ETV Bharat / city

Year Ender Crime 2021: ରକ୍ତଛିଟାରେ ଭିଜିଥିଲା ବର୍ଷ, ପ୍ରେମ ପାଇଁ ଅଶୁଭ ଥିଲା ଜୁଲାଇ - sanjaya dasburma pa death case

ବର୍ଷ ୨୦୨୧ରେ ଘଟିଥିଲା ବହୁଚର୍ଚ୍ଚତ କ୍ରାଇମ । ମାହାଙ୍ଗା ଡବଲ୍‌ ମର୍ଡର ଘଟଣାଠୁ ଆରମ୍ଭ କରି ସଞ୍ଜୟଦାସବର୍ମାଙ୍କ ପିଏ ହତ୍ୟା ଘଟଣା । ଛାତିଥରା କ୍ରାଇମ୍ ସିନ ଦେଖିଲା ଓଡିଶା । ଆଉ ଏପଟେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗଡିବା ନେଇ ଘନେଇଲା ରାଜନୀତି । କିଛି ଘଟଣାର ରହସ୍ୟ ଉପରୁ ପରଦା ଉଠିଥିବା ବେଳେ ଅନ୍ୟ କିଛି ଘଟଣା ଆଜି ବି ରହିଛି ରହସ୍ୟ ଘେରରେ । ସେପଟେ ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ ହତ୍ୟାକାଣ୍ଡରେ ଜୁଲାଇ ମାସ ହୋଇଥିଲା ରକ୍ତରଞ୍ଜିତ । ଆଉ ଅଧିକାଂଶ ଅପରାଧ ପ୍ରେମ ବ୍ୟାପାରକୁ ନେଇ ଘଟିଥିଲା । ତେବେ ଏହି ତମାମ ଅପରାଧକୁ ନେଇ ଆସନ୍ତୁ ଓଲଟାଇବା କ୍ରାଇମ ଚାପ୍ଟର ୨୦୨୧

Year Ender 2021 Crime: ରକ୍ତଛିଟାରେ ଭିଜିଥିଲା ବର୍ଷ, ପ୍ରେମ ପାଇଁ ଅଶୁଭ ଥିଲା ଜୁଲାଇ

author img

By

Published : Dec 25, 2021, 9:24 PM IST

Updated : Dec 25, 2021, 9:29 PM IST

ଭୁବନେଶ୍ବର: ସଭିଙ୍କଠୁ ବିଦାୟ ନେଉଛି 'ବର୍ଷ-୨୦୨୧' । ବର୍ଷ ତମାମ ରାଜ୍ୟରେ ଘଟିଛି ଅନେକ ଚର୍ଚ୍ଚିତ ହତ୍ୟାକାଣ୍ଡ, ଅପହରଣ, ଠକେଇ ଭଳି ଛାତିଥରା ଅପରାଧ । ସେ ମାହାଙ୍ଗା ଡର୍ବଲ ମର୍ଡର ଘଟଣାକୁ ହେଉ କି ମମିତା ମେହେର ହତ୍ୟାକାଣ୍ଡ । ଏହି ଘଟଣା ରାଜ୍ୟର ରାଜ୍ୟନୀତିକୁ ଦୋହଲାଇବା ସହିତ ସମଗ୍ର ରାଜ୍ୟବାସୀଙ୍କ ମଧ୍ୟରେ ଅନେକ ସମୟ ଧରି ରହିଆସିଛି ଚର୍ଚ୍ଚାର ବିଷୟ ।

କୋରୋନାର ଦ୍ବିତୀୟ ଲହରରେ ଦେଶ ସମେତ ରାଜ୍ୟର ମେରୁଦଣ୍ଡ ଭାଙ୍ଗି ପଡିଥିବା ବେଳେ ପୁଳା ପୁଳା କର୍ମଚାରୀ ଭିଜିଲାନ୍ସ ଜାଲରେ ପଡିଥିବା ବେଳେ ବଢିଥିଲା ସାଇବର ଠକେଇ । ତେବେ ଆମେ ଆଜି ପୁରା ବର୍ଷରେ ଘଟିଥିବା ଅପରାଧ ଗୁଡ଼ିକର ଫର୍ଦ୍ଦ ଓଲଟାଇବାକୁ ଯାଉଛି । ଯେଉଁଥିରେ କିଛି ଘଟଣାରେ ରହସ୍ୟ ଉପରୁ ପରଦା ଉଠିଥିବା ବେଳେ ଆଜି ମଧ୍ୟ ଅନେକ ଘଟଣା ରହସ୍ୟ ଘେରରେ ରହିଛି ।

