ETV Bharat / city

3 ମାସ ଭିତରେ କଂଗ୍ରେସ ସଂଗଠିତ ହେବ: ଡ. ଚେଲ୍ଲା କୁମାର - ରାଜ୍ୟ କଂଗ୍ରେସ ଖବର

ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସାମ୍ବାଦିକ ସମ୍ମିଳନୀ। ନବୀନଙ୍କ 21 ବର୍ଷର ଶାସନ କାଳରେ କିଛି ହୋଇ ନ ଥିବା କହିଛନ୍ତି । ଏହା ସହ ରାଜ୍ୟ କଂଗ୍ରେସ ସଂଗଠନରେ ବ୍ୟାପକ ପରିବର୍ତ୍ତନ କରାଯିବ ଏବଂ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରବ ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି। ଅଧିକ ପଢନ୍ତୁ...

http://10.10.50.80:6060///finalout3/odisha-nle/finalout/09-October-2020/9116185_chelakumar.mp4

author img

By

Published : Oct 9, 2020, 9:09 PM IST

ଭୁବନେଶ୍ବର: ଓଡ଼ିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାରଙ୍କ ସାମ୍ବାଦିକ ସମ୍ମିଳନୀ। ରାଜ୍ୟ ସରକାରଙ୍କ କାର୍ଯ୍ୟକୁ ସମାଲୋଚନା କରିଛନ୍ତି । କଂଗ୍ରେସ ସଂଗଠନରେ ବ୍ୟାପକ ପରିବର୍ତ୍ତନ କରାଯିବ ଏବଂ ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଫେରବି ବୋଲି କଂଗ୍ରେସ ପ୍ରଭାରୀ କହିଛନ୍ତି।

3 ମାସ ଭିତରେ କଂଗ୍ରେସ ସଂଗଠିତ ହେବ : ଡ. ଚେଲ୍ଲା କୁମାର

ରାଜ୍ୟର ବିଜେଡି ସରକାରର ପରିଚାଳନାଗତ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲେ ଚେଲା କୁମାର। ରାଜ୍ୟରେ କଂଗ୍ରେସ ସମୟରେ ବହୁ ଶିଳ୍ପସଂସ୍ଥା ତିଆରି ହୋଇଥିଲା। ହେଲେ ମାର୍କେଟିଙ୍ଗ କରିପାରିନୁ, ପ୍ରଚାର ପ୍ରସାର କରିନୁ ବୋଲି ଆଜି ଏଭଳି ସ୍ଥିତି ହୋଇଛି। ନବୀନଙ୍କ 21 ବର୍ଷର ଶାସନ କାଳରେ କିଛି ହୋଇ ନ ଥିବା କହିଲେ ଚେଲ୍ଲା କୁମାର। ଶିଳ୍ପ, ଜଳସେଚନ କିମ୍ବା ଭିତ୍ତିଭୂମି ସବୁ କଂଗ୍ରେସ ସମୟରେ ହିଁ ହୋଇଛି। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଲେ କଂଗ୍ରେସ ପ୍ରଭାରୀ। ମହିଳା ନିର୍ଯ୍ୟାତନା କ୍ଷେତ୍ରରେ ଓଡିଶା ଦ୍ଵିତୀୟ ରହିଛି। ବିଜେଡି ବିଜେପି ସମ୍ପର୍କ କଥା ଉଠାଇଲେ ଚେଲ୍ଲା ସମାଲୋଚନା କରିଛନ୍ତି । ଉଭୟ ଦଳଙ୍କ ସହ ଡବଲ ଗେମ ଖେଳୁଥିବା କହିଛନ୍ତି । ସେମାନଙ୍କ ସଲାସୁତୁରାକୁ ଲୋକେ ବୁଝିବା ଦରକାର ବୋଲି କହିଛନ୍ତି ।

ସେହିପରି ଦଳୀୟ ସଂଗଠନ ଖୁବଶୀଘ୍ର ସଜଡ଼ାଯିବ। ମାସେ ଭିତରେ ହେବ ବ୍ଲକ, ଜିଲ୍ଲା ଓ ପିସିସି କମିଟି। ଆସନ୍ତା ୩ ମାସ ମଧ୍ୟରେ ରାଜ୍ୟରେ କଂଗ୍ରେସ ଦଳ ସଂଗଠିତ ହେବ। ସେପଟେ ରାଜଭବନ ପେଟ୍ରୋଲ ପମ୍ପ ବିସ୍ଫୋରଣର ଏପର୍ଯ୍ୟନ୍ତ କୌଣସି ସଠିକ ସୂଚନା ମିଳିଲାନାହିଁ। ମୁଖ୍ୟମନ୍ତ୍ରୀ ଏନେଇ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.