ETV Bharat / city

ଢିଙ୍କିଆ ଗସ୍ତରେ ଯିବେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର

ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାର ୨୧ ତାରିଖ ଶୁକ୍ରବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଅଧିକ ପଢନ୍ତୁ

author img

By

Published : Jan 20, 2022, 10:18 PM IST

Odisha Congress In-charge A. chellakumar to visit JSW project area dhinkia
ଢିଙ୍କିଆ ଗସ୍ତ କରିବେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର

ଭୁବନେଶ୍ବର: ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ତଥା ଓଡ଼ିଶା ପ୍ରଭାରୀ ଡକ୍ଟର ଏ ଚେଲ୍ଲା କୁମାର ୨୧ ତାରିଖ ଶୁକ୍ରବାର ଠାରୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ଏନେଇ ଗୁରୁବାର ସୂଚନା ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ଚେଲା କୁମାର ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚି ରାତ୍ରୀଯାପନ କରିବେ ।

ଢିଙ୍କିଆ ଗସ୍ତରେ ଯିବେ ଓଡିଶା କଂଗ୍ରେସ ପ୍ରଭାରୀ ଚେଲା କୁମାର

୨୨ ତାରିଖ ଦିନ ରାଜ୍ୟ କଂଗ୍ରେସ ପ୍ରଭାରୀ ପ୍ରଦେଶ କଂଗ୍ରେସ ତଥ୍ୟ ଅନୁଧ୍ୟାନ କମିଟି ସଦସ୍ୟ ମାନଙ୍କ ସହିତ ଜଗତସିଂହପୁର ଜିଲ୍ଲା ଅନ୍ତର୍ଗତ ଢ଼ିଙ୍କିଆ ଅଞ୍ଚଳ ଗସ୍ତରେ ଯିବେ । ସେଠାରେ ସ୍ଥାନୀୟ ଜନସାଧାରଣଙ୍କ ସହ ସାକ୍ଷାତ ଆଲୋଚନା କରି ଭୁବନେଶ୍ବର ଫେରିଆସିବାର କାର୍ଯ୍ୟକ୍ରମ ରହିଛି ।

ଏହାମଧ୍ୟ ପଢନ୍ତୁ: କଂଗ୍ରେସ ପାଇଁ ପ୍ରାର୍ଥୀ ମରୁଡି: ନିରଞ୍ଜନଙ୍କ ଧୂଆଁବାଣ ଏକ ନମ୍ବର ହେବୁ

ସେହିପରି ୨୩ ତାରିଖ ଦିନ ସକାଳେ ରସୁଲଗଡ଼ ଛକରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଉପଲକ୍ଷେ ପିସିସି(PCC) ପକ୍ଷରୁ ନେତାଜୀଙ୍କ ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ ଓ ଭିଏସଏସ ନଗର ସ୍ଥିତ ବୀର ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ, ଓ କଂଗ୍ରେସ ଭବନ ପରିସରରେ ଥିବା ପ୍ରତିମୂର୍ତ୍ତୀରେ ମାଲ୍ୟାର୍ପଣ କରିବେ । ପରେ ପିସିସି ପଞ୍ଚାୟତ ନିର୍ବାଚନ କମିଟି ବୈଠକରେ ଚେଲ୍ଲା କୁମାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏହାପରେ ସନ୍ଧ୍ୟାରେ ଚେନ୍ନାଇ ଫେରିଯିବାର କାର୍ଯ୍ୟକ୍ରମ ରହିଛି । ପ୍ରଭାରୀଙ୍କ ଗସ୍ତ ନେଇ ପିସିସି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.