ଏହି ଅନେକ ଅପରାଧମୂଳକ ଘଟଣା ମଧ୍ୟରେ ସବୁଠୁ ଅଧିକ ହତ୍ୟାକାଣ୍ଡ ପ୍ରେମ ବ୍ୟାପାରକୁ ନେଇ ଘଟିଥିଲା । ଯାହାକି ପ୍ରେମ ଶବ୍ଦକୁ କରିଥିଲା କଳଙ୍କିତ । ଲାଲ ରଙ୍ଗର ପ୍ରତୀକ ପ୍ରେମରେ ପଡ଼ିଥିଲା ରକ୍ତ ଛିଟା । ପ୍ରେମରେ ଉବୁଟୁବୁ ହୋଇ ଶେଷରେ ଚେତା ହରାଇ ପାଗଳାମୀ କରିବାକୁ ପଛାଇନଥିଲା ହତାଶ ପ୍ରେମିକ । ଯାହାର ଜ୍ବଳନ୍ତ ଉଦାହରଣ ସାଜିଥିଲା ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟାକାଣ୍ଡ, ACF ସୌମ୍ୟରଞ୍ଜନ ମୃତ୍ୟୁ, ଗଞ୍ଜାମ ବିବାହ ପ୍ରତିଶ୍ରୁତିରୁ ଏସିଡ଼ ମାଡ଼, ଝରାଫୁଲ ହତ୍ୟାକାଣ୍ଡ ଓ ପ୍ରାଇଭେଟ ପାର୍ଟରେ ଟାଟୁ ପରି ଘଟଣା । ତେବେ ଆସନ୍ତୁ ନଜର ପକାଇବା ଓଡ଼ିଶାର ଏହି ବହୁଚର୍ଚ୍ଚିତ ହତ୍ୟାକାଣ୍ଡ ଉପରେ...

1. ମାହାଙ୍ଗା ଡର୍ବଲ ମର୍ଡର:-

ବର୍ଷର ଆରମ୍ଭରୁ ହିଁ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ସାଜିଥିଲା କଟକ ଜିଲ୍ଲାର ମାହାଙ୍ଗା ଡର୍ବଲ ମର୍ଡର ଘଟଣା । ଏଥିରେ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଜେପିର ଦୁଇ ନେତା କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ସରଗରମ ହୋଇଥିଲା ରାଜ୍ୟ ରାଜନୀତି । ଘଟଣାରେ ସଂପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଏହାର ମୁଖ୍ୟ ଅଭିଯୁକ୍ତ ଯୁବକ ଫେରାର ଥିଲା । ଏହି ଘଟଣାରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ପ୍ରତାପ ଜେନାଙ୍କ ହାତ ଥିବା ବିରୋଧୀ ଅଭିଯୋଗ କରିଥିଲେ । ମନ୍ତ୍ରୀଙ୍କ ସମେତ ଅନ୍ୟ ୧୨ ଜଣଙ୍କ ନାଁରେ ଏତଲା ମଧ୍ୟ ହୋଇଥିଲା । ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ପ୍ରଫୁଲ୍ଲ ବିଶ୍ବାଳର ସନ୍ଦେହଜନକ ଭାବେ ଦୁର୍ଘଟଣାରେ ମୃତ୍ୟୁ ପରେ ଆନ୍ଦୋଳନ ତୀବ୍ରତର ହୋଇଥିଲା । ମନ୍ତ୍ରୀ ପ୍ରତାପଙ୍କ ବିରୋଧରେ ତଦନ୍ତ ପାଇଁ କୋର୍ଟ ନିର୍ଦ୍ଦେଶ ଦେବା ସହିତ ମାହାଙ୍ଗା IICଙ୍କୁ କୋର୍ଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣାକୁ ନେଇ ବିରୋଧୀ ବିକ୍ଷୋଭ ପ୍ରଦର୍ଶନ କରିଆସୁଥିବା ବେଳେ ଏଯାଏଁ ଘଟଣାରେ ରହସ୍ୟରୁ ଉଠିନି ପରଦା ।

୨. ପ୍ରେମରେ ପଡ଼ି ଝରିଗଲା ଝରାଫୁଲ:-

ପ୍ରେମରେ ପଡ଼ି ଝରିଗଲା ଝରାଫୁଲ
ପ୍ରେମରେ ପଡ଼ି ଝରିଗଲା ଝରାଫୁଲ

ଜାନୁଆରୀ ୨୭ ତାରିଖ ଦିନ ଯାଜପୁର କୁଆଖିଆ କେନାଲ ବନ୍ଧରୁ ମିଳିଥିଲା ଏକ ଯୁବତୀଙ୍କ ମୃତଦେହ । ପୋଲିସ ତଦନ୍ତ ପରେ ରମାଦେବୀ ବିଶ୍ବବିଦ୍ୟାଳୟରେ ପଢୁଥିବା ଛାତ୍ରୀ ତଥା ମୟୂରଭଞ୍ଜ ଯଶୀପୁର ଥାନା ଅଧୀନ ବୁନ୍ଦେଇପାଶୀ ଗାଁର ଝରାଫୁଲ ନାୟକଙ୍କ ବୋଲି ଜଣାପଡ଼ିଲା । ଭୁବନେଶ୍ବରରୁ ଯାଜପୁରରେ ଝରାଫୁଲ କିପରି ପହଞ୍ଚିଲେ ଓ କିପରି ତାଙ୍କର ମୃତ୍ୟୁ ଘଟିଲା ଏହାକୁ ନେଇ ରାଜ୍ୟରେ ଚର୍ଚ୍ଚା ଜୋର ଧରିଲା । ପୋଲିସର ବହୁ ତନାଘନା ପରେ ଏଥିରେ ମଧ୍ୟ ଆସିଥିଲା ପ୍ରେମ ବ୍ୟାପାର । ଝରାଫୁଲ ପ୍ରେମିକ ରାକେଶ ସ୍ବାଇଁର ପ୍ରେମରେ ପଡ଼ିଥିଲେ । ପ୍ରେମରେ ଅନ୍ଧ ହୋଇ ପ୍ରେମିକଙ୍କୁ ପ୍ରାୟ ୩୦ ହଜାର ଟଙ୍କା ଅର୍ଥ ଉଧାର ହୋଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଟଙ୍କା ମାଗିବାରୁ ରାକେଶ କରିଥିଲା ହତ୍ୟା । ବୁଲି ଯିବାକୁ ଡାକି ନେଇ ଖଣ୍ଡଗିରି ଧର୍ମବିହାରର ଏକ ଗେଷ୍ଟ ହାଉସରେ ଝରାଫୁଲ ମୁହଁରେ ତକିଆ ମାଡି ହତ୍ୟା କରିଥିଲା । ପ୍ରମାଣକୁ ନଷ୍ଟ କରିବା ପାଇଁ ସ୍କୁଟିରେ ମୃତଦେହକୁ ବୋହି ଆଣି ଯାଜପୁର କୁଆଖିଆ ନିକଟରେ ଫିଙ୍ଗିଥିବା ଜଣାପଡ଼ିଥିଲା । ପ୍ରେମର ବଶବର୍ତ୍ତୀ ହୋଇ ଶେଷରେ ଅକାଳରେ ଝରିପଡ଼ିଥିଲା ଝରାଫୁଲ ।

