ
  • 2021-22 ରେ ମୁଣ୍ତ ପିଛା ଆୟ ବଢ଼ିଥିବା ରିପୋର୍ଟରେ ଉପସ୍ଥାପିତ
  • ରାଜ୍ୟର ଅଭିବୃଦ୍ଧି ହାର 10.1%
  • ରାଜ୍ୟ ଅଭିବୃଦ୍ଧି ହାର ଜାତୀୟ ସ୍ତରଠାରୁ ଅଧିକ ଥିବା ଉଲ୍ଲେଖ
ବଢିଛି ମୁଣ୍ଡ ପିଛା ଆୟ
ବଢିଛି ମୁଣ୍ଡ ପିଛା ଆୟ

ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.