ETV Bharat / city

ପୂର୍ତ୍ତ ବିଭାଗ ମାଧ୍ୟମରେ ପର୍ଯ୍ୟଟନ ପ୍ରକଳ୍ପର ତ୍ୱରିତ କାର୍ଯ୍ୟାନ୍ୱୟନ ପାଇଁ ନିର୍ଦ୍ଦେଶ - odisha cs orders for expedite work of tourism department

ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ଯ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହି ସବୁ ସ୍ଥାନରେ ପର୍ଯ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଧିକ ପଢନ୍ତୁ

ପର୍ଯ୍ୟଟନ ପ୍ରକଳ୍ପ ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ନିର୍ଦ୍ଦେଶ

author img

By

Published : May 12, 2022, 10:01 PM IST

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଭିତରକନିକା, ନୃସିଂହନାଥ ଓ ହରିଶଙ୍କର ଆଦି ସ୍ଥାନରେ ପର୍ଯ୍ୟଟନ ପ୍ରକଳ୍ପଗୁଡିକର ଅଗ୍ରଗତିର ସମୀକ୍ଷା କରିଛନ୍ତି । ଏହି ସବୁ ସ୍ଥାନରେ ପର୍ଯ୍ୟଟନ ସହାୟକ ଭିତ୍ତିଭୂମି ପୁର୍ତ୍ତ ବିଭାଗ ମାଧ୍ୟମରେ ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ଲୋକସେବା ଭବନରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର ପ୍ରକଳ୍ପ ସମ୍ବନ୍ଧିତ ବୈଷୟିକ, ଆର୍ଥିକ ଓ ନିରନ୍ତର ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଛନ୍ତି । ପ୍ରକଳ୍ପଗୁଡିକର ସଦ୍ୟତନ ସ୍ଥିତି ସମୀକ୍ଷା କରି ପୁର୍ତ୍ତ ବିଭାଗ ମାଧ୍ୟମରେ ସେଗୁଡିକର ତ୍ବରିତ କାର୍ଯ୍ୟାନ୍ବୟନ ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ପାଇଁ ତୁରନ୍ତ ଟେଣ୍ଡର ପ୍ରକ୍ରିୟା ଶେଷ କରିବାକୁ ପୁର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି । ଭିତରକନିକାରେ ସୃଷ୍ଟି କରାଯାଉଥିବା ପର୍ଯ୍ୟଟନ ସଂପତ୍ତିର ରକ୍ଷଣାବେକ୍ଷଣ ଏବଂ ନିରନ୍ତର ପରିଚାଳନା ନିମନ୍ତେ ଉପଯୁକ୍ତ ବ୍ୟବସ୍ଥା କରିବାକୁ ମୁଖ୍ୟ ଶାସନ ସଚିବ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।ପରିଚାଳନା ଓ ରକ୍ଷଣାବେକ୍ଷଣ ନିମନ୍ତେ ସମସ୍ତ ଷ୍ଟେକ-ହୋଲଡରମାନଙ୍କୁ ସାମିଲ କରି ସ୍ଥାନୀୟ କମିଟି ଗଠନ କରାଯିବ ।

ଏହି କାର୍ଯ୍ୟରେ ଯଥା ସମ୍ଭବ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଏବଂ ସ୍ଥାନୀୟ ଯୁବକ ଯୁବତୀମାନଙ୍କୁ ସାମିଲ କରିବାକୁ ମଧ୍ୟ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି । ଆଧୁନିକ ପର୍ଯ୍ୟଟନ ଭିତ୍ତିଭୂମି ମାଧ୍ୟମରେ ସଂପୃକ୍ତ ଅଞ୍ଚଳରେ ନୂତନ ଜିବୀକା ନିର୍ବାହ ଓ ରୋଜଗାର ପନ୍ଥା ସୃଷ୍ଟି ହେବ । ଭିତରକନିକାର ୪ ଟି ମୁଖ୍ୟ ଜୋନରେ ପର୍ଯ୍ୟଟନ ସୁବିଧା ସୃଷ୍ଟି କରାଯିବ । ଏଗୁଡିକ ହେଲା ଡାଙ୍ଗମାଳ, ଗୁପ୍ତି, ଖୋଳା ଏବଂ ଚାନ୍ଦବାଲି । ପ୍ରାଥମିକ ଭିତ୍ତିଭୂମି ଭାବେ ଆଗମନ ଓ ଆତିଥ୍ୟ କେନ୍ଦ୍ର, ରହଣୀ-କଟେଜ, ବନ୍ୟଜନ୍ତୁ ନିରୀକ୍ଷଣ ସୁବିଧା, ବାଖ୍ୟାନ କେନ୍ଦ୍ର, ଶୌଚାଳୟ ଗାଡି ପାର୍କିଂ ସ୍ଥାନ ଓ ଜେଟ୍ଟି ଆଦି ସ୍ଥାପନ କରାଯିବ ।

ତିନିଟି ପର୍ଯ୍ୟାୟରେ ବିଭିନ୍ନ ପର୍ଯ୍ୟଟନ ଉନ୍ନୟନ କାର୍ଯ୍ୟ କରାଯିବ । ପ୍ରଥମ ପର୍ଯ୍ୟାୟ ପ୍ରାଥମିକ ଭିତ୍ତିଭୂମି ପାଇଁ ପ୍ରାୟ ୪୬.୨୩ କୋଟି ଟଙ୍କା ବିନିଯୋଗ କରାଯିବ । ଗୁପ୍ତି, ଖୋଳା ଏବଂ କସ୍ତୁରୀକଣ ଠାରେ ପର୍ଯ୍ୟଟନ ପ୍ରକଳ୍ପପାଇଁ ଜମି ଅଧିଗ୍ରହଣ ଓ ବିକାଶ କରିବାକୁ ମୁଖ୍ୟ ଶାସନ ସଚିବ ଇଡକୋଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ରାପଡା ଜିଲ୍ଲାପାଳ ଏବଂ ରାଜନଗର ବନଖଣ୍ଡ ଅଧିକାରୀ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ କ୍ଷେତ୍ରସ୍ତରୀୟ ତଥ୍ୟ ସହ ଉପଯୁକ୍ତ ଭିତ୍ତିଭୂମି ସଂପର୍କିତ ପରାମର୍ଶ ଦେଇଛନ୍ତି ।

ସେହିପରି ଚନ୍ଦ୍ରଭାଗାରେ ବୋଟିଂ ଏବଂ ବେଳାଭୂମି ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ପ୍ରାୟ ୪୨ କୋଟି ଟଙ୍କା ବିନିଯୋଗ ହେବ । ବରଗଡ ଜିଲ୍ଲାର ନୃସିଂହନାଥ ଏବଂ ବଲାଙ୍ଗିର ଜିଲ୍ଲାର ହରିଶଙ୍କର ପୀଠରେ ପର୍ଯ୍ୟଟନ ଭିତ୍ତିଭୂମି ନିମନ୍ତେ ୪୬ କୋଟି ଟଙ୍କା ବିନିଯୋଗ କରାହେବ । ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ଇଡକୋର ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆ, ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ ରାମଚନ୍ଦ୍ର ଯାଦବ, ପର୍ଯ୍ୟଟନ ବିଭାଗ ଅତିରିକ୍ତ ଶାସନ ସଚିବ ଦୁର୍ଗା ପ୍ରସାଦ ମହାପାତ୍ରଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ବୈଠକରେ ଉପସ୍ଥିତ ଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.