୩. କଟାମୁଣ୍ଡ ପରିଚୟ ପଛରେ ନାକେଦମ ପୋଲିସ:-

ଫେବୃଆରୀ ୪ରେ ଚନ୍ଦକା ଜଙ୍ଗଲରୁ ମିଳିଥିଲା ମହିଳାଙ୍କ ମୃତଦେହ । କିନ୍ତୁ ମୃତଦେହର ନଥିଲା ମୁଣ୍ଡ । ଘଟଣାସ୍ଥଳରେ ନିଖୋଜ ଥିବା କଟାମୁଣ୍ଡକୁ ନେଇ ନାକେଦମ ହୋଇଥିଲା ପୋଲିସ । ମୃତଦେହ ମିଳିଥିବା ସ୍ଥାନର ପ୍ରାୟ ୨ କିମି ଦୂରରୁ ମିଳିଥିଲା କଟାମୁଣ୍ଡ । ମୃତ ମହିଳାଙ୍କ ପୋଷ୍ଟର ଛାପିବା ପରେ ମହିଳା ଜଣକ ମଞ୍ଚେଶ୍ବର ଧୀରକୁଟି ବସ୍ତିର ପୁଷ୍ପଲତା ରାଉତ ବୋଲି ଜଣାପଡ଼ିଲା । ମହିଳାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ତାଙ୍କ ଘରେ ଭଡାରେ ରହୁଥିବା ଭଡ଼ାଟିଆ ତଥା ପରବର୍ତ୍ତୀ ସମୟରେ ପ୍ରେମିକ ସାଜିଥିବା ସଞ୍ଜୟ ଓରଫ ଅଙ୍ଗଦ ଦାସ ତାଙ୍କୁ ହତ୍ୟା କରିଥିଲା । କାରଣ ସେ ପୁଷ୍ପଲତାଙ୍କଠାରୁ ପାଇଥିଲା ବାରମ୍ବାର ଧୋକା । ପୁଷ୍ପ ତାଙ୍କୁ ପ୍ରେମ କରୁଥିବା ବେଳେ ପ୍ରୀତିରଞ୍ଜନ ପତି ନାମକ ଜଣେ ବ୍ୟକ୍ତିଙ୍କୁ କରିଥିଲେ ଦ୍ବିତୀୟ ବିବାହ । କିଛି ଦିନ ପରେ ସେ ପ୍ରୀତିଙ୍କୁ ଛାଡ଼ି ଫେରିଥିଲେ ସଞ୍ଜୟଙ୍କ ନିକଟକୁ । ସଞ୍ଜୟଙ୍କ ସହ ପୁଣି କିଛି ଦିନ ରହିବା ପରେ ପୁଣି ପ୍ରୀତିଙ୍କ ନିକଟକୁ ଆସିଥିଲେ । ଏଥିରେ ଅତିଷ୍ଠ ହୋଇ ପୁଷ୍ପଲତାଙ୍କ ତଣ୍ଟି ଚିପି ହତ୍ୟା କରିଥିଲା ସଞ୍ଜୟ । ଆଉ ମୃତଦେହର ଗଣ୍ଡି ଓ ମୁଣ୍ଡକୁ ଅଲଗା କରି ଚନ୍ଦକା ଜଙ୍ଗଲରେ ଫିଙ୍ଗିଥିଲା ।

