ETV Bharat / city

ଫଳପ୍ରଦ ହେଉଛି ଲକଡାଉନ୍, 24 ଘଣ୍ଟାରେ 5 ହଜାର 235 ସଂକ୍ରମିତ

author img

By

Published : Jun 11, 2021, 8:38 AM IST

ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5 ହଜାର 235 ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 42 ହଜାର 461କୁ ବୃଦ୍ଧି । ଅଧିକ ପଢନ୍ତୁ...

ହ୍ରାସ ପାଉଛି ସଂକ୍ରମଣ
ହ୍ରାସ ପାଉଛି ସଂକ୍ରମଣ

ଭୁବନେଶ୍ବର: ରାଜ୍ୟରେ କ୍ରମଶଃ ହ୍ରାସ ପାଉଛି ସଂକ୍ରମଣ । ଗତ 24 ଘଣ୍ଟା ମଧ୍ୟରେ 5 ହଜାର 235 ନୂଆ ସଂକ୍ରମିତ ଚିହ୍ନଟ । ଯାହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 8 ଲକ୍ଷ 42 ହଜାର 461କୁ ବୃଦ୍ଧି । ନୂତନ ସଂକ୍ରମିତଙ୍କ ମଧ୍ୟରେ କ୍ବାରେଣ୍ଟାଇନ ସେଣ୍ଟରରୁ 2 ହଜାର 957 ଏବଂ ଲୋକାଲ୍ ସଂକ୍ରମଣ 2 ହଜାର 278 ରହିଛି । ସେପଟେ ପୁଣି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 726 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସେହିପରି ଅନୁଗୋଳରୁ 277, ବାଲେଶ୍ବରରୁ 320, ବରଗଡରୁ 118, ଭଦ୍ରକରୁ 217, ବଲାଙ୍ଗୀରରୁ 41, ବୌଦ୍ଧରୁ 83, କଟକରୁ 557, ଦେବଗଡରୁ 14, ଢେଙ୍କାନାଳରୁ 137, ଗଜପତିରୁ 23, ଗଞ୍ଜାମରୁ 77, ଜଗତସିଂହପୁରରୁ 148, ଯାଜପୁରରୁ 394, ଝାରସୁଗୁଡାରୁ 27, କଳାହାଣ୍ଡିରୁ 48, କନ୍ଧମାଳରୁ 37, କେନ୍ଦ୍ରାପଡାରୁ 237, କେନ୍ଦୁଝରରୁ 115, କୋରାପୁଟରୁ 127, ମାଲକାନଗିରିରୁ 58, ମୟୂରଭଞ୍ଜରୁ 285, ନବରଙ୍ଗପୁରରୁ 186, ନୟାଗଡରୁ 132, ନୂଆପଡାରୁ 13, ପୁରୀରୁ 234, ରାୟଗଡାରୁ 129, ସମ୍ବଲପୁରରୁ 66, ସୋନପୁରରୁ 34, ସୁନ୍ଦରଗଡରୁ 251 ଜଣ ପଜିଟିଭି ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲ ପଜିଟିଭଙ୍କ ସଂଖ୍ୟା 124 ରହିଛି ।

ସେପଟେ ରାଜ୍ୟରେ ଆଉ 8 ହଜାର 299 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାହାଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା 7 ଲକ୍ଷ 72 ହଜାର 972 ଛୁଇଁଛି । ବର୍ତ୍ତମାନ ରାଜ୍ୟରେ 66 ହଜାର 226ଟି ସକ୍ରିୟ ମାମଲା ରହିଛି ଏବଂ ଏଯାବତ୍ 1 କୋଟି 25 ଲକ୍ଷ 23 ହଜାର 241ଟି ଟେଷ୍ଟ କରାଯାଇଛି । ତେବେ ଗତ କିଛି ଦିନର କୋରୋନା ସ୍ଥିତିକୁ ବିଚାର କଲେ ରାଜ୍ୟରେ ଲକଡାଉନ କଟକଣା ଫଳପ୍ରଦ ହେଉଥିବା କୁହାଯାଉଛି ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.