ETV Bharat / city

OBC ସଂରକ୍ଷଣ: ସରକାରଙ୍କୁ ଘେରିବ କଂଗ୍ରେସ

ଓବିସି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲା କଂଗ୍ରେସ। ରାଜ୍ୟରେ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ (OBC) ପ୍ରତି ରାଜ୍ୟ ସରକାର ଅବିଚାର କରିଛନ୍ତି । ଅଧିକ ପଢନ୍ତୁ

OBC ସଂରକ୍ଷଣକୁ ନେଇ ସରକାରକୁ ଘେରିବ କଂଗ୍ରେସ
OBC ସଂରକ୍ଷଣକୁ ନେଇ ସରକାରକୁ ଘେରିବ କଂଗ୍ରେସ
author img

By

Published : Dec 27, 2021, 11:00 PM IST

ଭୁବନେଶ୍ବର: ଓବିସି ସଂରକ୍ଷଣ ନେଇ କଂଗ୍ରେସର ସାମ୍ବାଦିକ ସମ୍ମିଳନୀ। ଓଡିଶା ପ୍ରଦେଶ କଂଗ୍ରସର ମିଡିଆ ଅଧ୍ୟକ୍ଷ ଗଣେଶ୍ବର ବେହେରା ଓବିସି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି।

OBC ସଂରକ୍ଷଣକୁ ନେଇ ସରକାରକୁ ଘେରିବ କଂଗ୍ରେସ

ଓବିସି ପ୍ରତି ରାଜ୍ୟ ସରକାର ଅବିଚାର କରିଛନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଓବିସିଙ୍କ ପ୍ରତି ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ଓବିସି ଜନଗଣନା କରିବା ପାଇଁ କେନ୍ଦ୍ର ସରକାର ମନା କରିଦେଲେ। ପୂର୍ବରୁ କହିକି ମଧ୍ୟ ପରବର୍ତ୍ତୀ ମୁହୂର୍ତ୍ତରେ ମନା କଲେ କେନ୍ଦ୍ର ସରକାର । ଜନଗଣନା ନ ହେଲେ ଓବିସିଙ୍କ ପ୍ରତି ଅବିଚାର ହେବ। ୨୦୧୧ ରେ ଉପା ସରକାର ସମୟରେ ହୋଇଥିବା ଏସଇସିସି ତଥ୍ୟ ବି ପ୍ରକାଶ କରାଯାଉନାହିଁ। ଏସଇସିସି ତଥ୍ୟ ଭୁଲ ବୋଲି କୁହାଯାଉଛି। କିନ୍ତୁ ରେଜିଷ୍ଟର ଜେନେରାଲ ଅଫ ଇଣ୍ଡିଆ ଏକ ଶତାଂଶରୁ କମ ତ୍ରୁଟି ବୋଲି କହିଛନ୍ତି। ରାଜ୍ୟ ସରକାର ବି ଅନୁରୂପ ଭାବେ ଦାୟୀ ୧୯୯୭ ମସିହାରୁ ରାଜନୈତିକ କ୍ଷେତ୍ରରେ ଓବିସିଙ୍କ ପାଇଁ ୨୭ ପ୍ରତିଶତ ସଂରକ୍ଷଣ ଦିଆଯାଉଛି। କିନ୍ତୁ ଚଳିତ ନିର୍ବାଚନ ପାଇଁ ସଂରକ୍ଷଣ ନାହିଁ। ଏଥିପାଇଁ ରାଜ୍ୟ ସରକାରଙ୍କ ଉଦାସୀନତା ଦାୟୀ। ଓବିସି ସଂରକ୍ଷଣ ପାଇଁ ୨୦୧୦ ରୁ ସୁପ୍ରିମକୋର୍ଟ ୩ ସର୍ତ୍ତ ପୂରଣ କରିବାକୁ କହିଛନ୍ତି। ଏତେ ଦିନ ଯାଏ ରାଜ୍ୟ ସରକାର କିଛି ନିଷ୍ପତି ନେଲେ ନି କାର୍ଯ୍ୟକାରୀ କଲେନି । କିନ୍ତୁ ରାଜ୍ୟବାସୀଙ୍କ ତଥ୍ୟ ଲୁଚାଇଲେ। ଏପରିକି ପଞ୍ଚାୟତ ଓ ପୌରଆଇନ ସଂଶୋଧନ ବି ବିଧାନସଭାରେ ବିନା ଆଲୋଚନାରେ ପାସ କରାଗଲା।

ଏ ସମସ୍ତ ପ୍ରସଙ୍ଗକୁ ନେଇ କଂଗ୍ରେସ ଚୁପ ବସିବ ନାହିଁ। ଆଗ ସଂରକ୍ଷଣ କରି ନିର୍ବାଚନକୁ ଓହ୍ଲାନ୍ତୁ ବୋଲି ସରକାରଙ୍କୁ କହିଛି କଂଗ୍ରେସ । ବିଧାନସଭା ଜରୁରୀକାଳୀନ ଅଧିବେଶନ ଡାକି ବିରୋଧୀଙ୍କ ସହ ଆଲୋଚନା କରି ନିଷ୍ପତି ନିଅନ୍ତୁ। ଓବିସିଙ୍କ ପ୍ରତି ଅବିଚାର ହେଲେ ନ୍ୟାୟାଳୟର ଦ୍ୱାରସ୍ତ ହେବ କଂଗ୍ରେସ। ଦଳୀୟ ଭିତ୍ତିରେ ସଂରକ୍ଷଣ ନେଇ ବିଜେଡିକୁ ସମାଲୋଚନା କରିଛି କଂଗ୍ରେସ।

ଭୁବନେଶ୍ବରୁ ସଞ୍ଜୀବ ରାୟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.