୪. ଭୀମଟାଙ୍ଗି ହତ୍ୟାକାଣ୍ଡ: ପ୍ରିୟଙ୍କାଙ୍କ ଜୀବନ ନେଲା ପ୍ରେମିକ ଜଗନ୍ନାଥ:-

ଭୀମଟାଙ୍ଗି ହତ୍ୟାକାଣ୍ଡ: ପ୍ରିୟଙ୍କାଙ୍କ ଜୀବନ ନେଲା ପ୍ରେମିକ ଜଗନ୍ନାଥ

ଜୁଲାଇ ମାସ ଆରମ୍ଭରୁ ହିଁ ଚର୍ଚ୍ଚାର ବିଷୟ ସାଜିଥିଲା ଭୀମଟାଙ୍ଗି ପ୍ରିୟଙ୍କା ହତ୍ୟାକାଣ୍ଡ । ବିବାହ ପୂର୍ବର ପ୍ରେମ ପାଇଁ ବାହାଘର ପରେ ବଳିପଡିଥିଲେ ପ୍ରିୟଙ୍କା । ପ୍ରେମ ପାଇଁ ସୀମା ଟପିଥିଲେ ପ୍ରେମିକ ଜଗନ୍ନାଥ । ଦିନ ଦ୍ବିପ୍ରହରରେ ଭଡା ଘରେ ପଶି ପ୍ରେମିକା ପ୍ରିୟଙ୍କାକୁ ହତ୍ୟା କରିଥିଲା ପ୍ରେମିକ । ପ୍ରିୟଦର୍ଶିନୀଙ୍କ ବେକକଟା ମୃତଦେହ ପଡିଥିବା ବେଳେ ହାତକାଟି ବିଷ ପିଇ ଛଟପଟ ହେଉଥିଲା ପ୍ରେମିକ ଜଗନ୍ନାଥ । ପୋଲିସ ପହଞ୍ଚି ପ୍ରେମିକକୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଉତ୍ତମ ଚିକିତ୍ସା ପରେ ମୃତ୍ୟୁମୁଖରୁ ବର୍ତ୍ତିଯାଇଥିଲା ପ୍ରେମିକ । ଏହାପରେ ପୋଲିସର ତନାଘନା ସାଙ୍ଗକୁ ଖୋଲିଥିଲା ଗୋଟିଏ ପରେ ଗୋଟିଏ ଗୁମର । ପ୍ରିୟଙ୍କା ବିବାହ ପୂର୍ବରୁ ଜଗନ୍ନାଥଙ୍କୁ ଜାଣିଥିଲେ । ବିବାହ ପରେ ଦୁହିଁଙ୍କ ମଧ୍ୟରେ କୌଣସି ସମ୍ପର୍କ ରହି ନଥିଲା। ତେବେ ଗତବର୍ଷ ଲକଡାଉନ ସମୟରେ ପୁଣି ଉଭୟଙ୍କ ମଧ୍ୟରେ ସମ୍ପର୍କ ଆରମ୍ଭ ହୋଇଥିଲା । ପରବର୍ତ୍ତୀ ସମୟରେ ଏହି ସମ୍ପର୍କରେ ତିକ୍ତତା ଆସିଥିଲା । ପ୍ରିୟଙ୍କାଙ୍କୁ ହତ୍ୟା କରିବା ପୂର୍ବରୁ ପ୍ରେମିକର ହ୍ବାଟ୍ସଆପ ମେସେଜ ମଧ୍ୟ ଖୁବ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ପରିବାର ବର୍ଗଙ୍କୁ ଶେଷ ମେସେଜ ଦେବା ସହିତ ତାଙ୍କ ମୃତ୍ୟୁ ପାଇଁ ପ୍ରେମିକା ପ୍ରିୟଙ୍କା ଦାୟୀ କରିଥିଲେ । ପ୍ରେମିକ ଜଗନ୍ନାଥ ଚାହୁଁଥିଲେ ପ୍ରିୟଙ୍କାଙ୍କୁ ବିବାହ କରିବା ପାଇଁ, ହେଲେ ଏଥିରେ ରାଜି ନହେବାରୁ ହତ୍ୟାର ଯୋଜନା କରିଥିଲା ଜଗନ୍ନାଥ ।

୫. ପୋଲିସ ଏନକାଉଣ୍ଟରରେ ଟଳି ପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର:-

