ETV Bharat / city

‘ପିସିସିର ହେବ ପୁନର୍ଗଠନ, କଂଗ୍ରେସ ସଜାଡିବାକୁ ନୂଆ ଖସଡ଼ା’ - କଂଗ୍ରେସ ସଜାଡିବାକୁ ନୂଆ ଖସଡ଼ା

ନିରଞ୍ଜନ ପଟ୍ଟନାୟକ ପିସିସି କମିଟିର ପୁନର୍ଗଠିତ ହେବା ସୂଚନା ଦେଇଛନ୍ତି । ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସିର ପୁନର୍ଗଠନ କରାଯିବ ବୋଲି ସେ କହିଛନ୍ତି । ଏନେଇ ଚଳିତ ମାସରୁ ପୁନର୍ଗଠନ କାମ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

ଡିଜାଇନ ଫଟୋ
author img

By

Published : Sep 19, 2019, 8:32 PM IST

ଭୁବନେଶ୍ବର: ଓଡ଼ିଶାରେ ଅଣ୍ଟା ସଳଖିବ କଂଗ୍ରେସ । ଏନେଇ ଏଆଇସିସି ପାଖରୁ ଆସିଛି ମନ୍ତ୍ର । ଓଡ଼ିଶାରେ ଦଳ କିପରି ମଜବୁତ ହେବ ଆଉ କର୍ମୀଙ୍କ ମନରେ ନୂଆ ଉତ୍ସାହ ସଞ୍ଚରିତ ହେବ ସେ ନେଇ ମାଷ୍ଟରପ୍ଲାନ ଓ ପ୍ରୋଗ୍ରାମ ପ୍ରସ୍ତୁତ କରିଛି ଏଆଇସିସି । ଏହାକୁ ଫଳପ୍ରଦ କରିବା ପାଇଁ ରାଜ୍ୟ କଂଗ୍ରେସର ମାନସମନ୍ଥନ । ନିର୍ବାଚନ ବିପର୍ଯ୍ୟୟ ପରେ ହାଇକମାଣ୍ଡ ପୁଣି ସଭାପତି ଭାବରେ ନିରଞ୍ଜନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିବା ପରେ ଓପିସିସି ସଭାପତି କଂଗ୍ରେସ ଭବନରେ ପ୍ରଥମ ବୈଠକ ଡାକି ଆଲୋଚନା କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନିରଞ୍ଜନ ପଟ୍ଟନାୟକ ପିସିସି କମିଟିର ପୁନର୍ଗଠନ ହେବା ନେଇ ସୂଚନା ଦେଇଛନ୍ତି । ଏଆଇସିସିର ନିର୍ଦ୍ଦେଶ କ୍ରମେ ପିସିସିର ପୁନର୍ଗଠନ କରାଯିବ ବୋଲି ସେ କହିଛନ୍ତି । ଏନେଇ ଚଳିତ ମାସରୁ ପୁନର୍ଗଠନ କାମ ତ୍ବରାନ୍ବିତ କରାଯିବ ବୋଲି ସେ କହିଛନ୍ତି ।

