ETV Bharat / city

ଗୁରୁବାର ସରିବ ମତଦାନ, ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ DGP

author img

By

Published : Feb 23, 2022, 7:17 PM IST

Updated : Feb 23, 2022, 7:28 PM IST

ଶାନ୍ତି ଶୃଙ୍ଖଳାର ସହ କିପରି ପଞ୍ଚମ ପର୍ଯ୍ୟାୟ ମତଦାନ ସରିବ ସେନେଇ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ DGP ସୁନୀଲ ବଂଶଲ । ଅଧିକ ପଢନ୍ତୁ

ଗୁରୁବାର ସରିବ ମତଦାନ, ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ DGP
ଗୁରୁବାର ସରିବ ମତଦାନ, ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ DGP

ଭୁବନେଶ୍ବର: ରାଜ୍ୟ ନିର୍ବାଚନ କମିଶନରଙ୍କୁ ଭେଟିଲେ ପୋଲିସ DGP ସୁନୀଲ ବଂଶଲ । ବାକି ଥିବା ପଞ୍ଚମ ପର୍ଯ୍ୟାୟ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ କିପରି ଶାନ୍ତିଶୃଙ୍ଖଳାର ସହ ଶେଷ ହେବ ସେନେଇ ନିର୍ବାଚନ କମିଶନଙ୍କ ସହ ଆଲୋଚନା କରିଛନ୍ତି ।

ଡିଜିପି କହିଛନ୍ତି ଯେ, ସମସ୍ତ ବୁଥରେ ପୋଲିସ ମୁତୟନ ହୋଇଛି । ବ୍ଲକ ହେଡ କ୍ୱାର୍ଟରର ଷ୍ଟ୍ରଙ୍ଗ ରୁମରେ ମଧ୍ୟ ପୋଲିସ ମୁତୟନ ସହ CCTV ଏବଂ LCD ଲଗାଯାଇଛି । ସେହିପରି ଗଣତି ତିନିଦିନ ମଧ୍ୟ ସମସ୍ତ ପ୍ରକାର ସୁରକ୍ଷା ବନ୍ଦୋବସ୍ତ କରାଯାଇଛି । ପ୍ରଥମ, ଦ୍ଵିତୀୟ, ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ପରି ଶେଷ ପର୍ଯ୍ୟାୟରେ କିପରି ନିର୍ବାଚନୀ ହିଂସା ଦେଖିବାକୁ ନ ମିଳିବ ସେଥିପ୍ରତି ପୋଲିସ ପ୍ରଶାସନ ସଜାଗ ରହିଛି । ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ମାଓ ପ୍ରବଣ ଅଞ୍ଚଳରେ ଶାନ୍ତିଶୃଙ୍ଖଳାର ସହ ମତଦାନ ହୋଇଥିବାରୁ ଗଣତନ୍ତ୍ର ପାଇଁ ଶୁଭଙ୍କର ବୋଲି ଡିଜିପି କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Feb 23, 2022, 7:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.