ପୋଲିସ ଏନକାଉଣ୍ଟରରେ ଟଳି ପଡ଼ିଲା କୁଖ୍ୟାତ ଅପରାଧୀ ହାଇଦର

ଦିନେ ପୋଲିସର ନିଦ ହଜାଉଥିବା ଗ୍ୟାଙ୍ଗଷ୍ଟାର ହାଇଦର ଜୁଲାଇ ୨୪ ତାରିଖରେ ପୋଲିସ ଏନକାଉଣ୍ଟରରେ ଟଳି ପଡ଼ିଥିଲା । ହାଇଦରକୁ ଚୌଦ୍ବାର ଜେଲରୁ ବାରିପଦାକୁ ନିଆଯାଉଥିବା ବେଳେ ବାଲେଶ୍ବର ସିମୁଳିଆ ନିକଟରେ ପରିସ୍ରା ଯିବା ପାଇଁ କହିଥିଲା ହାଇଦର । ସେହି ସମୟରେ ହିଁ ସେ ଖସି ପଳାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସକୁ ଆକ୍ରମଣ କରିଥିଲା । ଫଳରେ ଏନକାଉଣ୍ଟର କରିଥିଲା ପୋଲିସ । ଆଉ ପୋଲିସ ଗୁଳିରେ କୁଖ୍ୟାତ ଅପରାଧୀ ଆଖିବୁଜିବା ପରେ ଅଧାବଟାରେ ହିଁ ଶେଷ ହୋଇଯାଇଛି ଟପ୍ କ୍ରିମିନାଲର କ୍ରାଇମ ଷ୍ଟୋରୀ । କେନ୍ଦ୍ରାପଡ଼ା ରଣପୁର ଅଞ୍ଚଳରେ ଦିନେ ଡ୍ରାଇଭିଂ କରି ପେଟ ପୋଷୁଥିବା ହାଇଦର ୧୯୮୦ ମସିହାରେ ଅପରାଧ ଦୁନିଆରେ ଦମଦାର ଏଣ୍ଟ୍ରି ମାରିଥିଲା । କୁଖ୍ୟାତ ଅପରାଧୀ ରବିନ-ଟିଟୋ-ସୁଲେମାନଙ୍କ ମିଶି ଗ୍ୟାଙ୍ଗ ଗଢ଼ିଥିଲା । ୨୦୦୫ ମସିହାରେ ହାଇଦର ଗ୍ୟାଙ୍ଗଷ୍ଟାର ସୁଲେମାନର ସାନ ଭାଇ ଚୁନାକୁ ଭୁବନେଶ୍ବରରେ ହତ୍ୟା କରି ଚର୍ଚ୍ଚାକୁ ଆସିଥିଲା । ଚୁନା ହତ୍ୟା ଘଟଣାରେ ତାକୁ ଆଜୀବନ ଜେଲଦଣ୍ଡ ଶୁଣାଇଥିଲେ କୋର୍ଟ । ହେଲେ ଜେଲରେ ଥାଇ ବି ବନ୍ଦ ହୋଇନଥିଲା ହାଇଦରର ଅପରାଧିକ କାର୍ଯ୍ୟକଳାପ । ଜେଲ ଭିତରେ ମଧ୍ୟ ସେ ସବୁ ପ୍ରକାର ଅପରାଧର ଗୋଟି ଚାଳନା କରୁଥିଲା । ୨୦୦୭ ମସିହାରେ ଜେଲରେ ଥାଇ ମଧ୍ୟ ହାଇଦର ନିଜ ସହଯୋଗୀଙ୍କ ମାଧ୍ୟମରେ କେନ୍ଦୁଝରର ପ୍ରତିଷ୍ଠିତ ଖଣି ଓ କ୍ରସର ବ୍ୟବସାୟୀ ରଶ୍ମିରଞ୍ଜନଙ୍କ ଓ ତାଙ୍କ ଡ୍ରାଇଭରକୁ ଅପହରଣ କରି ଟଙ୍କା ମାଗିଥିଲା ଏବଂ ପରେ ତାଙ୍କୁ ହତ୍ୟା କରିଥିଲା । ଏପରି ଅନେକ ଅପରାଧମୂଳକ କାର୍ଯ୍ୟରେ ଲିପ୍ତ ଥିବା ହାଇଦର ଚାପ୍ଟର ଜୁଲାଇ ୨୪ରେ କ୍ଲୋଜ କରିଥିଲା ପୋଲିସ ।

୬. ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ DFOଙ୍କୁ କ୍ଲିନଚିଟ୍‌:-

ACF ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାରେ DFOଙ୍କୁ କ୍ଲିନଚିଟ୍‌

ଜୁଲାଇ ୧୨ ତାରିଖରେ ACF ସୌମ୍ୟଙ୍କ ମୃତ୍ୟୁ ଘଟିଥିଲା । ସରକାରୀ ବାସଭବନରେ ଉଭୟ ପତିପତ୍ନୀ ରହୁଥିବା ବେଳେ ସୌମ୍ୟ ନିଆଁରେ ପୋଡ଼ି ହୋଇଯାଇଥିଲେ । କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟଙ୍କ ମୃତ୍ୟୁ ହୋଇଥିଲା । ସମୟକ୍ରମେ ଏହି ହତ୍ୟା ମାମଲା ବୁଢୀଆଣୀ ବସା ପରି ରହସ୍ୟରେ ଗୁଡେଇ ହୋଇଛି । ସୌମ୍ୟଙ୍କ ହତ୍ୟାକାଣ୍ଡରେ ତାଙ୍କ ପତ୍ନୀ ବିଦ୍ୟାଭାରତୀ ଓ ଡିଏଫଓ ସଂଗ୍ରାମ କେଶରୀ ବେହେରାଙ୍କୁ ଦାୟୀ କରାଯାଇଥିଲା । ପତ୍ନୀ ବିଦ୍ୟାଭାରତୀ ଏବଂ ଡିଏଫଓଙ୍କ ମଧ୍ୟରେ ରହିଥିବା ଅନୈତିକ ସଂପର୍କ ସୌମ୍ୟଙ୍କ ମୃତ୍ୟୁ ପାଇଁ ଦାୟୀ ବୋଲି ଅଭିଯୋଗ କରିଥିଲେ ସୌମ୍ୟଙ୍କ ପରିବାର । ଏହି ଘଟଣାକୁ କ୍ରାଇମବ୍ରାଞ୍ଚ ତଦନ୍ତ କରି ସୌମ୍ୟଙ୍କ ମୃତ୍ୟୁ ଦୁର୍ଘଟଣା ଜନିତ ବୋଲି ସ୍ପଷ୍ଟ କରିଥିଲା । ଏହି ଘଟଣାରେ ସନ୍ଦିଗ୍ଧ ମନ୍ମଥ କୁମ୍ଭ , DFO ସଂଗ୍ରାମ କେଶରୀ ବେହେରାଙ୍କୁ କ୍ଲିନ ଚିଟ୍ ଦିଆଗଲା । ସେପଟେ ବିଦ୍ୟା ଭାରତୀଙ୍କର ଭୂମିକା ସନ୍ଦେହଜନକ ଥିଲା । ସେଥିପାଇଁ ତାଙ୍କ ବିରୋଧରେ IPC ଧାରା 285 ଓ 304 ଏ ଦଫାରେ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିବ କ୍ରାଇମବ୍ରାଞ୍ଚ । ଆଉ ଏଇ ଦୁଇ ଦଫା 7 ବର୍ଷରୁ କମ୍ ସଜା ହୋଇପାରେ ବୋଲି ସୂଚନା ମିଳିଛି । ଏହା ସହ ସିଆରପିସିର ଧାରା 41 ଆଧାରରେ ତାଙ୍କୁ କେବଳ ନୋଟିସ ଜାରି କରିଛି କ୍ରାଇମବ୍ରାଞ୍ଚ ।

