ETV Bharat / city

ମିଳିଲା ପ୍ରତିଶୃତି, ଆନ୍ଦୋଳନରୁ ଓହରିଲା ଓଡିଶା ଡ୍ରାଇଭର ମହାସଂଘ

author img

By

Published : Oct 29, 2021, 10:53 PM IST

ଓଡିଶା ଡ୍ରାଇଭର ମହାସଂଘର ୧୦ ଦଫା ଦାବିରୁ ୫ ଦଫା ଦାବି ପୂରଣର ପ୍ରତିଶୃତି ଦେଲେ ରାଜ୍ୟ ସରକାର । ଅଧିକ ପଢନ୍ତୁ...

ପ୍ରତିଶୃତି ମିଳିବା ପରେ ଆନ୍ଦୋଳନରୁ ହଟିଲା ଓଡିଶା ଡ୍ରାଇଭର ମହାସଂଘ

ଭୁବନେଶ୍ବର: ଓଡିଶା ଡ୍ରାଇଭର ମହାସଂଘର ୧୦ ଦଫା ଦାବିରୁ ୫ ଦଫା ଦାବି ପୂରଣର ପ୍ରତିଶୃତି ଦେଲେ ରାଜ୍ୟ ସରକାର । ସାମାଜିକ ସୁରକ୍ଷା, ବୀମାସୁରକ୍ଷା ଭଳି ୫ ଦଫା ଦାବି ପୂରଣର ପ୍ରତିଶ୍ରୁତି ପାଇବା ପରେ ଆନ୍ଦୋଳନରୁ ଓହରିଛନ୍ତି ସଂଘ।

ଆଜି(ଶୁକ୍ରବାର) ସକାଳୁ ୧୦ ଦଫା ଦାବି ପୂରଣ ପାଇଁ ଦାବିପତ୍ର ଦେଇଥିଲେ ସରକାରଙ୍କୁ । ଆଉ ସମ୍ବଲପୁରରୁ ଭୁବନେଶ୍ବର ଚାଲିଚାଲି ଆସି ନିଜ ଅଧିକାର ପାଇଁ ରାଜଧାନୀର ରାଜରାସ୍ତାରେ ଗର୍ଜିଥିଲେ।

ମୁଖ୍ୟମନ୍ତ୍ରୀଙ୍କୁ ଭେଟିବାକୁ ଆଉ ଆଲୋଚନା କରିବାକୁ ଯାଇଥିବା ବେଳେ ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ସୁବାସ ସିଂଙ୍କୁ ଭେଟି ଆଲୋଚନା କରିଥିଲେ । ଆଲୋଚନା ପରେ ୧୫ ଦିନ ଭିତରେ ସେମାନଙ୍କ ଦାବିର ଏକ ଉଚ୍ଚସ୍ତରୀୟ ବୈଠକ
ବସିବ, ଯେଉଁଥିରେ ବିଭାଗୀୟ ମନ୍ତ୍ରୀ ରହିବେ । ଅନ୍ୟପଟେ ଆଗମୀ ଦିନରେ ଯଦି ସରକାର ପ୍ରତିଶୃତି ପାଳନ ନକରନ୍ତି ଆନ୍ଦୋଳନ ତିବ୍ରତର ହେବା ସହ ଅଖଚଖ ବନ୍ଦ କରି ଆନ୍ଦୋଳନ କରିବେ ବୋଲି କହିଛନ୍ତି ସଂଘର ସଭାପତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.