ଭୁବନେଶ୍ବର: ଆଜିଠାରୁ ଆରମ୍ଭ ହୋଇଯାଇଛି ସର୍ବପ୍ରଥମ ‘ଖେଲୋ ଇଣ୍ଡିଆ’ ବିଶ୍ବବିଦ୍ୟାଳୟ କ୍ରୀଡ଼ା | ଏହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡ଼ିଓ କନଫରେନ୍ସି ମାଧ୍ୟମରେ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଉଦଘାଟନ ପୂର୍ବରୁ ସମସ୍ତ ଖେଳାଳୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ବିଶ୍ବରେ କ୍ରୀଡ଼ାର ହବ ହେବା ଭାରତର ଲକ୍ଷ୍ୟ | ତେଣୁ ଏହି ବୃହତ ମିଶନ ପୂରଣରେ ‘ଖେଲୋ ଇଣ୍ଡିଆ’ ସହାୟକ ହେବ ବୋଲି ବୋଲି ଶୁଭେଚ୍ଛା ବାର୍ତ୍ତା ସହ କହିଛନ୍ତି ନବୀନ ।
ନିଜ ଟ୍ବିଟର ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଶୁଭେଚ୍ଛା ଜଣାଇଛନ୍ତି । ପ୍ରଥମଥର ପାଇଁ ବିଶ୍ବବିଦ୍ୟାଳୟ ସ୍ତରରେ ଖେଲୋ ଇଣ୍ଡିଆ ଅନୁଷ୍ଠିତ ହେଉଥିବାବେଳେ ଏହା ପୁଣି ଓଡ଼ିଶାରେ ଆୟୋଜିତ ହେଉଛି । ଯାହାକୁ ନେଇ ଖୁସି ପ୍ରକଟ କରିଛନ୍ତି ନବୀନ ।