୭. ପ୍ରାଇଭେଟ ପାର୍ଟରେ ଟାଟୁ:-

ପ୍ରାଇଭେଟ ପାର୍ଟରେ ଟାଟୁ
ପ୍ରାଇଭେଟ ପାର୍ଟରେ ଟାଟୁ

ଜୁଲାଇ ମାସରେ ଏପରି ଏକ ଘଟଣା ମଧ୍ୟ ସାଜିଥିଲା ଚର୍ଚ୍ଚାର ବିଷୟ । ପତ୍ନୀ ସୋନାଲି ଦାସଙ୍କ ପ୍ରାଇଭେଟ ପାର୍ଟରେ ପୂର୍ବ ପ୍ରେମିକଙ୍କ ଟାଟୁ ଦେଖି ଥାନାର ଦ୍ବାରସ୍ଥ ହୋଇଥିଲା ସ୍ବାମୀ ମୋହିତ ଶର୍ମା । କଟକ ମର୍କତ ନଗର ଥାନା ଅଞ୍ଚଳ CDA ୭ ନମ୍ବରରେ ଏହି ଘଟଣା ଘଟିଥିଲା । ଏ ସମ୍ପର୍କରେ ବିବାହ ପୂର୍ବରୁ ସ୍ବାମୀ ମୋହିତ ସବୁ ଜାଣିଥିଲେ ବୋଲି ସୋନାଲି କହୁଥିବା ବେଳେ ସ୍ବାମୀ ଆଣିଥିଲେ ପାଲଟା ଅଭିଯୋଗ । ନଭେମ୍ବର ମାସରେ ବାହା ହେବା ପରେ ସୋନାଲି ତାଙ୍କ ପରିବାର ଉପରେ ଅତ୍ୟାଚାର ଆରମ୍ଭ କରିବା ସହିତ ଧମକ ଚମକ ଦେଉଥିଲେ ବୋଲି କହିଥିଲେ ମୋହିତ । ସେପଟେ ସୋନାଲି କହିଥିଲେ ଯେ ମୋହିତ ତାଙ୍କ ପରିବାରକୁ ଟଙ୍କା ମାଗିଥିଲେ । ଟଙ୍କା ନ ଦେବାରୁ ତାଙ୍କୁ ଧମକ ଦେଇ ଟାଟୁ କଥା ସ୍ବାମୀ ଉଠାଇଥିବା ନେଇ କହିଥିଲେ ସୋନାଲି ।