ଏହାସହ ଗତ ନିର୍ବାଚନରେ ଯେଉଁ ମାନେ ଦଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ନେଇ ଛୋଟ କମିଟି ଗଠନ ପାଇଁ AICC ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି । ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କମିଟିର ପୁନଃ ଗଠନ ହେବ । ସେହିଭଳି ଜୋନ୍ କମିଟି ଆଉ ରହିବ ନାହିଁ । ଏହା ବଦଳରେ ପୂର୍ବ ଭଳି ବ୍ଲକ କମିଟି ରହିବ । ଏହାଛଡା ବିଜେପୁର ପାଇଁ କଂଗ୍ରେସ ଦେଢ ମାସ ଆଗରୁ ରଣନୀତି ପ୍ରସ୍ତୁତ କରିଛି ବୋଲି କହିଛନ୍ତି ନିରଞ୍ଜନ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ନେତୃତ୍ବରେ ଏକ କମିଟି ଗଠନ କରାଯାଇଥିବା ସେ କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଏନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ଲକ୍ଷେ ବିଲେଇରେ ମୂଷା ମରେ ନାହିଁ । ଜୋନାଲ କମିଟି ସଭାପତି, କାର୍ଯ୍ୟକାରୀ ସଭାପତିଙ୍କ ଆବଶ୍ୟକତା ନାହିଁ । ରାଜ୍ୟ ସଭାପତିଙ୍କ ଉପରେ ବିଶ୍ବାସ ରଖିଲେ କଂଗ୍ରେସ ଉଧେଇବ, ନହେଲେ ନାହିଁ । ଏତେ AICC ସମ୍ପାଦକ, କାର୍ଯ୍ୟକାରୀ ସଭାପତିଙ୍କ ପାଇଁ ଦଳ ବଡ କ୍ଷତିର ସାମ୍ନା କରିଛି । ଏଆଇସିସିର ଚାରି ସମ୍ପାଦକ ତୁଛାକୁ ଆସିଥିଲେ । ପରିଣତି ଟିକଟ ପାଇଁ ଗୋଷ୍ଠୀ କନ୍ଦଳକୁ ଏମାନେ ହିଁ ବଢାଇଦେଲେ । ଜୋନ୍, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ସଭାପତି ରହିବାର କୌଣସି ଆବଶ୍ୟକତା ନାହିଁ । ଏହା ପୁରା ପ୍ରହସନ ଥିଲା। କଂଗ୍ରେସ ଦଳର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର ତେଣୁ ଗୋଟିଏ ବିଲେଇ ରହିବ ଭଲ ମୂଷା ଧରିବ ବୋଲି କହିଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Intro:ଓଡ଼ିଶାରେ ଅଣ୍ଟା ସଳଖିବ କଂଗ୍ରେସ। ଏନେଇ ଏଆଇସିସି କିଛି ଟିପ୍ସ ଦେଇଛି। ଓଡ଼ିଶାରେ ଦଳ କିପତି ମଜବୁତ ହେବ ଆଉ କର୍ମୀଙ୍କ ମନରେ ନୂଆ ସଂଜୀବନୀ ଆସିବ ସେନେଇ ଦଳ ଖସଡ଼ା ପ୍ରସ୍ତୁତ କରିଛି। ନିର୍ବାଚନରେ ବିପର୍ଯ୍ୟୟ ପରେ ହାଇକମାଣ୍ଡ ପୁଣି ସଭାପତି ଭ ଏ ନିରଞ୍ଜନ ପଟନାୟକ ଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି। ଏହା ପରେ ନିରଂଜନ କଂଗ୍ରେସ ଭବନରେ ପ୍ରଥମ ବୈଠକ ଡାକି ଆଲୋଚନା କରିଛନ୍ତି।
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି,
ପୁନଃ ଗଠିତ ହେବ ପିସିସି, AICC ଦେଇଚି ନିର୍ଦ୍ଦେଶ।
ଗତ ନିର୍ବାଚନରେ ଯେଉଁ ମାନେ ଦଳ ପାଇଁ କାମ କରିଛନ୍ତି, ସେମାନଙ୍କୁ ନେଇ ଛୋଟ କମିଟି ଗଠନ ପାଇଁ AICC ନିର୍ଦ୍ଦେଶ ଦେଇଛି। ତଳୁ ଉପର ପର୍ଯ୍ୟନ୍ତ ସମସ୍ତ କମିଟି ପୁନଃ ଗଠିତ ହେବ। ଏଇ ମାସ କାମ ଆରମ୍ଭ ।କମିଟି ଗଠନ କାମ ଆରମ୍ଭ ହେବ। ଜୋନ୍ କମିଟି ଆଉ ରହିବ ନାହିଁ। ପୂର୍ବ ଭଲି ବ୍ଲକ କମିଟି ରହିବ।
ସେପଟେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତ ଏନେଇ ପ୍ରତିକ୍ରିୟା ରଖିଛନ୍ତି।କହିଛନ୍ତି, ଲକ୍ଷେ ବିଲେଇରେ ମୂଷା ମରେ ନାହିଁ। ଜୋନାଲ କମିଟି ସଭାପତି, କର୍ଯ୍ୟକାରୀ ସଭାପତିଙ୍କର ଆବଶ୍ୟକତା ନାହିଁ। ରାଜ୍ୟ ସଭାପତିଙ୍କ ଉପରେ ବିଶ୍ବାସ ରଖିଲେ କଂଗ୍ରେସ ଉଧେଇବ, ନହେଲେ ନାହିଁ। ଏତେ AICC ସମ୍ପାଦକ, କାର୍ଯ୍ୟକାରି ସଭାପତି କଣ ଆଲୁଅ କଲେ। .ଏହା ପୁରା ପ୍ରହସନ ଥିଲା। କଂଗ୍ରେସ ଦଳର ବ୍ୟବସ୍ଥାରେ ସମ୍ପୂର୍ଣ୍ଣ ପରିବର୍ତ୍ତନ ଦରକାର।
ଦଳର ଵହୁ କ୍ଷତି ହେଲା। ତୃଣମୂଳ ସ୍ତରରେ କିନ୍ତୁ କେହି ନଥିଲେ। ଏଆଇସିସିର ଚାରି ସମ୍ପାଦକ ତୁଛାକୁ ଆସିଥିଲେ। ପରିଣତି ଟିକଟ ପାଇଁ ଗୋଷ୍ଠୀ କନ୍ଦଳକୁ ଏମାନେ ହିଁ ବଢାଇଦେଲେ। ଜୋନ୍, ଜିଲ୍ଲା ଓ ରାଜ୍ୟସ୍ତରରେ କାର୍ଯ୍ୟକାରୀ ସଭାପତି ରହିବାର କୌଣସି ଆବଶ୍ୟକତା ନାହିଁ।Body:ବାଇଟ ନିରଞ୍ଜନ ପଟନାୟକ, ପିସିସି ସଭାପତି
ବାଇଟ ତାରାପ୍ରସାଦ ବାହିନୀପତି, କଂଗ୍ରେସ ବିଧାୟକConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.