ETV Bharat / city

Congress MLA Letter To Rahul Gandhi: ରାଜ୍ୟ କଂଗ୍ରେସରେ ତୀବ୍ର ହେଲା PCC ହଟାଅ ଅଭିଯାନ

author img

By

Published : Dec 9, 2021, 3:55 PM IST

ରାଜ୍ୟ କଂଗ୍ରେସରେ ତେଜିଲା ଗୋଷ୍ଠୀ କନ୍ଦଳ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପରଟ୍ଟନାୟକଙ୍କୁ ହଟାଇବା ପାଇଁ ଦଳୀୟ ବିଧାୟକଙ୍କ ଦାବି । ଏନେଇ ଦଳର ମୋଟ ୯ ଜଣ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଯାଇଛି । ଅଧିକ ପଢନ୍ତୁ

Odisha  Congress MLA
Odisha Congress MLA

ଭୁବନେଶ୍ବର: ରାଜ୍ୟ କଂଗ୍ରେସରେ ତେଜିଲା ଗୋଷ୍ଠୀ କନ୍ଦଳ । ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପରଟ୍ଟନାୟକ (Pradesh Congress President) ଙ୍କୁ ହଟାଇବା ପାଇଁ ଦଳୀୟ ବିଧାୟକଙ୍କ ଦାବି । ଏନେଇ ଦଳର ମୋଟ ୯ ଜଣ ବିଧାୟକଙ୍କ ମଧ୍ୟରୁ ଜଣଙ୍କୁ ଛାଡି ଅନ୍ୟ ସମସ୍ତ ବିଧାୟକଙ୍କ ଦସ୍ତଖତ ଥିବା ଏକ ଚିଠି ଲେଖି ରାହୁଲ ଗାନ୍ଧୀଙ୍କ ପାଖକୁ ପଠାଯାଇଛି ।

ରାଜ୍ୟ କଂଗ୍ରେସରେ ତୀବ୍ର ହେଲା PCC ହଟାଅ ଅଭିଯାନ

ଚିଠିରେ ଓଡିଶା କଂଗ୍ରେସ ବିଧାୟକ (Odisha Congress MLA) ମାନେ ରାହୁଲ ଗାନ୍ଧୀ (Rahul Gandhi) ଙ୍କୁ ସାକ୍ଷାତ ପାଇଁ ସମୟ ମଧ୍ୟ ମାଗିଛନ୍ତି । ରାଜ୍ୟରେ ଦଳର ସାଂଗଠନିକ ସ୍ଥିତି ସୁଧାରିବା ସହ ଦଳକୁ କିପରି ଶକ୍ତିଶାଳୀ କରାଯାଇପାରିବ ସେନେଇ ୧୦ ଟି ମୁଖ୍ୟ ପ୍ରସଙ୍ଗରେ ରାହୁଲ ଗାନ୍ଧୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି (Odisha Congress MLAs urge Rahul Gandhi to strengthen party ahead of Panchayat polls) । ଏହାସହ ରାଜ୍ୟରେ ଦଳ ଓ ସଂଗଠନ କାହିଁକି ଦୁର୍ବଳ ହେଉଛି ତାହାର କାରଣ ମଧ୍ୟ ଦର୍ଶାଯାଇଥିବା କୁହାଯାଉଛି ।

ଏହାବାଦ ଆଗାମୀ ଦିନର ରାଜ୍ୟରେ ହେବାକୁ ଥିବା ପଞ୍ଚାୟତ ପୌର ନିର୍ବାଚନକୁ ନେଇ ଦଳ କିପରି ଲୋକଙ୍କ ପାଖକୁ ଯିବ ତାହାର ମାର୍ଗଦର୍ଶନ ଲୋଡିଛନ୍ତି ବିଧାୟକ ମାନେ । ଏନେଇ ଦଳର ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହୀନିପତି କହିଛନ୍ତି, ସାରା ରାଜ୍ୟରେ ବିଜେପି, ବିଜେଡି ଉପରୁ ଲୋକଙ୍କ ଆସ୍ଥା ତୁଟିଗଲାଣି । ତେଣୁ ବର୍ତ୍ତମାନ କଂଗ୍ରେସ ଶକ୍ତିଶାଳୀ ଓ ସଂଗଠିତ ହେବା ଜରୁରୀ । ଦଳର ବରିଷ୍ଠ ନେତାମାନେ ଯେଉଁ ଭାଗ ଭାଗ ହୋଇ ନିଜ ନିଜ ଭିତରେ ଲଢେଇ କରୁଛନ୍ତି ତାହା ବନ୍ଦ ହେବା ସହ ଏକ ହେବାକୁ ପଡିବ । ବିଧାୟକ ମାନେ କୌଣସି ପ୍ରସ୍ତାବ ଦେଇନାହାଁନ୍ତି । କିନ୍ତୁ ରାହୁଲ ଗାନ୍ଧୀ ଯାହା ନିଷ୍ପତି ନେବେ ତାହା ଆମେ ଗ୍ରହଣ କରିବୁ ବୋଲି କହିଛନ୍ତି ତାରା ।

ସେହିଭଳି ରାଇରଙ୍ଗପୁର ବିଧାୟକ ସିଏସ ରାଜେନ କହିଛନ୍ତି କଂଗ୍ରେସ ବିଧାୟକ ଦଳର ବୈଠକରେ ଦଳୀୟ ସଂଗଠନକୁ ନେଇ ମଧ୍ୟ ଆଲୋଚନା କରାଯାଇଛି । ଦଳ କିପରି ଶକ୍ତିଶାଳୀ ହେବ ତାହା ଆମେ କେନ୍ଦ୍ରୟ ନେତୃତ୍ବକୁ ଅବଗତ କରାଇଛୁ । ରାଜ୍ୟରେ ଦଳର ସ୍ଥିତି କଣ ରହିଛି ତାହା ଆମେ କେନ୍ଦ୍ରୀୟ ନେତାଙ୍କୁ ଅବଗତ କରାଇଛୁ । ବିଧାନସଭା ଶେଷ ହେବାପରେ ପୁଣି ଥରେ କଂଗ୍ରେସ ବିଧାୟକ ଦଳ ବୈଠକ ବସିବ ବୋଲି ସେ କହିଛନ୍ତି ।

ଅନ୍ୟପଟେ ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ହେବାକୁ ଆଶାୟୀ ଥିବା ଚର୍ଚ୍ଚା ହେଉଥିବା କଟକ ବାରବାଟୀ ବିଧାୟକ ମହମ୍ମଦ ମୁକିମ କିନ୍ତୁ ଚିଠି ଲେଖାକୁ ଗ୍ରହଣ କରିନାହାଁନ୍ତି । କହିଛନ୍ତି ସେମିତି କିଛି ଚିଠି ଲେଖିବା ପ୍ରସଙ୍ଗରେ ମୋର ଜ୍ଞାନରେ ନାହିଁ ।

ତେବେ ରାଜ୍ୟ କଂଗ୍ରେସରେ ବରିଷ୍ଠ ନେତା ନେତୃତ୍ବ ଓ ବିଧାୟକଙ୍କ ମଧ୍ୟରେ ଲଢେଇ ଆଗାମୀ ଦିନରେ କେଉଁ ସ୍ତରକୁ ଯାଉଛି, ରାହୁଲ ଗାନ୍ଧୀ କଣ ପଦକ୍ଷେପ ନେଉଛନ୍ତି ତାହାକୁ ଅପେକ୍ଷା ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.