୮. ବିବାହ ପ୍ରତିଶ୍ରୁତିରୁ ଏସିଡ଼ ମାଡ଼:-

ବିବାହ ପ୍ରତିଶ୍ରୁତିରୁ ଏସିଡ଼ ମାଡ଼
ବିବାହ ପ୍ରତିଶ୍ରୁତିରୁ ଏସିଡ଼ ମାଡ଼

ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଞ୍ଚଳରେ କଲମ୍ବା ଗ୍ରାମର ୨୫ ବର୍ଷୀୟ ପ୍ରେମିକା ଶୁଭସ୍ମିତା ଖାଡାଙ୍ଗାଙ୍କୁ ଜିଅନ୍ତା ଜାଳିଦେଲେ ପ୍ରେମିକ କୃଷ୍ଣଚନ୍ଦ୍ର ସାହୁ । ଶରୀରର ଅଧିକାଂଶ ଭାଗ ଜଳିଯାଇଥିବାରୁ ଚିକିତ୍ସାଧୀନ ଅବସ୍ଥାରେ ଶୁଭସ୍ମିତାଙ୍କ ମୃତ୍ୟୁ ଘଟିଥିଲା । ସେପଟେ ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କ ବୟାନ ଥିଲା ସମ୍ପୂର୍ଣ୍ଣ ପ୍ରେମିକଙ୍କ ବିପକ୍ଷରେ । ପ୍ରେମିକ ଏସିଡ ପକାଇ ଜାଳିଦେଇଥିବା ପ୍ରେମିକା କହିଥିବା ବେଳେ ଏପଟେ ପ୍ରେମିକାର ମୁଣ୍ଡ ଦୋଷ ଥିଲା ବୋଲି କହିଛି ପ୍ରେମିକ । ଯେଉଁଠି ପ୍ରେମିକ କୃଷ୍ଣଚନ୍ଦ୍ର ବିବାହ ପ୍ରତିଶ୍ରୁତି ଦେଇ ପ୍ରେମିକା ଶୁଭସ୍ମିତା ଖାଡ଼ଙ୍ଗାଙ୍କୁ ଡାକିଥିଲା ଓ ତାଙ୍କ ଉପରେ ସ୍ପିରିଟ ପକାଇ ଜୀବନ୍ତ ଅବସ୍ଥାରେ ଜାଳିଦେଇଥିଲା ବୋଲି ଅଭିଯୋଗ କରିଥିଲା ପ୍ରେମିକା । ଗତ କିଛିବର୍ଷ ଧରି କୃଷ୍ଣଚନ୍ଦ୍ରଙ୍କୁ ଭଲ ପାଇ ଆସୁଥିଲେ ଶୁଭସ୍ମିତା । ହେଲେ ଯୁବତୀ ଜଣଙ୍କ ବ୍ରାହ୍ମଣ ପରିବାରର ହୋଇଥିବା ବେଳେ ଯୁବକଙ୍କ ବେକାରୀ ସମସ୍ୟା ଓ ଅନ୍ୟ ଜାତି ବିବାହରେ ବାଧକ ସାଜିଥିଲା। ଏହାକୁ ନେଇ ଯୁବତୀଙ୍କ ସହିତ ଯୁବକଙ୍କ ବିଭିନ୍ନ ସମୟରେ ମତାନ୍ତର ଲାଗି ରହୁଥିଲା । ଶେଷରେ ଏଥିରେ କ୍ରୋଧନ୍ବିତ ହୋଇ ଯୁବକଯୁବତୀଙ୍କ ଉପରେ ସ୍ପିରିଟ ଢାଳି ନିଆଁ ଲଗାଇଥିଲେ ବୋଲି ମୃତ୍ୟୁ ପୂର୍ବରୁ କହିଥିଲେ ଶୁଭସ୍ମିତା ।

୯. ମମିତା ମେହେର ହତ୍ୟାକାଣ୍ଡ, ଏଯାଏଁ ମିଳିନି ନ୍ୟାୟ:-

ମିତା ମେହେର ହତ୍ୟାକାଣ୍ଡ, ଏଯାଏଁ ମିଳିନି ନ୍ୟାୟ

ଗତ ୨୧ ବର୍ଷ ମଧ୍ୟରେ ସବୁଠୁ ବିବାଦୀୟ ହତ୍ୟାକାଣ୍ଡ ସାଜିଛି କଳାହାଣ୍ଡି ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ । କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ପରେ ମହାଲିଙ୍ଗ ସ୍ଥିତ ନିର୍ମାଣଧୀନ ମିନି ଷ୍ଟାଡିୟମରେ ମିଳିଥିଲା ତାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ସାଜିଥିଲା ସନ୍ ସାଇନ୍ ପବ୍ଲିକ୍ ସ୍କୁଲର ସଂଚାଳକ ଗୋବିନ୍ଦ ସାହୁ । ବିଦ୍ୟାଳୟ ସଂଚାଳକ ଗୋବିନ୍ଦ ସାହୁ ଜଣେ ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତି ଏବଂ ଓଡିଶା ସରକାରର ବହୁ ମନ୍ତ୍ରୀମାନଙ୍କ ସହ ତାଙ୍କର ସମ୍ପର୍କ ଅତି ଘନିଷ୍ଠ ଥିବା ଅଭିଯୋଗ ହୋଇଥିଲା । ଏହି ମାମଲାରେ ଗୃହ ରାଜ୍ୟ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ନାଁ ଯୋଡ଼ି ହୋଇଥିବା ବେଳେ ତାଙ୍କର ଇସ୍ତଫା ମଧ୍ୟ ଦାବି ହୋଇ ଆସୁଛି । ମିତାଙ୍କ ଘଟଣାରେ ପୋଲିସ ପ୍ରଥମେ ଯଥାଶୀଘ୍ର କାହିଁକି ମାମଲା ରୁଜୁ କଲା ନାହିଁ ? ସଙ୍ଗୀନ ଦଫା ସତ୍ତ୍ଵେ ବି 4 ଦିନ ହେଲା ଗିରଫ ନ କରି, କୋର୍ଟ ଚାଲାଣ ନକରି କାହିଁକି ବାରାକରେ ରଖିଥିଲା ? ଆଉ ସେଠି କାହା ଇଙ୍ଗିତରେ ଗୋବିନ୍ଦଙ୍କୁ ଖସାଇ ଦିଆଗଲା ? ପୋଲିସ ମୃତଦେହ ଆଉ ପାଉଁଜି ପାଖରେ କେମିତି ପହଞ୍ଚିଲାକୁ ନେଇ ଉଠିଥିଲା ପ୍ରଶ୍ନ । ଏହି ମାମଲାରେ ପୋଲିସ ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେକୁ ଗିରଫ କରିଛି । ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ସମ୍ପୃକ୍ତିକୁ ଥିବା ସହିତ ତାଙ୍କ ଇସ୍ତଫା ଦାବି ନେଇ ଆଜି ଯାଏଁ ରାଜ୍ୟରେ ଆନ୍ଦୋଳନ ଜାରି ରହିଛି ।

୧୦. ସଞ୍ଜୟ ଦାସବର୍ମା ପିଏ ଚିତ୍ତରଞ୍ଜନଙ୍କ ହତ୍ୟାକାରୀ କିଏ ?

