ETV Bharat / city

ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା କଂଗ୍ରେସ - ବିଧାୟକ ସୁର ରାଉତରାୟ

ରାଜ୍ୟରେ ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା କଂଗ୍ରେସ । ସରକାର ଯଥାଶୀଘ୍ର ରିଲିଫ୍ ସାମଗ୍ରୀ ବାଣ୍ଟନ୍ତୁ, ନଚେତ୍ ଅନଶନ କରିବୁ ବୋଲି ଚେତାବନୀ ଦେଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଅଧିକ ଢନ୍ତୁ

ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା କଂଗ୍ରେସ

author img

By

Published : Aug 18, 2022, 2:29 PM IST

ଭୁବନେଶ୍ବର: ବନ୍ୟାରେ ବେହାଲ ଅଧା ଓଡିଶା(Odisha flood situation) । ବନ୍ୟାପାଣିରେ ଗାଁ ଗଣ୍ଡା, ଘରଦ୍ବାର ଉବୁଟୁବୁ ହେଉଛି । ରାସ୍ତା ଉପରେ ଅଣ୍ଟାଏ ପାଣି ଚାଲୁଛି । ଲୋକେ ଜଳବନ୍ଦୀ ଅବସ୍ଥାରେ ରହିଥିବା ବେଳେ ନାହିଁ ନଥିବା ଦୁର୍ଦ୍ଦଶା ଭୋଗୁଛନ୍ତି । ତେବେ ରାଜ୍ୟରେ ଏଭଳି ବିଷମ ବନ୍ୟା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ । ବନ୍ୟା ପାଇଁ କଂଗ୍ରେସ(Odisha Congress) ବିଧାୟକ ସୁର ରାଉତରାୟ ସରକାରଙ୍କୁ ସିଧାସଳଖ ଦାୟୀ କରିଛନ୍ତି ।

ବନ୍ୟା ପରିସ୍ଥିତି ପାଇଁ ସରକାରଙ୍କୁ ଦାୟୀ କଲା କଂଗ୍ରେସ

ସେ ଅଭିଯୋଗ କରିଛନ୍ତି ଯେ, ''ମହାନଦୀରେ ବନ୍ୟାଜଳ ପ୍ରବାହିତ ହେଉଛି । ବନ୍ୟା ଯୋଗୁଁ ଅନେକ ସ୍ଥାନରେ ଘାଇ ସୃଷ୍ଟି ହୋଇଛି । ରାଜ୍ୟର ଅଧିକାଂଶ ସ୍ଥାନ ଏବେ ସ୍ଥାନ ଜଳମଗ୍ନ ହୋଇଛି । ଉପର ମୁଣ୍ଡରେ ପ୍ରବଳ ବର୍ଷା ହେଉଥିବାରୁ ଛତିଶଗଡ ପାଣି ନିଷ୍କାସନ କରିଛି । ହେଲେ ଖରାଦିନେ ମହାନଦୀ ଶୁଖିଲା ପଡୁଥିଲା । କିନ୍ତୁ ଏବେ ବନ୍ୟା ସୃଷ୍ଟି କଲାଣି । ରାଜ୍ୟବାସୀ ଦୁଃଖରେ ଅଛନ୍ତି । ନା ସେମାନଙ୍କୁ ରିଲିଫ୍ ମିଳୁଛି ନା ଡାକ୍ତରୀ ଚିକିତ୍ସା ଅବା ଗୋଖାଦ୍ୟ ଦିଆଯାଉଛି ।''

ସରକାର ଯଥାଶୀଘ୍ର ଲୋକଙ୍କୁ ରିଲିଫ୍ ସାମଗ୍ରୀ ଯୋଗାଇ ଦିଅନ୍ତୁ । ନଚେତ୍ ଆମେ ଅନଶନରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.