ETV Bharat / city

STATE CORONA: ଦିନକରେ ୫୪୫ ପଜିଟିଭ ଚିହ୍ନଟ, ୭୪ ଶିଶୁ ଆକ୍ରାନ୍ତ - କୋରୋନା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ...

STATE CORONA: ଦିନକରେ ୫୪୫ ପଜିଟିଭ ଚିହ୍ନଟ, ୭୪ ଶିଶୁ ଆକ୍ରାନ୍ତ

author img

By

Published : Sep 28, 2021, 9:42 AM IST

Updated : Sep 28, 2021, 9:47 AM IST

ଭୁବନେଶ୍ବର: ହ୍ରାସ ପରେ ପୁଣି ବୃଦ୍ଧି ହେଲା କୋରୋନା ସଂକ୍ରମଣ । ଗତକାଲି ଦୈନିକ ସଂକ୍ରମଣ ୫ଶହ ତଳକୁ ଖସିଥିବା ବେଳେ ଆଜି ୫ଶହ ଅତିକ୍ରମ କରିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୫୪୫ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ ୭୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୧୯ ଓ ୨୨୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୧୮ ଜଣ ଥିବାବେଳେ ଅନୁଗୋଳରୁ ୭, ବାଲେଶ୍ବରରୁ ୪୭, ବରଗଡରୁ ୧, ଭଦ୍ରକରୁ୧୦, ବଲାଙ୍ଗୀରରୁ ୨, କଟକରୁ ୭୩, ଦେଓଗଡରୁ ୪, ଢେଙ୍କାନାଳରୁ ୨, ଗଞ୍ଜାମରୁ ୬, ଜଗତସିଂହପୁରରୁ ୩୭, ଯାଜପୁରରୁ ୨୦, ଝାରସୁଗୁଡା ୮, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୩, କୋରାପୁଟରୁ ୨, ମୟୂରଭଞ୍ଜରୁ ୧୪, ନବରଙ୍ଗପୁରରୁ ୩, ରାୟଗଡାରୁ ୩, ପୁରୀ ୬, ସମ୍ବଲପୁରରୁ ୩, ସୋନପୁରରୁ ୨, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟ ପୁଲ୍‌ରୁ ୫୦ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୨୫ ହଜାର ୩୦୯ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 28, 2021, 9:47 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.