ବ୍ରହ୍ମଗିରିର ପୂର୍ବତନ ବିଧାୟକ, ବିଜେଡ଼ି ନେତା ତଥା ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ PA ଚିତ୍ତରଞ୍ଜନଙ୍କ ହତ୍ୟାକାଣ୍ଡ ଚଳିତ ବର୍ଷର ଅନ୍ୟ ଏକ ଚର୍ଚ୍ଚିତ ଘଟଣା । ଭୋଜି କରିବାକୁ ଯାଇ ହଠାତ୍‌ ନିଖୋଜ ହୋଇଯାଇଥିଲେ ଚିତ୍ତ । ଏହାପରେ ଡିସେମ୍ବର ୧୧ ତାରିଖରେ ପୁରୀ ସଦର ଥାନା ଗଡ଼ମୃଗସିରା ବ୍ରିଜ ନିକଟ ନୂଆ ନଇ ନଦୀ ପଠାରୁ ପାଣି ଭିତରୁ ତାଙ୍କର ମୃତଦେହ ମିଳିଥିଲା । ପରେ ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ହାତକୁ ଯାଇଥିଲା । ଏଥିରେ ସଞ୍ଜୟ ଦାସବର୍ମାଙ୍କ ହାତ ଥିବା ଚିତ୍ତଙ୍କ ପତ୍ନୀ ସୁଭଦ୍ରା ଅଭିଯୋଗ ଆଣିଥିଲେ । ସେପଟେ ଘଟଣାର ପ୍ରତ୍ୟକ୍ଷଦର୍ଶୀଙ୍କ ଜଗନ୍ନାଥ ଷଡଙ୍ଗୀ, ସର୍ବେଶ୍ବର ଜେନା, ସୂର୍ଯ୍ୟପ୍ରସାଦ ମିଶ୍ର ଓ ଉମାକାନ୍ତ ପାଇକରାୟଙ୍କ ଲାଏ ଡିଟେକ୍ସନ୍ ଟେଷ୍ଟ ଭୁବନେଶ୍ବରରେ ଚାଲିଛି । ଚିତ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟରେ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଉଲ୍ଲେଖ ରହିଛି ବୋଲି ସେ କହିଛନ୍ତି । ଏହା ଦୁର୍ଘଟଣା ଜନିତ ହୋଇ ପାରେ ବୋଲି ଅନୁମାନ କରାଯାଉଛି। ତେବେ ଚିତ୍ତଙ୍କ ମୃତ୍ୟୁ ଦୁର୍ଘଟଣା ନା ହତ୍ୟା । ଏନେଇ ଏକ ସପ୍ତାହ ବିତିଥିଲେ ମଧ୍ୟ କ୍ରାଇମବ୍ରାଞ୍ଚ ଏହାର ପଛରେ ଥିବା କାରଣର ଖୁଲାସା କରିପାରିନାହିଁ । ଏହାସହିତ ମାମଲାରେ କ୍ରାଇମ ବ୍ରାଞ୍ଚ ଦୁଇ ଜଣଙ୍କୁ ଗିରଫ କରି ଥିବା ବେଳେ ରିମାଣ୍ଡରେ ଆଣି ପଚରାଉଚରା କରୁଛି ।

ମହାମାରୀ କାଳରେ ବର୍ଷ 2021ରେ ରାଜ୍ୟରେ ଗଡିଲା ଗୋଟିଏ ପରେ ଗୋଟିଏ ମୁଣ୍ଡ । ଆଉ ଘନେଇଲା ରାଜନୀତି । ହତ୍ୟାକାଣ୍ଡ ପାଇଁ ସରକାରଙ୍କୁ ଟାର୍ଗେଟ କଲେ ବିରୋଧୀ । ରାସ୍ତାରେ ଗର୍ଜିଲେ, ବିଧାନସଭାରେ ବି ଗର୍ଜିଲେ । ହେଲେ 2021 କ୍ରାଇମ ଚାପ୍ଟରରେ ଯୋଡି ହୋଇଚାଲିଥିଲା ଗୋଟିଏ ପରେ ଗୋଟିଏ ଚର୍ଚ୍ଚିତ କ୍ରାଇମ । ଆଉ ମର୍ଡର ପ୍ଲଟ ହୋଇଥିଲା ରକ୍ତରଞ୍ଜିତ । ଛାତିଥରା କ୍ରାଇମ୍ ସିନ୍ ପାଇଁ ଦୋହଲି ଥିଲା ଗାଁରୁ ସହର ।

ଭୁବନେଶ୍ବରରୁ ତାପସ ପରିଡା, ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 25, 2021, 9:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.